ଭୁବନେଶ୍ୱର,୨୫ା୫(ବ୍ୟୁରୋ): ରକ୍ଷକ ହୋଇ ଭକ୍ଷକ ସାଜିଛନ୍ତି କମିଶନରେଟ ପୋଲିସର ଜଣେ କନଷ୍ଟେବଳ। ନାବାଳିକାଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ରଜନୀକାନ୍ତ ଗମାଙ୍ଗ ନାମକ କନଷ୍ଟେବଳ ଗିରଫ ହୋଇଛନ୍ତି। ଜନୈକା ନାବାଳିକାକୁ ୪ ବର୍ଷ ଧରି ସେ ଯୌନ ନିର୍ଯାତନା ଦେଇ ଆସୁଥିବା ଅଭିଯୋଗ ହୋଇଥିଲା।
ନାବାଳିକାଙ୍କୁ ୧୩ ବର୍ଷ ବୟସରୁ ରଜନୀକାନ୍ତ ଯୌନ ନିର୍ଯାତନା ଦେଇ ଆସୁଥିଲେ। ଏପରିକି ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଶୁଟ୍ କରି ବ୍ଲାକମେଲିଂ କରି ଆସୁଥିଲେ। ୫୦ ହଜାର ଟଙ୍କା ଦେଲେ ଭିଡିଓ ଡିଲିଟ୍ କରିବେ ବୋଲି କହୁଥିଲେ। ଶେଷରେ ନିରୁପାୟ ହୋଇ ଚାଇଲ୍ଡଲାଇନ୍ର ସହାୟତା ନେଇଥିଲେ ନାବାଳିକା ଜଣକ। ମଙ୍ଗଳବାର ସେ ଥାନାରେ ଅଭିଯୋଗ କରିବା ପରେ ଆଜି ଅଭିଯୁକ୍ତ କନଷ୍ଟେବଳଙ୍କୁ ମହିଳା ଥାନା ପୋଲିସ ଗିରଫ କରିଛି ।