ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ: ଶେଷରେ ଆଖିବୁଜିଲେ ପୀଡ଼ିତା

କୋରୁକୋଣ୍ଡା,୮୪(ଡି.ଏନ୍‌. ଏ.): ବଳାତ୍କାରର ଶୀକାର ହୋଇଛନ୍ତି ଜଣେ ନାବାଳିକା। ଏଭଳି ଲଜ୍ଜାଜନକ ଘଟଣା ଘଟିଛି ମାଲକାନଗିରି ଜିଲାରେ।
ଗତ କିଛିଦିନ ତଳେ ଏହି ଜିଲାରେ ଏକ ବିବାହ ଅନୁଷ୍ଠିତ ହୋଇଥିଲା। ଉକ୍ତ ବିବାହରେ ଜଣେ ନାବାଳିକା ନାଚ ଗୀତରେ ମସ୍‌ଗୁଲ ଥିଲେ। ଉକ୍ତ ସମୟରେ ନିକଟସ୍ଥ ଗ୍ରାମର ଜଣେ ଯୁବକ ନାବାଳିକାଙ୍କୁ ଡାକି ନିକଟସ୍ଥ ଏକ ଜଙ୍ଗଲ ମଧ୍ୟକୁ ନେଇ ଯାଇଥିଲେ। ଘଟଣା ବିଷୟରେ ଜାଣିପାରି କିଛି ଯୁବକ ଉକ୍ତ ଜଙ୍ଗଲରେ ପହଞ୍ଚିଥିଲେ। ସେମାନେ ନାବାଳିକାଙ୍କୁ ଉଦ୍ଧାରକରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ତେବେ ଗତ ମଙ୍ଗଳବାର ନାବାଳିକା ହଠାତ୍‌ ଅସୁସ୍ଥ ହୋଇପଡିଥିଲେ। ତେଣୁ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରଗଲା। ସେଠାରୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଗଲା। ଶେଷରେ କୋରାପୁଟ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଗଲା। ଶେଷରେ ସେଠାରେ ନାବାଳିକାର ମୃତ୍ୟୁ ଘଟିଥିଲା। ପରେ ପରିବାର ଲୋକେ ନିଜ ଗ୍ରାମ ରଙ୍ଗମାଟିଗୁଡାକୁ ଝିଅକୁ ନେଇ ଆସିଲେ। ସ୍ଥାନୀୟ ସରପଞ୍ଚ ଘଟଣା ସମ୍ପର୍କରେ ଜାଣିବା ପରେ ଓରକେଲ ଥାନାକୁ ଖବର ଦେଇଥିଲେ। ପୋଲିସ ବୁଧବାର ପହଞ୍ଚି ନାବାଳିକାର ମୃତଦେହ ଜବତକରି ବ୍ୟବଚ୍ଛେଦ ପାଇଁ ମାଲକାନଗିରିକୁ ପଠାଇଛି। ପୋଲିସ ଅଭିଯୁକ୍ତଙ୍କ ସମେତ ଅନ୍ୟ ୨ ସାଥୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଥିବା ଚିତ୍ରକୋଣ୍ଡା ଏସ୍‌ଡିପିଓ ସୁନାରାମ ହେମ୍ବ୍ରମ ସୂଚନା ଦେଇଛନ୍ତି।