Posted inଗଜପତି

ଚଢ଼ା ଦରରେ ବିଦେଶୀ ମଦ ବିକ୍ରି ଅଭିଯୋଗ

ରାୟଗଡ଼(ଗଜପତି),୯।୫: ରାୟଗଡ଼ ବ୍ଲକ ସଦର ମହକୁମାଠାରେ ହୋଇଥିବା ଲାଇସେନ୍ସପ୍ରାପ୍ତ ବିଦେଶୀ ମଦ ଦୋକାନରେ ଚଢ଼ା ଦରରେ ମଦ ବିକ୍ରି ହେଉଥିବା ଅଭିଯୋଗ ହେଉଛି। ଏଥିସହ ଖୁଲମଖୁଲା ବେଆଇନ ବିଦେଶୀ ମଦ ଚୋରା ଚାଲାଣ ହେଉଥିବାରୁ ଦୋକାନ ମାଲିକ ଓ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଏ ନେଇ ପୂର୍ବରୁ ଗଣମାଧ୍ୟମରେ ପ୍ରକାଶ ପାଇଲେ ମଧ୍ୟ ବିଭାଗୀୟ ଅଧିକାରୀମାନେ କୌଣସି କାର୍ଯ୍ୟାନୁଷ୍ଠାନ ନ ନେଇ ଚୁପ୍‌ ବସିଥିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ଦେଖାଦେଇଛି। ଏମ୍‌ଆର୍‌ପି ମୂଲ୍ୟରେ ହିଁ ମଦ ବିକ୍ରି କରାଯିବ। ଯଦି କୌଣସି ଦୋକାନୀ ଅଧିକ ଦାମରେ ମଦ ବିକ୍ରି କରୁଛନ୍ତି ତେବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ଏକ ବର୍ଷ ପାଇଁ ତାଙ୍କ ଲାଇସେନ୍ସ ବାତିଲ କରି ଦିଆଯିବ ବୋଲି ସରକାର ଗାଇଡ୍‌ଲାଇନ ଜାରି କରିଥିଲେ ମଧ୍ୟ ଦୋକାନୀ ଏହାକୁ ଖାତିର ନ କରି ନିର୍ଦ୍ଦେଶକୁ ଉଲ୍ଲଂଘନ କରୁଥିବା ସୂଚନା ମିଳିଛି। ଅନ୍ୟପଟେ ପ୍ରତି ମଦ ଦୋକାନର କର୍ମଚାରୀ ୟୁନିଫର୍ମ ପିନ୍ଧିବାକୁ ନିୟମ ଥିବା ବେଳେ ଏଥିରେ ବ୍ୟତିକ୍ରମ ଥିବା ଦେଖିବାକୁ ମିଳୁଛି। ଉକ୍ତ ଦୋକାନୀ ଠିପି ବନ୍ଦ ମଦ ବିକ୍ରି କରିବାକୁ ଅନୁମତି ପାଇଥିବା ବେଳେ ଖୁଲମ୍‌ଖୁଲା ଭାବେ ଠିପି ଖୋଲାରେ ବିଦେଶୀ ମଦ ବିକ୍ରି କରାଯାଉଛି। ଏହା ସହ ସରକାରୀ ନିୟମ ଅନୁସାରେ ଦୋକାନରେ ବିକ୍ରି ହେଉଥିବା ବ୍ରାଣ୍ଡର ଦର ତାଲିକା ବାହାରେ ଲେଖିବାକୁ ନିୟମ ଥିବାବେଳେ ଦୋକାନୀ ଦର ତାଲିକା ନ ଲେଖି ଚଢା ଦରରେ ବିକ୍ରି କରୁଛନ୍ତି । ବିକ୍ରି କରୁଥିବା ବିୟର ପ୍ରିଣ୍ଟ ୧୪୦ ଥିବାବେଳେ ୧୭୦ ଟଙ୍କା ରେ ବିକ୍ରି କରାଯାଉଥିବା ଗ୍ରାହକମାନେ ଅଭିଯୋଗ କରିଛନ୍ତି। ଏଥିପ୍ରତି ବିଭାଗ ତରଫରୁ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସାଧାରଣରେ ଦାବି ହେଉଛି। ଏ ନେଇ ଅବକାରୀ ଆରକ୍ଷୀ ଅଧୀକ୍ଷକ ପ୍ରଭାତ କୁମାର ସେଠୀଙ୍କ ସହ ଯୋଗାଯୋଗ କରାଯିବା ନେଇ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସମ୍ଭବପର ହୋଇନଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପିକ୍‌ନିକ୍‌ ପାଇଁ ଯାଉଥିଲେ, କେନ୍ଦୁଘାଟିରେ ଓଲଟି ପଡ଼ିଲା ଟ୍ରାଭଲର୍‌; ଚାଲିଗଲା ଜଣଙ୍କର ଜୀବନ, ୧୧ ଆହତ

ଗଜପତି,୧୭।୧୧ (ଗିରିଧାରୀ ପରିଛା) – ପିକ୍‌ନିକ୍‌ ଯିବା ହେଲା କାଳ। ପୁଣି ଗଜପତି ଜିଲା ମୋହନା କେନ୍ଦୁଘାଟିରେ ରବିବାର ଦୁର୍ଘଟଣା ଘଟିଛି। ଟ୍ରାଭଲର ଭ୍ୟାନ୍‌ ଓଲଟି...

