ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ: ଯୁବକ ଗିରଫ

ବାଲିଶଙ୍କରା,୬।୫(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କିଞ୍ଜିରିକେଲା ଥାନା ଅନ୍ତର୍ଗତ କରୁଆାହାଲ ଗ୍ରାମରେ ବୁଧବାର ରାତିରେ ଜଣେ ନାବାଳିକାଙ୍କୁ ଜଣେ ଯୁବକ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏ ନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଅଭିଯୁକ୍ତ ଯୁବକ ଶିବଶଙ୍କର ବରୁଆ (୩୫)ଙ୍କୁ ଗୁରୁବାର ଗିରଫ କରି ସୁନ୍ଦରଗଡ଼ କୋର୍ଟକୁ ଚାଲାଣ କରିଛି। ଏ ନେଇ କିଞ୍ଜିରିକେଲା ପୋଲିସ କେସ୍‌ ନଂ. ୪୫/୨୧ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଅନ୍ୟପକ୍ଷରେ ପୀଡ଼ିତାଙ୍କୁ ପ୍ରଥମେ କିଞ୍ଜିରିକେଲା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପରେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ସୁନ୍ଦରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।