ଜଙ୍ଗଲ ଜମିରେ ବିଧାୟକଙ୍କ ହୋଟେଲ ଅଭିଯୋଗ

ରାଜନଗର, ୩୦ା୯ (ଭାସ୍କର ରାଉତରାୟ): ଜଙ୍ଗଲ ଜମିରେ ରାଜନଗର ବିଧାୟକ ଧ୍ରୁବ ସାହୁ ବେଆଇନ ଭାବେ ନିଜସ୍ବ ହୋଟେଲ କରିଥିବା ଅଭିଯୋଗ ଆଣି ରାଜନଗର କଂଗ୍ରେସ ପକ୍ଷରୁ ବିଧାୟକଙ୍କ କୁଶ ପୁତଳିକା ଶୁକ୍ରବାର ଦାହ କରାଯିବା ସହ ରାଜନଗର ଡିଏଫ୍‌ଓଙ୍କୁ ଦାବିପତ୍ର ଦିଆଯାଇଛି। ଅପରାହ୍ନରେ ଖବରଦାତା ସମ୍ମିଳନୀ କରି କଂଗ୍ରେସ ପକ୍ଷରୁ ବିଧାୟକ ଜଙ୍ଗଲ ଜମିରେ ହୋଟେଲ କରିଥିବା ନେଇ ପୂର୍ବତନ ବିଜେଡି ସଭାପତି ତଥା ଜିଲାପରିଷଦ ଉପାଧ୍ୟକ୍ଷ ଅଶୋକ କୁମାର ପ୍ରତିହାରୀ ଯେଉଁ ଅଭିଯୋଗ ଆଣିଥିଲେ, ବିଧାୟକ ତାହାକୁ ଖଣ୍ଡନ କରି ନ ଥିବାରୁ ତାଙ୍କର ସମ୍ପୃକ୍ତି ଥିବା ଆମେ ଦାବି କରୁଛୁ ବୋଲି କହିଛନ୍ତି। ଅପରପକ୍ଷରେ ବିଜେଡି ପକ୍ଷରୁ କଂଗ୍ରେସର ଏହି କାର୍ଯ୍ୟକ୍ରମକୁ ଦୃଢ ନିନ୍ଦା କରାଯିବା ସହ କଂଗ୍ରେସ ମିଛ ନାଟକ ବନ୍ଦ କରି ଯଦି ବିଧାୟକଙ୍କ ସମ୍ପୃକ୍ତ ଓ ଜବରଦଖଲର ପ୍ରମାଣ ଅଛି, ତାକୁ ସାର୍ବଜନୀନ କରନ୍ତୁ। ଲୋକଙ୍କ ଦ୍ୱାରା ପ୍ରତ୍ୟାକ୍ଷିତ କଂଗ୍ରେସ ଔଷଧ ବିକଳରେ ତାଟିଆ କାମୁଡୁଛି ବୋଲି ପ୍ରେସ୍‌ ବିବୃତିରେ କହିଛନ୍ତି।
ରାଜନଗର ବ୍ଲକ କଂଗ୍ରେସ ପକ୍ଷରୁ କଂଗ୍ରେସ କାର୍ଯ୍ୟାଳୟରୁ ଶୋଭାଯାତ୍ରା ବାହାରି ରାଜନଗର ଡିଏଫ୍‌ଓଙ୍କୁ ବିଧାୟକ ଜଙ୍ଗଲ ଜମିରେ ହୋଟେଲ କରିଥିବା ନେଇ ଗଣମାଧ୍ୟମରେ ପ୍ରଚାରିତ ହୋଇଛି। ତଦନ୍ତ କରି ୭ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରି ଏକ ଦାବିପତ୍ର ଦେଇଥିଲେ। ପରେ ସାନବଡଗୋପାଳପୁର ଛକରେ ବିଧାୟକଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ। ଅପରାହ୍ନରେ ବ୍ଲକ କଂଗ୍ରେସ କାର୍ଯ୍ୟାଳୟରେ ବ୍ଲକ କଂଗ୍ରେସ କମିଟି ସଭାପତି ଦେବେନ୍ଦ୍ର କୁମାର ଜେନାଙ୍କ ପୌରୋହିତ୍ୟରେ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ସମ୍ମିଳନୀରେ ଜେନାଙ୍କ ସହ ପୂର୍ବତନ ଜିଲାପରିଷଦ ସଭ୍ୟ ସନ୍ତୋଷ କୁମାର ମହାନ୍ତି, ପୂର୍ବତନ ଡାଙ୍ଗମାଳ ପଞ୍ଚାୟତର ସରପଞ୍ଚ ମାଧବ ଚନ୍ଦ୍ର ମାନ୍ନା ପ୍ରମୁଖ ଯୋଗଦେଇ ଜଙ୍ଗଲ ଜମିରେ ହୋଟେଲ ହୋଇଛି ବୋଲି ବିଧାୟକଙ୍କ ନାମ ପୂର୍ବତନ ବ୍ଲକ ବିଜେଡି ସଭାପତି ତଥା ଜିଲା ପରିଷଦ ଉପାଧ୍ୟକ୍ଷ ଅଶୋକ କୁମାର ପ୍ରତିହାରୀ ଅଭିଯୋଗ ଆଣିଥିଲେ। ଆଜିଯାଏ ବିଧାୟକ ତାହାକୁ ଖଣ୍ଡନ କରିନାହାନ୍ତି। ତେଣୁ ଆମେ ହୋଟେଲରେ ବିଧାୟକଙ୍କ ସମ୍ପୃକ୍ତି ରହିଛି ବୋଲି ଦାବି କରୁଛୁ। ଭିତରକନିକାରେ ଯେଉଁ ହୋଟେଲ ହୋଇଛି, ତାହା ଜଣଙ୍କ ବ୍ୟକ୍ତିଗତ ଜାଗା ବୋଲି କହିଛନ୍ତି। ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ଶ୍ରୀ ମାନ୍ନା ବିଧାୟକଙ୍କ ସମ୍ପୃକ୍ତି ନେଇ କୌଣସି ପ୍ରମାଣ ଦେଇ ନ ପାରି ବିଧାୟକ ସପ୍ତାହକୁ ୩ ଦିନ ସେ ହୋଟେଲରେ ରୁହନ୍ତି ବୋଲି କହିଛନ୍ତି। ବିଧାୟକ ଜଙ୍ଗଲ ଜମି ଜବରଦଖଲ ଓ ହୋଟେଲ କରିଥିବା ନେଇ ଡିଣ୍ଡିମ ପିଟିଥିବା ବେଳେ କୌଣସି ପ୍ରମାଣ ସମ୍ମିଳନୀରେ ଦେଖାଇ ପାରି ନ ଥିଲେ। ଅପରପକ୍ଷରେ ବ୍ଲକ ବିଜେଡି ସଭାପତି ନିରଞ୍ଜନ ରାଉତ ଓ ରାଜନଗର ନିର୍ବାଚନମଣ୍ଡଳୀର ସୋସିଆଲ ମିଡିଆ ସଂଯୋଜକ ବିଜୟ ନାୟକ ପ୍ରେସ୍‌ ବିବୃତିରେ ଭିତରକନିକା ଜାତୀୟ ଉଦ୍ୟାନକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ବିଧାୟକଙ୍କ ଉଦ୍ୟମରେ ଭିତରକନିକା ମହୋତ୍ସବ ଓ ଇକୋ ରିଟ୍ରିଟ ଅନୁଷ୍ଠିତ ହୋଇଆସୁଛି। ଏହାଦ୍ୱାରା ପର୍ଯ୍ୟଟନ ଶିଳ୍ପର ବିକାଶ ହେବା ସହ ସ୍ଥାନୀୟ ଯୁବକମାନେ ପର୍ଯ୍ୟଟନକୁ ଭିତ୍ତି କରି ଆମତ୍ ନିର୍ଭରଶୀଳ ହୋଇପାରିଛନ୍ତି। ଏଥିରେ ଈର୍ଷାନ୍ବିତ ହୋଇ କଂଗ୍ରେସ ନିଜେ ପ୍ରାୟୋଜିତ କରି କପୋଳକଳ୍ପିତ ଖବରକୁ ତିଆର କରି ବିଧାୟକଙ୍କ କୁଶ ପୁତ୍ତଳିକା ଦାହ କରିବା ଘଟଣାକୁ ଆମେ ଦୃଢ ନିନ୍ଦା କରୁଛୁ। ରାଜନଗର ବିଧାୟକଙ୍କର କୌଣସି ସ୍ଥାନରେ ହୋଟେଲ ନାହିଁ କିମ୍ବା କୌଣସି ସ୍ଥାନରେ ଜଙ୍ଗଲ ଜମି ଜବରଦଖଲ କରିନାହାନ୍ତି। କଂଗ୍ରେସ ମିଛ ନାଟକ ବନ୍ଦ କରି ଯଦି ବିଧାୟକଙ୍କ ସମ୍ପୃକ୍ତି ଓ ଜବରଦଖଲର କିଛି ପ୍ରମାଣ ଅଛି, ତାହାକୁ ସାର୍ବଜନୀନ କରନ୍ତୁ। ଗତ ପଞ୍ଚାୟତ ନିର୍ବାଚନରେ କଂଗ୍ରେସକୁ ପ୍ରତ୍ୟାକ୍ଷାତ କରିଥିବା ରାଜନଗରବାସୀ ୨୦୨୪ ଏହାର ଉଚିତ ଜବାବ ଦେବେ ବୋଲି ପ୍ରେସ୍‌ ବିବୃତିରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲ ସୁରକ୍ଷା ପାଇଁ ନେଲେ ଶପଥ

କୋକସରା,୨୭।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଧର୍ମଗଡ଼ ବନାଞ୍ଚଳ ଅଧୀନରେ ଥିବା ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ୧୨ହଜାର ୭ ଶହ ୨୨ହେକ୍ଟର ପରିମିତ ଅଞ୍ଚଳରେ ରହିଥିବା ବେଳେ କଳାହାଣ୍ଡି,...

ଗାଡ଼ି ଯାଞ୍ଚବେଳେ ଧରାପଡ଼ିଲେ ଦମ୍ପତ୍ତି

ଦାରିଙ୍ଗବାଡି,୨୭।୧୦(ଅରୁଣ ସାହୁ ): ସ୍କୁଟିରେ ଗଞ୍ଜେଇ ଚୋରାଚାଲାଣ କରୁଥିବା ଅଭିଯୋଗରେ ବ୍ରାହ୍ମଣୀଗାଁ ପୋଲିସ ସ୍ବାମୀ ଏବଂ ସ୍ତ୍ରୀଙ୍କୁ ଅଟକ ରଖିଛି। ମିଳିଥିବା ସୂଚନା ମୁତାବକ, ବ୍ରାହ୍ମଣୀଗାଁ...

ରାସ୍ତା ପାରି ହେଉଥିବା ବେଳେ ମାଡ଼ି ଗଲା ଗାଡ଼ି, ଆଉ ତା’ପରେ…

କୋକସରା,୨୭।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ବିଜୁ ଏକ୍ସପ୍ରେସ ୱେ କଳାହାଣ୍ଡି ଜିଲା କୋକସରା ଥାନା ବେହେରା ପେଟ୍ରୋଲ ପମ୍ପ ନିକଟରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।...

ପୂର୍ବଶତ୍ରୁତାରୁ ବୋମାମାଡ଼: ଜେଲ ଫେରନ୍ତା ଫିଙ୍ଗିଥିଲେ ବୋମା, ସମସ୍ତ ଅଭିଯୁକ୍ତ ଫେରାର

ଦିଗପହଣ୍ଡି,୨୭।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରରେ ଘଟିଥିବା ବୋମାମାଡ ପୂର୍ବଶତ୍ରୁତାକୁ ନେଇ ଘଟିଥିବା ଥାନା ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ପ୍ରକାଶ କରିଛନ୍ତି।...

ସୁଧୁରୁନି ସମସ୍ୟା: ପୁଣି ଖଟିଆରେ ବୁହାହୋଇ ଆସିଲେ ରୋଗୀ

ନୂଆପଡ଼ା,୨୭।୧୦ (ମକାରୁ ବେମାଲ): ଗାଁକୁ ଭଲ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଯାଇପାରିଲା ନାହିଁ। ଫଳରେ ରୋଗୀଙ୍କୁ ୨କି.ମି. ଖଟିଆରେ ବୋହି ଆମ୍ବୁଲାନ୍ସ ନିକଟକୁ ଅଣାଯାଇଥିଲା।...

ନଭେମ୍ବର ୧ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ପୁରୀ,୨୭।୧୦: ନୂଆ ଟେଣ୍ଡର ପାଇଥିବା କମ୍ପାନୀ ବିରୋଧରେ ପୁରୀ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମହାସଂଘ ଅସନ୍ତୋଷ ପ୍ରକାଶ କରି ରବିବାର କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବାକୁ...

ଶିମିଳିପାଳକୁ ଆସିଲା ମହାରାଷ୍ଟ୍ର ମହାବଳ

ଭୁବନେଶ୍ୱର,୨୭ା୧୦: ରାଜ୍ୟରେ ବାଘର ବଂଶ ବିସ୍ତାର ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି ସରକାର। ଏଥିପାଇଁ ମହାରାଷ୍ଟ୍ରରୁ ଏକ ମହାବଳ ବାଘ ଆଣି ମୟୁରଭଞ୍ଜର ଶିମିଳିପାଳରେ ଛଡ଼ାଯାଇଛି।...

ଦାରିଙ୍ଗବାଡ଼ିରେ ବଦଳିଲା ପାଗ: କୁହୁଡ଼ି ସାଙ୍ଗକୁ ଝିପିଝିପି ବର୍ଷା, ଜନଜୀବନ ଅସ୍ତବ୍ୟସ୍ତ

ଦାରିଙ୍ଗବାଡ଼ି,୨୭ା୧୦: ଶୀତ ଦିନ ଆସିଲେ ଦାରିଙ୍ଗବାଡ଼ିକୁ କେହିକେହି ଓଡ଼ିଶାର ଦାର୍ଜିଲିଂ କୁହନ୍ତି ତ ଆଉ କେହି କେହି ଓଡ଼ିଶାର କଶ୍ମୀର ବୋଲି କହିଥାନ୍ତି। ସତରେ ଦାରିଙ୍ଗବାଡ଼ିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri