ବିଇଓଙ୍କୁ ଘରୁ ଉଠାଇ ନେଲା ଭିଜିଲାନ୍ସ, ନ୍ୟାଶନାଲ ପେନସନ ସ୍କିମ ଟଙ୍କା ହଡପ ଅଭିଯୋଗ

କନ୍ଧମାଳ,୨୧।୩: ଭିଜିଲାନ୍ସ ଜାଲରେ ଦାରିଙ୍ଗବାଡି ବିଇଓ ରସାନନ୍ଦ କର । ନ୍ୟାଶନାଲ ପେନସନ ସ୍କିମ ଟଙ୍କା ହଡପ ଅଭିଯୋଗରେ ବିଇଓ ରସାନନ୍ଦଙ୍କୁ ଉଠାଇ ନେଇଛି ଫୁଲବାଣୀ ଭିଜିଲାନ୍ସ । ବିଇଓ ସ୍କିମର ପ୍ରାୟ ୨୦ ଲକ୍ଷ ଟଙ୍କା ହେରଫେର କରିଥିବା ଅଭିଯୋଗ ହୋଇଛି ।

ସେ ଏହି ପେନସନ ଟଙ୍କାକୁ ହଡପ କରି ଶେୟାର ମାର୍କେଟରେ ଲଗାଇଥବା ଜଣାପଡିଛି । ସରକାରୀ ଅର୍ଥ ହେରଫେର ମାମଲାରେ ରସାନନ୍ଦଙ୍କୁ ଅଧିକ ପଚରାଉଚରା କରୁଛି ଭିଜିଲାନ୍ସ ଟିମ । ଶିକ୍ଷକଙ୍କ ଅଭିଯୋଗ ପରେ ବିଇଓଙ୍କୁ ଉଠାଇ ନେଇଛି ଭିଜିଲାନ୍ସ ।

Share