ଚନ୍ଦ୍ରଗିରି ବନାଞ୍ଚଳରେ ବାଘ ପାଦଚିହ୍ନ

ମୋହନା,୧୫ା୧୧(ମନ୍ମଥ ମିଶ୍ର): ଗଜପତି ଜିଲା ଚନ୍ଦ୍ରଗିରି ବନାଞ୍ଚଳର ଆକିଲି ଅଞ୍ଚଳରେ ବାଘ ଆତଙ୍କ ଦେଖାଦେଇଛି। କିଛିଦିନ ହେଲା ଗଞ୍ଜାମ ଜିଲାର ଦିଗପହଣ୍ଡି ଓ ଚିକିଟି ଅଞ୍ଚଳରେ...

ଘରେ ପଶି ଓକିଲଙ୍କୁ ଏସିଡ୍‌ ମାଡ କରି ଚାଲିଗଲେ ଦୁର୍ବୃତ୍ତ

ଗଜପତି,୯।୧୧(ଗିରିଧାରୀ ପରିଛା)-ଗଜପତି ଜିଲା ପାରଳାଖେମୁଣ୍ଡିର ଜଣେ ପ୍ରତିଷ୍ଠିତ ଓକିଲଙ୍କ ଉପରକୁ ଏସିଡ ମାଡ ହୋଇଛି। ସେ ହେଲେ ପାରଳାଖେମୁଣ୍ଡି ବାର୍‌ ଆସୋସିଏଶନର ବରିଷ୍ଠ ଓକିଲ ପି....

ଅଟୋ ଚଲାଇଲେ ମନ୍ତ୍ରୀ, ବସିଲେ ଏମ୍‌ଏଲ୍‌, ଏମ୍‌ପି

ଗଜପତି,୭।୧୧(ଗିରିଧାରୀ ପରିଛା): ଦିନିକିଆ ଗଜପତି ଜିଲା ଗସ୍ତରେ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ  ଗକୁଳ ମଲ୍ଲିକ। ୨ଦିନ ଧରି ପ୍ରଶାସନିକ ତରଫରୁ ଆୟୋଜିତ ମତ୍ସ୍ୟ...

ସଞ୍ଜ ହେଲେ ଚାଷ ଜମିରେ ବାର୍‌ହା ପଲ

ପାରଳାଖେମୁଣ୍ଡି,୪ା୧୧(ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଅଧୀନ ଜଙ୍ଗଲପାଡୁ, ଉତ୍ତରସେଲି, ବଡନିଳାପୁର, ଗୁରାଣ୍ଡି, ଇଂଲିଶପେଣ୍ଠ, ଗୁରାଣ୍ଡି, ମହାଦେଈପୁର, ଗୋଲା ଗାଁ ଆଦି ଅଞ୍ଚଳରେ ଦିନକୁ...

କୋର୍ଟରେ ବିଜୟୀ ଘୋଷିତ ହେଲେ ପରାଜିତ ପ୍ରାର୍ଥୀ

ପାରଳାଖେମୁଣ୍ଡି/ ମୋହନା,୨୪ା୧୦(ଗିରିଧାରୀ ପରିଛା/ ମନ୍ମଥ ମିଶ୍ର): ଗଜପତି ଜିଲାରେ ୨୦୨୨ରେ ହୋଇଥିବା ପଞ୍ଚାୟତ ନିର୍ବାଚନରେ ମୋହନା ପଞ୍ଚାୟତର ୧୧ ନଂ. ୱାର୍ଡର ଓ୍ବାର୍ଡସଭ୍ୟ ପାଇଁ ଦୁଇ...

ବସ୍‌ ପଛରେ ପିଟିହେଲା ବସ୍‌: ୨୦ ଆହତ

ମୋହନା,୨୧ା୧୦: ଗଜପତି ଜିଲା ମୋହନାର ରାମଗଡ଼ ଘାଟିରେ ଏକ ବସ୍‌ ପଛରେ ଆଉ ଏକ ବସ୍‌ ପିଟିହେବାରୁ ୨୦ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ...

ଗୁହାଳରେ ପଶି ଛେଳିକୁ ଖାଇଲା ବାଘ

ଆର.ଉଦୟଗିରି,୧୭ା୧୦(ମନୋଜ କୁମାର ପାଢ଼ୀ): ଗଜପତି ଜିଲା ଆର.ଉଦୟଗିରି ବନ ବିଭାଗ ଅଧୀନ ଘୋଡାକଣ ଗ୍ରାମଠାରୁ ଅଳ୍ପ ଦୂରରେ ରହୁଥିବା ସୁଜୟ ରାଇକାଙ୍କ ଗୁହାଳରୁ ବାଘ ୩ଟି...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri