ଯାତ୍ରାରେ ଧାର୍ମିକ ଭାବନାକୁ ଆଘାତ ଅଭିଯୋଗ: ମଞ୍ଚରେ ଦର୍ଶକଙ୍କ ଭଙ୍ଗାରୁଜା, କଳାକାରଙ୍କୁ ଆକ୍ରମଣ

ସମ୍ବଲପୁର, ୧୧।୯(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ସଦରଥାନା ଅନ୍ତର୍ଗତ ନକ୍ସାପାଲି ଠାରେ ଚାଲିଥିବା ଯାତ୍ରା ମଞ୍ଚକୁ ଚଢ଼ି ଦର୍ଶକଙ୍କ ଭଙ୍ଗାରୁଜା ସହ କଳାକାରଙ୍କୁ ଆକ୍ରମଣ କରାଯାଇଥିବା ଖବର ମିଳିଛି। ମଙ୍ଗଳବାର ସନ୍ଧ୍ଯାରେ ସ୍ଵର୍ଣ୍ଣ ମହଲ ଯାତ୍ରା ଦଳ ପକ୍ଷରୁ ନାଟକ ‘ସ୍ବାମୀ ପାଇଁ ପଛେ ନର୍କକୁ ଯିବି’ ମଞ୍ଚସ୍ଥ ହୋଇଥିଲା। ଏଥିରେ ରହିଥିବା ଏକ ଧର୍ମାନ୍ତରୀକରଣ ଦୃଶ୍ୟରେ କଳାକାରଙ୍କ ଜୀବନ୍ତ ଅଭିନୟକୁ ନେଇ ଦର୍ଶକ ଭାବବିହ୍ବଳ ହୋଇ ପଡ଼ିଥିଲେ।

ଏଥିରେ ଜଣେ ହିନ୍ଦୁ ବ୍ଯକ୍ତିଙ୍କୁ ଗୋମାଂସ ଖୁଆଇବା ଦୃଶ୍ୟ ପ୍ରଦର୍ଶିତ ହୋଇଥିଲା। ଏହା ହିନ୍ଦୁ ଧର୍ମୀୟ ଭାବନାକୁ ଆଘାତ ଦେଇଛି ବୋଲି ଅଭିଯୋଗ କରି ଜଣେ ଉତ୍ଯକ୍ତ ଦର୍ଶକ ସିଧା ମଞ୍ଚ ଉପରକୁ ଉଠିଯାଇ ଚୌକି ଆଦି ଫିଙ୍ଗାଫୋପଡ଼ା ତଥା ମଞ୍ଚ ଭଙ୍ଗାରୁଜା କରିବା ସହ କଳାକାରଙ୍କୁ ମଧ୍ଯ ମାଡ଼ ମାରିଥିଲେ। ଫଳରେ କିଛି ସମୟ ପାଇଁ ଏଠାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇ ସାମୟିକ ଭାବେ ନାଟକଟି ବନ୍ଦ ରହିଥିଲା। ପରେ ସ୍ଥାନୀୟ ଲୋକେ ଏଥିରେ ହସ୍ତକ୍ଷେପ କରି ଉତ୍ଯକ୍ତ ଦର୍ଶକଙ୍କୁ ବୁଝାସୁଝା କରିବାରୁ ଉତ୍ତେଜନା ପ୍ରଶମିତ ହୋଇଥିଲା।

ଏହାପରେ ନାଟକଟି ପୁଣି ଆରମ୍ଭ ହୋଇଥିଲା। କିନ୍ତୁ ଏହି ନାଟକରେ ହିନ୍ଦୁ ବ୍ଯକ୍ତିଙ୍କୁ ଗୋମାଂସ ଖୁଆଇବା ଦୃଶ୍ୟକୁ କାଟି ଦିଆଯାଇଥିଲା। ତେବେ ଅନ୍ଯ କୌଣସି ସ୍ଥାନରେ ମଞ୍ଚସ୍ଥ ହେଉଥିବା ବେଳେ ଉକ୍ତ ନାଟକରେ ହିନ୍ଦୁ ଭାବନା ବିରୋଧୀ ଦୃଶ୍ଯ ରହିଲେ ପରିସ୍ଥିତି ଭୟାବହ ହେବ ବୋଲି ଦର୍ଶକ ଜଣକ ଚେତାବନୀ ଦେଇଛନ୍ତି। ଏଥିରେ କେହି ଆହତ ହୋଇ ନ ଥିବା କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚୋରି ଟ୍ରକ ଘଟଣାରେ ଜଣେ ଗିରଫ ଜଣେ ଫେରାର

ଗୋପାଳପୁର, ୧୭।୯(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଧୀନ ଶନିବାର ବିଳମ୍ବିତ ରାତିରେ ହଳଦିଆପଦର ଗ୍ରାମ ନିକଟରେ ପାର୍କିଂ ଅବସ୍ଥାରେ ଥିବା ଏକ ଟ୍ରକ ଚୋରି...

ସୁଭଦ୍ରା ଯୋଜନାକୁ ନେଇ ମୋଦିଙ୍କୁ ଟାର୍ଗେଟ, ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀଙ୍କୁ…

ଭୁବନେଶ୍ୱର,୧୭।୯: ଓଡ଼ିଶାବାସୀଙ୍କ ପାଇଁ ବହୁ ପ୍ରତିକ୍ଷୀତ ଯୋଜନା ସୁଭଦ୍ରାର ଲୋକାର୍ପଣ ହୋଇଛି । ଆଉ ମହିଳାଙ୍କ ଆକାଉଣ୍ଟକୁ ପଠାଯାଇଛି ଟଙ୍କା । ତେବେ ଏହାକୁ ନେଇ...

ମୋଦିଙ୍କୁ ନେଇ ଷ୍ଟେଜରେ ବଡ଼କଥା କହିଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ମଙ୍ଗଳବାର ସୁଭଦ୍ରା ଯୋଜନାର ଶୁଭାରମ୍ଭ ହୋଇଛି। ନିଜ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱରରେ ପହଞ୍ଚି ଜନତା ମୈଦାନରେ ଏହି...

ଜନ୍ମ ଦିନରେ ମା’ ହିରାବେନଙ୍କୁ ମନେ ପକାଇଛନ୍ତି ମୋଦି

ଭୁବନେଶ୍ୱର,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଓଡ଼ିଶା ଗସ୍ତରେ ଆସି ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ୫ହଜାର...

ଜନତା ମଇଦାନରେ ଚାଲିଥିଲା କାର୍ଯ୍ୟକ୍ରମ, ଏପଟେ ହଠାତ୍‌ ଭୟଙ୍କର ଜାମ୍‌ ହୋଇଗଲା ଭୁବନେଶ୍ୱର

ଭୁବନେଶ୍ୱର,୧୭।୯: ସୁଭଦ୍ରା ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଭୁବନେଶ୍ୱର ଆସି ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମ ଜନତା ମଇଦାନରେ ଅନୁଷ୍ଠିତ ହୋଇଛି। ମୋଦିଙ୍କ...

ଦାରିଙ୍ଗବାଡିରେ ମହିଳାଙ୍କ ବଢ଼ିଲା ଉତ୍ସାହ: ସୁଭଦ୍ରା ଟଙ୍କାପାଇ..

ଦାରିଙ୍ଗବାଡି,୧୭।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ହେଲିପ୍ୟାଡ ପଡିଆଠାରେ ସୁଭଦ୍ରା ଯୋଜନାର ଲୋକାର୍ପିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଓଡ଼ିିଶା ଜୀବିକା ମିଶନର ବିପିଏମ ପିଣ୍ଟୁ ନାୟକଙ୍କ...

‘ଯାହା କହିଥିଲୁ ତାହା ୧୦୦ ଦିନରେ କରି ଦେଇଛୁ’

ଭୁବନେଶ୍ୱର,୧୭।୯: ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରି ଅଭିଭାଷଣ ଦେଇ କହିଛନ୍ତି, ପ୍ରଭୁ ଜଗନ୍ନାଥଙ୍କ କୃପାରୁ ପୁଣି ଓ ଆସିବା ସୌଭାଗ୍ୟ ମିଳିଲା । ନିର୍ବାଚନ ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri