ଗଞ୍ଜାମ,୮।୨(ଡି.ଏନ.ଏ): ସରକାର ଶିଶୁ ମାନଙ୍କ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ପୃଷ୍ଟିସାର ଖାଦ୍ୟ ତଥା ଶିଶୁମାନଙ୍କୁ ଅଣ୍ଡା ମଧ୍ୟ ଯୋଗାଇ ଦେଉଛନ୍ତି ସରକାର। କିନ୍ତୁ ବିଭିନ୍ନ ସମୟରେ ଛୁଆଙ୍କୁ ନିମ୍ନମାନର ଖାଦ୍ୟ ସାମଗ୍ରୀ ପ୍ରଦାନ କରାଯାଉଥିବା ଘଟଣା ସାମ୍ନାକୁ ଆସିଛି। ସେଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଏନ୍ଏସି ଅଞ୍ଚଳରେ। ଶିଶୁମାନଙ୍କୁ ଦିଆଯାଇଥିବା ଅଣ୍ଡା ନିମ୍ନମାନର ବୋଲି ୱାର୍ଡ ନଂ-୬ ଓଡ଼ିଆ ଢମଣା ସାହିର ଜଣେ ବ୍ୟକ୍ତି ଅଭିଯୋଗ କରିଛନ୍ତି।ତାଙ୍କୁ ଦିଆଯାଇଥିବା ଅଣ୍ଡା ପାଣିରେ ଭାସୁଥିବା ଜଣାପଡିଛ। ସେହି ଅଣ୍ଡାରେ ଛୁଆ ଥିବା ସେ କହିଛନ୍ତି ।ଏ ନେଇ ସେ ବ୍ଲକ ସିଡିପିଓଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଛନ୍ତ। ତେବେ ତଦନ୍ତ ପରେ ନିଆଯିବ କାର୍ଯ୍ୟାନୁଷ୍ଠାନ ବିଡିିଓ ଜଶ୍ମିନ ପ୍ରଧାନ କହିଛନ୍ତି।