ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୧୯।୪(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ କରାଯାଇଥିବା ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଥିବା ନେଇ ଅଭିଯୋଗ ଆସୁଥିଲେ ମଧ୍ୟ ପୌର କର୍ତ୍ତୃପକ୍ଷ ଦୃଷ୍ଟି ଦେଇନାହାନ୍ତି। ଫଳରେ ପ୍ରତ୍ୟେକ ଉନ୍ନୟନମୂଳକ କାର୍ଯ୍ୟରେ ଦୁର୍ନୀତି ହେଉଥିବାରୁ ପୌରାଞ୍ଚଳବାସୀ ଏହାର ପ୍ରକୃତ ଲାଭ ପାଇ ପାରୁ ନ ଥିବାବେଳେ ଏହି ଦୁର୍ନୀତିଖୋର କର୍ମଚାରୀ ଓ ଠିକାଦାର ସରକାରୀ ଟଙ୍କା ହଡ଼ପ କରି ମାଲାମାଲ ହୋଇଥିବା ଅଭିଯୋଗ ହୋଇଛି।

ପୌରାଞ୍ଚଳରେ ହୋଇଥିବା ନଳକୂପ ଖନନ, ପୋଖରୀ ଖନନ, ମଶା ଧୂଅଁା ତଥା ଅନ୍ୟ ଉନ୍ନୟନମୂଳକ କାର୍ଯ୍ୟରେ ଦୁର୍ନୀତି ହୋଇଛି। ସମସ୍ତ ଉନ୍ନତିମୂଳକ କାର୍ଯ୍ୟର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୁର୍ନୀତିଖୋର କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି।

ସାମାଜିକ କର୍ମୀ ପ୍ରତାପ ପାଢୀ, ଅନନ୍ତ ଦାଶ, ପୂଜା ପାତ୍ର ପ୍ରମୁଖ କହିଛନ୍ତି, ୨୦୨୨ ସ୍ବାୟତ୍ତ ଶାସନ ଦିବସ ପାଳନ ଅବସରରେ ରାଜ୍ୟ ସଭା ସଦସ୍ୟ ମାନସ ରଞ୍ଜନ ମଙ୍ଗରାଜ ଯୋଗଦେଇ ପଟ୍ଟାମୁଣ୍ଡାଇ ପୌର ପରିଷଦ ଦ୍ୱାରା ନିର୍ମିତ ୩ଟି ପ୍ରକଳ୍ପ ସ୍ମାର୍ଟ ପାର୍କ, ଭେଣ୍ଡିଂ ଜୋନ ଓ ପ୍ରେକ୍ଷାଳୟ ଲୋକାର୍ପଣ କରିଥିଲେ। ଇତିମଧ୍ୟରେ ଦେଢବର୍ଷ ବିତିଯାଇଥିଲେ ମଧ୍ୟ ପ୍ରେକ୍ଷାଳୟ ଓ ସ୍ମାର୍ଟ ପାର୍କ କାହାରି କାମରେ ଆସୁନାହିଁ। ଭେଣ୍ଡିଂ ଜୋନ ଅଧାପନ୍ତରିଆ ହୋଇ ରହିଛି।

ସେହିପରି ୨୦୧୮ରେ କଲ୍ୟାଣ ମଣ୍ଡପ ଉଦ୍‌ଘାଟନ ହୋଇ ୫ବର୍ଷ ବିତିଯାଇଥିଲେ ମଧ୍ୟ କୌଣସି ସଭା ସମିତି, ବିବାହ, ବ୍ରତ ଆଦି କାର୍ଯ୍ୟରେ ବ୍ୟବହୃତ ହେଉ ନ ଥିବା ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସେହିପରି ଶିଶୁ ପାର୍କର ସମସ୍ତ ଆସବାବପତ୍ର ବ୍ୟବହାର ହେଉ ନ ଥିବାରୁ ନଷ୍ଟ ହେବାକୁ ବସିଲାଣି। ମୁକ୍ତା ଯୋଜନାରେ ବିଭିନ୍ନ ପ୍ରକଳ୍ପ ଜରିଆରେ ଦୁର୍ନୀତି ହେଉଥିବା ବେଳେ ୨୦ଟି ୱାର୍ଡରେ ୨୮୫ଟି ଜଳ ସଂରକ୍ଷଣ ପ୍ରକଳ୍ପ ବାବଦକୁ ମୋଟ ୧ କୋଟି ୧୩ ଲକ୍ଷ ୫୪ ହଜାର ୩ ଟଙ୍କା ଖର୍ଚ୍ଚ ହୋଇଛି। ମାତ୍ର ସେହି ଜଳ ଅମଳ ପ୍ରକଳ୍ପଗୁଡ଼ିକର ଏବେ ଆଉ ଚିହ୍ନବର୍ଣ୍ଣ ନାହିଁ। କେବଳ ଫଳକ ଦେବାଲ ଅଛି, ଲେଖା ଲିଭିଗଲାଣି, ଜଳ ଅମଳ ପ୍ରକଳ୍ପଗୁଡ଼ିକ ପଡ଼ି ରହିଛି।

ମ୍ୟୁନିସିପାଲିଟି କର୍ତ୍ତୃପକ୍ଷଙ୍କ ଏଭଳି ବେଆଇନ ତଥା ମନୋମୁଖି କାର୍ଯ୍ୟରେ ପୌରାଞ୍ଚଳବାସୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ପଟ୍ଟାମୁଣ୍ଡାଇ ମ୍ୟୁନିସିପାଲିଟି ମାର୍କେଟ କମ୍ପ୍ଲେସ ନିକଟରେ ଏକ ବୟନିକା ବିକ୍ରୟ କେନ୍ଦ୍ର ଗୃହ ନିର୍ମାଣ କରାଯାଇଥିଲା। ସେହି ଘରେ ବୟନିକା ବିକ୍ରୟ କେନ୍ଦ୍ର ୨୦୧୯ ମାର୍ଚ୍ଚ ୬ରେ ଉଦ୍‌ଘାଟିତ ହୋଇଥିଲା। ମାତ୍ର ପରବର୍ତ୍ତୀ ସମୟରେ ସରକାରୀ ଘରୁ ବୟନିକାକୁ ବନ୍ଦ କରାଇ ଜଣେ ବ୍ୟକ୍ତିଙ୍କୁ ଲିଜ ସୂତ୍ରରେ ପ୍ରଦାନ କରାଯାଇଛି। ଅନ୍ୟପକ୍ଷରେ ବିଦ୍ୟୁତ୍‌ ଷ୍ଟ୍ରିଟ ଲାଇଟ ମରାମତି ପାଇଁ ଆସିଥିବା ଗାଡି କାର୍ଯ୍ୟାଳୟରେ ପଡ଼ି ଖତ ଖାଉଛି।

ସେହିପରି କଚେରି ପୋଖରୀ ପୁନରୁଦ୍ଧାର କାର୍ଯ୍ୟ, ଉଠା ଦୋକାନୀମାନଙ୍କୁ ଉପଯୁକ୍ତ ଥଇଥାନ କରିବାକୁ ୧ କୋଟି ୨୦ ଲକ୍ଷ ଟଙ୍କା ବ୍ୟୟରେ ମହାବୀର ବଜାରଠାରେ ଭେଣ୍ଡିଂ ଜୋନ, ୧ କୋଟି ଟଙ୍କା ବ୍ୟୟରେ ମଲ୍ଟି ଷ୍ଟୋରେଡ ମାର୍କେଟ କମ୍ପ୍ଲେକ୍ସ, ଯଜ୍ଞ ପଡିଆର ଉନ୍ନତୀକରଣ କାର୍ଯ୍ୟର ଶୁଭ ଦିଆଯାଇଥିବାବେଳେ ତାହାର ଅଗ୍ରଗତି ହେଉନାହିଁ। ସେହିଭଳି ୧ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ହୋଇଥିବା ଇକୋ-ଟଏଲେଟ କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡିରହିଛି।

ଏହାଛଡା ମ୍ୟୁନିସିପାଲିଟି ପକ୍ଷରୁ ବିଦ୍ୟୁତ୍‌ ସାମଗ୍ରୀ, ବକେଟ, ଡଷ୍ଟବିନ୍‌, ମଶାତେଲ, ବ୍ଲିଚିଂ, ଅଫିସ ସରଞ୍ଜାମ କିଣାରେ ବ୍ୟାପକ ଦୁର୍ନୀତି ହୋଇଛି। ଏହି ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ପଟ୍ଟାମୁଣ୍ଡାଇ କଂଗ୍ରେସ କମିଟି ପକ୍ଷରୁ ଦିଲୀପ ସେଠୀ, ରମାକାନ୍ତ ଦାଶ, ଧନେଶ୍ୱର ଦାଶ, ଅଶ୍ୱନୀ ପାତ୍ର, ତପନ ପାତ୍ର ନିରଞ୍ଜନ ସେଠୀ ପ୍ରମୁଖ ରାଜ୍ୟ ସରକାର ଓ ଜିଲା ପ୍ରଶାସନ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଦାବି କରିଛନ୍ତି। ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇ ପୌର ନିର୍ବାହୀ ଅଧିକାରୀ ଅଜିତ ନାରାୟଣ ଗିରିଙ୍କୁ ପଚାରିବାରେ ଆଗରୁ ଯେଉଁ ସବୁ କାର୍ଯ୍ୟ ହୋଇଛି ତାହା ଉପରେ ତଦନ୍ତ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୋଇ ନ ଥିବା ପ୍ରକଳ୍ପ କାମ ଶୀଘ୍ର ଆରମ୍ଭ କର

ଭବାନୀପାଟଣା,୧୭ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ଜିଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଗୁରୁବାର ପଞ୍ଚାୟତିରାଜ ଓ ପାନୀୟ ଜ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ...

୨୦ରୁ ଊର୍ଦ୍ଧ୍ୱ ଟ୍ରେନ ବାତିଲ

ରାଉରକେଲା,୧୭।୧୦(ସଙ୍ଗୀତା ଜେନା): ଦକ୍ଷିଣ ପୂର୍ବ ରେଳବାଇ ପକ୍ଷରୁ ମରାମତି ଓ ଅନ୍ୟ କାର୍ଯ୍ୟ ପାଇଁ ଗୁରୁବାର ଏବଂ ଶୁକ୍ରବାର ୨ ଦିନ ଧରି ୨୦ରୁ ଊର୍ଦ୍ଧ୍ୱ...

ଅକ୍ଟୋବର ୨୧, ୨୮ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି: କରିବାକୁ ହେବ ଆଗୁଆ ପଞ୍ଜୀକରଣ

ଭୁବେନେଶ୍ୱର,୧୭।୧୦: ଅକ୍ଟୋବର ୨୧ ଏବଂ ୨୮ରେ ଅନୁଷ୍ଠିତ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି। ୧୮ତାରିଖ ପୂର୍ବାହ୍ନ ୧୧ରୁ ଆଗୁଆ ଅନ୍‌ଲାଇନ ପଞ୍ଜୀକରଣ ଆରମ୍ଭ ହେବ।...

କନ୍ୟା ସନ୍ତାନକୁ ଜନ୍ମ ଦେଲେ ଦଶମ ଶ୍ରେଣୀ ଛାତ୍ରୀ: ଅଭିଯୁକ୍ତ ଥାନାରେ ଅଟକ

ଥୁଆମୂଳ ରାମପୁର,୧୭।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଜଣେ ଦଶମ ଶ୍ରେଣୀ ଛାତ୍ରୀ ମା’...

ସ୍ତ୍ରୀ, ଶାଶୁଙ୍କୁ ହତ୍ୟା କରି ଫିଙ୍ଗିଥିଲେ: ଖପୁରି ହାଡ଼ ଟାଣି ଖାଉଥିଲା କୁକୁର

ବାସୁଦେବପୁର,୧୭।୧୦(ନାରାୟଣ ପ୍ରସାଦ ବାରିକ୍‌):  ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବାଲିମୁଣ୍ଡା ପଞ୍ଚାୟତର ପାଞ୍ଚଘେରିଆ ଗାଁରେ ଯୋର ନିକଟରୁ ଅଖା ବସ୍ତାରୁ ମଣିଷ ଖପୁରି ହାଡ଼...

ଦୁର୍ଗାପୂଜା କମିଟି ସଦସ୍ୟ ଆଶୁତୋଷ ମୃତ୍ୟୁ ମାମଲା: ହତ୍ୟା ଅଭିଯୋଗ ଆଣିଲେ ଭଉଣୀ 

ବାରିପଦା,୧୭ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ)- ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ଖଇରବଣିଠାରେ ବେତନଟୀ ବସ୍‌ଷ୍ଟାଣ୍ଡ ଦୁର୍ଗାପୂଜା କମିଟି ସଦସ୍ୟ ଆଶୁତୋଷ ବେହେରାଙ୍କ ମୃତ୍ୟୁ ଘଟଣାରେ ପୋଲିସର...

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼

ଯାଜପୁର,୧୭ା୧୦(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳିରେ ରାଜନୈତିକ ଆକ୍ରୋଶ କ୍ରମଶଃ ବଢିବାରେ ଲାଗିଛି। ବିଜେଡି, ଭାଜପା ଓ ସ୍ବାଧୀନ ବିଧାୟକ ସମର୍ଥକଙ୍କ ମଧ୍ୟରେ...

ନଷ୍ଟ କରାଗଲା ୧ କୁଇଣ୍ଟାଲ ଆଇସ୍‌କ୍ରିମ

ରାଉରକେଲା,୧୭।୧୦(ସଙ୍ଗୀତା ଜେନା): ବିନା ଲାଇସେନ୍ସ ଏବଂ ଅସ୍ବାସ୍ଥ୍ୟକର ପରିବେଶରେ ଆଇସ୍‌କ୍ରିମ୍‌ ପ୍ରସ୍ତୁତ କରି ମାର୍କେଟକୁ ବିକ୍ରି ପାଇଁ ପଠାଯାଉଥିଲା। ଆଇସ୍‌କ୍ରିମ୍‌ ପ୍ୟାକେଟ୍‌ ଉପରେ ବ୍ୟାଚ୍‌ ନମ୍ବର,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri