ବୀରେନ୍ଦ୍ର ଲାକ୍ରାଙ୍କ ନାଁରେ ହତ୍ୟା ଅଭିଯୋଗ

ରାଉରକେଲା ଅଫିସ,୨୭।୬: ଭୁବନେଶ୍ୱର ଇନଫୋସିସ୍‌ ଥାନା ଅଧୀନ ଫ୍ଲାଟ ନଂ-୪୦୧ରେ ଗତ ଫେବୃଆରୀ ୨୮ରେ ରାଉରକେଲାର ଯୁବକ ଆନନ୍ଦ ଟପ୍ପୋଙ୍କ ମୃତ୍ୟୁ ଘଟଣାର ମୋଡ଼ ବଦଳିଛି। ଆନନ୍ଦଙ୍କୁ ହକି ତାରକା ବୀରେନ୍ଦ୍ର ଲାକ୍ରା ହତ୍ୟା କରିଥିବା ମୃତକଙ୍କ ମା’ ବାପା ରବିବାର ରାଉରକେଲାର ଏକ ଘରୋଇ ହୋଟେଲରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଅଭିଯୋଗ କରିଛନ୍ତି।
ମୃତ ଆନନ୍ଦଙ୍କ ବାପା ବନ୍ଧନ ଟପ୍ପୋଙ୍କ ଅଭିଯୋଗ ଅନୁସାରେ, ରାଉରକେଲା ସେକ୍ଟର-୧୮ ସ୍ଥିତ କ୍ୱାର୍ଟର୍ସ ନଂ. ଏ-୫୫ରେ ବନ୍ଦନା ସପରିବାର ରୁହନ୍ତି। ବିରେନ୍ଦ୍ର ଲାକ୍ରାଙ୍କ ସହ ତାଙ୍କର ପିଲାଦିନରୁ ପାରିବାରିକ ସମ୍ପର୍କ ରହିଛି। ଆନନ୍ଦ ଓ ବିରେନ୍ଦ୍ର ପିଲାଦିନର ସାଙ୍ଗ। ଗତ କିଛି ବର୍ଷ ତଳେ ଆନନ୍ଦ ଭୁବନେଶ୍ୱରରେ ରହି ବିଟେକ୍‌ ପାଠ ପଢୁଥିଲେ। ଗତ ଫେବୃଆରୀ ୧୬ରେ ତାଙ୍କର ବିବାହ ହୋଇଥିଲା। ତାଙ୍କ ସ୍ତ୍ରୀ ଝାରସୁଗୁଡା ଜିଲା କୋଲାବିରା ଉକତ୍ଳ ଗ୍ରାମୀଣ ବ୍ୟାଙ୍କରେ ଚାକିରି କରୁଥିବାରୁ ଆନନ୍ଦ ଫେବୃୟାରୀ ୨୭ରେ ସେଠାକୁ ଯାଇଥିଲେ। ସେଠାରୁ ଆନନ୍ଦ ଓ ତାଙ୍କ ଦୁଇ ସାଙ୍ଗ ଚିନୁ ସିଂ ଓ ସୁନନ୍ଦ ତିର୍କୀ ଭୁବନେଶ୍ୱର ଯାଇଥିଲେ। ଚିନୁ ଓ ସୁନନ୍ଦ ଆନନ୍ଦଙ୍କୁ ଭୁବନେଶ୍ୱର ଇନ୍‌ଫୋସିସ୍‌ ଆୟୁଷ ରୋଡିୟମ୍‌ ଫ୍ଲାଟ୍‌ ନଂ-୪୦୧ରେ ଛାଡି ସେଠାରୁ ପଳାଇ ଯାଇଥିଲେ। ଉକ୍ତ ଫ୍ଲାଟ୍‌ରେ ପୂର୍ବରୁ ବୀରେନ୍ଦ୍ର ଲାକ୍ରା ଓ ମଞ୍ଜିତ ଟପ୍ପୋ ରହୁଥିଲେ। ଫେବୃଆରୀ ୨୮ ତାରିଖ ଅପରାହ୍ନ ସାଢ଼େ ୧୨ଟାରେ ବୀରେନ୍ଦ୍ର ଆନନ୍ଦଙ୍କ ବାପା ବନ୍ଧନଙ୍କୁ ଫୋନ୍‌ କରି ଆନନ୍ଦ ଅଚେତ ହୋଇପଡିଥିବା କହିଥିଲେ। ବନ୍ଧନ ସନ୍ଧ୍ୟାରେ କାର୍‌ ଯୋଗେ ଭୁବନେଶ୍ୱରରେ ପହଞ୍ଚତ୍ କ୍ୟାପିଟାଲ ହସ୍ପିଟାଲରେ ତାଙ୍କ ପୁଅଙ୍କୁ ମୃତ ଅବସ୍ଥାରେ ଦେଖିବାକୁ ପାଇଥିଲେ। ଏ ନେଇ ବନ୍ଧନ ବୀରେନ୍ଦ୍ରଙ୍କୁ ପଚାରିବାରୁ ସେ କୌଣସି ଉତ୍ତର ଦେଇ ନ ଥିଲେ। ଅନ୍ୟପଟେ ମୃତ ଆନନ୍ଦଙ୍କ ବେକରେ ଦୁଇଟି କଳାଦାଗ ଥିବାରୁ ସେ ଇନ୍‌ଫୋସିସ ଥାନାରେ ଏ ନେଇ ଅଭିଯୋଗ କରିଥିଲେ। ସେଠାରେ ଥାନାଧିକାରୀ ଏଫ୍‌ଆଇଆର୍‌ ନ ରଖି କେବଳ ଷ୍ଟେଶନ ଡାଏରୀ କରିଥିବା ବନ୍ଧନ ଅଭିଯୋଗ କରିଛନ୍ତି। ପୋଲିସ ପାଖରୁ କୌଣସି ସହଯୋଗ ନ ମିଳିବାରୁ ସେ ରବିବାର ଏକ ଖବରଦାତା ସମ୍ମିଳନୀରେ ଏକଥା ପ୍ରକାଶ କରିଥିବା କହିଛନ୍ତି। ବୀରେନ୍ଦ୍ର ଲାକ୍ରାଙ୍କର ବର୍ତ୍ତମାନ ଫୋନ ସୁଇଚ୍‌ ଅଫ୍‌ ଥିବା ଓ ତାଙ୍କ ସହ କୌଣସି ସମ୍ପର୍କ ରଖି ନ ଥିବା ବନ୍ଧନ ଅଭିଯୋଗ କରିଛନ୍ତି। ଏହି ଖବରଦାତା ସମ୍ମଳିନୀରେ ମୃତକଙ୍କ ମା’ ଆଶ୍ରିତା ଟପ୍ପୋ, ଜିନ୍ଦା ଟପ୍ପୋ, ସାଲୁ ଟପ୍ପୋ ଉପସ୍ଥିତ ଥିଲେ। ଏ ସମ୍ପର୍କରେ ବୀରେନ୍ଦ୍ର ଲାକ୍ରାଙ୍କ ମୋବାଇଲ ନମ୍ବର ୭୦୭୭୬୮୧୩୧୮ରେ ଯୋଗାଯୋଗ କରାଯାଇଥିଲା। ସେ ଫୋନ ରିସିଭ ନ କରିବାରୁ ତାଙ୍କ ମତାମତ ନେବା ସମ୍ଭବ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ଅସହ୍ୟ ଶୀତ: ଚତୁର୍ଥ ଦିନରେ ତୁଷାରପାତ 

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଗତ କିଛିଦିନ ହେଲା କାଶ୍ମୀର ଭଳି ପରିସ୍ଥିତି ଦେଖାଯାଇଛି। ରବିବାରକୁ ମିଶାଇ ଗତ ଚାରିଦିନ ଧରି...

‘ଭୋଟ ଚୋରି’ ବିରୋଧରେ କଂଗ୍ରେସର ପ୍ରଦର୍ଶନ, ରାମଲିଳା ମଇଦାନରେ ଏକାଠି ହେବେ ବହୁ ବରିଷ୍ଠ

ନୂଆଦିଲ୍ଲୀ,୧୪।୧୨: କଂଗ୍ରେସ କଥିତ ନିର୍ବାଚନୀ ଜାଲିଆତି ଏବଂ ‘ଭୋଟ ଚୋରି’ ବିରୋଧରେ ଅଭିଯାନକୁ ତୀବ୍ରତର କରୁଛି। ଡିସେମ୍ବର ୧୪, ୨୦୨୫ ରବିବାର ଦିଲ୍ଲୀର ରାମଲୀଳା ମଇଦାନରେ...

ଜଙ୍ଗଲରେ ହଜିବାରେ ଲାଗିଛି  ଉଇ ହୁଙ୍କା ସଂଖ୍ୟା : ଭୂତଳ ଜଳର ଉତ୍ସ ଚିହ୍ନଟ କରିବାରେ …

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ସୃଷ୍ଟି ଓ ପ୍ରକୃତି ସହ ଜଡିତ ଉଇ ହୁଙ୍କାର ସମ୍ପର୍କ। ହେଲେ ମାତ୍ର ଧୀରେଧୀରେ ଜଙ୍ଗଲରେ ଉଇ ହୁଙ୍କାର ସଂଖ୍ୟା କମିବାରେ...

୨୫ ରେ ତିଲିସିଙ୍ଗି ରେ ପ୍ରଦେଶ ସଭା : ୪ ଦିନ ବ୍ୟାପୀ…

ଭଞ୍ଜନଗର,୧୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ୪ ଦିନ ବ୍ୟାପୀ ନିଖିଳ ଉତ୍କଳ କୁର୍ମି...

‘ଅତିରିକ୍ତ ଶୁଳ୍କ ଲଗାଇଲେ ସମ୍ପର୍କ ଖରାପ ହୋଇପାରେ, କାଥାବାର୍ତ୍ତା ମାଧ୍ୟମରେ…,’ ମେକ୍ସିକୋର ଟାରିଫକୁ ନେଇ ଭାରତ କହିଲା…

ନୂଆଦିଲ୍ଲୀ,୧୪।୧୨: ମେକ୍ସିକୋର କିଛି ଭାରତୀୟ ଉତ୍ପାଦ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ବୃଦ୍ଧି ନିଷ୍ପତ୍ତି ପରେ ଭାରତ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି।...

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

ପୂର୍ବତନ ଆଇଏଏସ ଅଧିକାରୀ ରାଜକୁମାର ଗୋଏଲ ହେବେ ମୁଖ୍ୟ ସୂଚନା କମିଶନର, ସୋମବାର ନେବେ ଶପଥ

ନୂଆଦିଲ୍ଲୀ,୧୪।୧୨: ଅବସରପ୍ରାପ୍ତ IAS ଅଧିକାରୀ ରାଜ କୁମାର ଗୋଏଲ ଦେଶର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର (CIC) ହେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ତାଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri