ବାତ୍ୟା ଆଶ୍ରୟସ୍ଥଳ ଛାତରୁ ଖସି ୫ ବର୍ଷୀୟା ଝିଅଙ୍କ ମୃତ୍ୟୁ ଅଭିଯୋଗ

ଝରିଗାଁ,୨୭।୧୦(କିଶୋର ଚନ୍ଦ୍ର ମଣ୍ତଳ)ନବରଙ୍ଗପୁରରୁ ଭୁବନେଶ୍ୱର ଯାଇ କାମ କରୁଥିବା ଏକ ଦମ୍ପତିଙ୍କ ୫ ବର୍ଷୀୟା ଝିଅ ଶୁକ୍ରବାର ଏକ ବାତ୍ୟା ଆଶ୍ରୟସ୍ଥଳ ଛାତରୁ ଖସି ପ୍ରାଣ ହରାଇଛନ୍ତି। ମୃତକ ହେଲେ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ୍‌ ବାଣୁଆଗୁଡ଼ା ପଞ୍ଚାୟତ କୁହୁରାକୋଟ ଗ୍ରାମର ଜୟସିଂ କମାରଙ୍କ ଝିଅ ଧନଦେଈ। ଶନିବାର ଧନଦେଈଙ୍କ ମୃତଦେହ ଆମ୍ବୁଲାନ୍ସ ଯୋଗେ କୁହୁରାକୋଟ ଗଁାରେ ପହଞ୍ଚତ୍ଥିଲା। ମୃତକଙ୍କ ମା’ ନୀଳା କମାରଙ୍କ ଅଭିଯୋଗକ୍ରମେ ଝରିଗାଁ ପୋଲିସ କେସ୍‌ ନଂ.୨୨/୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ମୃତଦେହ ବ୍ୟବଚ୍ଛେଦ କରାଇଥିଲା। ଅପରାହ୍ନ ପ୍ରାୟ ୪.୩୦ରେ ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଭୁବନେଶ୍ୱରର ବାତ୍ୟା ଆଶ୍ରୟସ୍ଥଳରେ ଧନଦେଈଙ୍କ ମୃତ୍ୟୁ ହେଲା, ତେବେ ସ୍ଥାନୀୟ ପ୍ରଶାସନ କାହିଁକି ମୃତଦେହ ବ୍ୟବଚ୍ଛେଦ କରାଇଲେ ନାହିଁ। ତରବରିଆ ଭାବେ କମ୍ପାନୀ କର୍ତ୍ତୃପକ୍ଷ କ’ଣ ପାଇଁ ମୃତଦେହକୁ କୁହୁରାକୋଟ ପଠାଇଦେଲେ ତାହାର ତଦନ୍ତ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସୂଚନାନୁଯାୟୀ ପ୍ରାୟ ଦେଢ଼ ମାସ ତଳେ ଜୟସିଂ ଏବଂ ତାଙ୍କ ସ୍ତ୍ରୀ ୫ ଝିଅପୁଅଙ୍କୁ ଧରି କାମ କରିବାକୁ ଭୁବନେଶ୍ୱରକୁ ଆସିଥିଲେ। ସେ ପୁରୀ କେନାଲ ରୋଡ୍‌ ଅଞ୍ଚଳରେ ରହି ଏକ କମ୍ପାନୀରେ କାମ କରୁଥିଲେ। ତେବେ ବାତ୍ୟା ଦାନା ପାଇଁ ସ୍ଥାନୀୟ ପ୍ରଶାସନ ସେଠାରେ କାମ କରୁଥିବା ପ୍ରାୟ ୩୦୦ ଶ୍ରମିକଙ୍କୁ ଏକ ବାତ୍ୟା ଆଶ୍ରୟସ୍ଥଳକୁ ୨୪ ତାରିଖରେ ସ୍ଥାନାନ୍ତର କରିଥିଲା। ୨୫ ତାରିଖ ସକାଳୁ ଜୟସିଂ ଏବଂ ନୀଳା ଶୌଚହେବା ନେଇ ବାତ୍ୟା ଆଶ୍ରୟସ୍ଥଳରୁ ବାହାରକୁ ଯାଇଥିଲେ। ଏହି ସମୟରେ ଉପର ମହଲାରେ ସେମାନଙ୍କ ଝିଅପୁଅ ଶୋଇଥିଲେ। ଦୁହେଁ ଶୌଚ କାମ ସାରି ଫେରିବାବେଳକୁ ଝିଅ ଧନଦେଈ ନ ଥିବା ଦେଖି ସେମାନେ ଖୋଜାଖୋଜି କରିଥିଲେ। ତେବେ ଛାତରୁ ପଡ଼ି ଝିଅଙ୍କ ମୃତ୍ୟୁ ହୋଇଥିବା ପରେ ଅନ୍ୟମାନଙ୍କ ଠାରୁ ଜାଣିବାକୁ ପାଇଥିଲେ। ମୃତଦେହ ଆମ୍ବୁଲାନ୍ସରେ ରଖାଯାଇଛି। ଏହାକୁ ନେଇ ଗାଁକୁ ଯିବାକୁ କମ୍ପାନୀ ସଦସ୍ୟ କହିବା ସହ ୪୫ ହଜାର ଟଙ୍କା ଦେଇଥିଲେ ବୋଲି ନୀଳା ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ଆମ୍ବୁଲାନ୍ସ ଶନିବାର ସକାଳେ ଗାଁରେ ପହଞ୍ଚତ୍ବା ପରେ ଜୟସିଂ ଓ ନୀଳା ଗ୍ରାମବାସୀଙ୍କୁ କହିଥିଲେ। ଗ୍ରାମବାସୀଙ୍କ ସହାୟତାରେ ସେମାନେ ଝରିଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଝରିଗାଁ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି ବୋଲି ଏଏସ୍‌ଆଇ ବେଦବ୍ୟାସ ବଞ୍ଜରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାଳନ୍ଦୀ-ନାଳିଆ ନଦୀରେ ବନ୍ୟା, ୬ ହଜାର ଲୋକ ପାଣିଘେରରେ

ତିହିଡ଼ି,୨୭ା୧୦(ସଞ୍ଜିତ ବଳ): ବାତ୍ୟା ଦାନା ପରେ ସାଳନ୍ଦୀ ଓ ନାଳିଆ ନଦୀରେ ବନ୍ୟା ଆସିଛି। ଯାହାଫଳରେ ଭଦ୍ରକ ଜିଲା ତିହଡ଼ି ବ୍ଲକ ଅଧୀନ ବିଲଣା ଓ...

ମଦ ପିଇବା ପାଇଁ ସ୍ତ୍ରୀଙ୍କୁ ଟଙ୍କା ମାଗିଲେ ସ୍ବାମୀ, ନ ଦେବାରୁ ନେଲେ ଏମିତି ପଦକ୍ଷେପ…

ତୁମୁଡ଼ିବନ୍ଧ,୨୭ା୧୦(ଦୀପକ କୁମାର ପରାସେଠ): ନୃଶଂସ ସ୍ବାମୀଙ୍କର ଅମାନୁଷିକ କାଣ୍ଡ। ମଦ୍ୟପାନ ପାଇଁ ସ୍ବାମୀ ଟଙ୍କା ମାଗିବା ପରେ ସ୍ତ୍ରୀ ଟଙ୍କା ନ ଦେବାରୁ ଛୁରିରେ ସ୍ତ୍ରୀଙ୍କ...

ପ୍ରଭୁଙ୍କୁ ସମର୍ପି ଦେଇଥିଲି ପ୍ରଥମ ଦରମା

ମୋ ଭଳି ଆର୍ଥତ୍କ ଅସ୍ବଚ୍ଛଳ ସଂଘର୍ଷରତ ନିମ୍ନ ମଧ୍ୟବିତ୍ତ ବର୍ଗର ସ୍ବପ୍ନୀଳ ଛାତ୍ରମାନେ ସବୁବେଳେ ଏକ ପ୍ରାପ୍ତି-ଅପ୍ରାପ୍ତିର ଆତଙ୍କିତ ସମୟ ଭିତରେ ଗତି କରନ୍ତି ଜଣେ...

ଭୁବନେଶ୍ୱରରରେ ଲାଗିବ ଆଇପି କ୍ୟାମେରା

ଭୁବନେଶ୍ୱର,୨୭ା୧୦(ସୂର୍ଯ୍ୟକାନ୍ତ ବେହେରା): ରାଜଧାନୀର ବିଭିନ୍ନ ଆପାର୍ଟମେଣ୍ଟକୁ ଟାର୍ଗେଟ କରି ଲୁଟେରାମାନେ ଲୋକଙ୍କ ଟଙ୍କା ଓ ସୁନା ଗହଣା ନେଇ ଫେରାର ହୋଇଯାଉଛନ୍ତି। ଅତ୍ୟାଧୁନିକ କ୍ୟାମେରା ବ୍ୟବସ୍ଥା ନ...

ବିଜେଡି ବିଧାୟକଙ୍କୁ ଅଣଦେଖା: ଗଣେଶ୍ୱର

କେନ୍ଦ୍ରାପଡ଼ା,୨୭ା୧୦(ଜଗନ୍ନାଥ ଧଳ)ବାତ୍ୟା ‘ଦାନା’ ପ୍ରଭାବରେ କ୍ଷୟକ୍ଷତିର ଆକଳନ ଚାଲିଛି। ଏହି ସମୟରେ ଶାସକ ଓ ବିରୋଧୀ ଦଳର କଳି ଆରମ୍ଭ ହୋଇଛି। ବାତ୍ୟା ପରିଚାଳନାରେ ଶାସକ...

୧୦୮ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ମାନବିକତା: ବାତ୍ୟାବେଳେ ଅସୁସ୍ଥ ମହିଳାଙ୍କୁ ବୋହି ଆମ୍ବୁଲାନ୍ସ ଯାଏ ଆଣିଲେ

ରାଜନଗର,୨୭ା୧୦(ଭାସ୍କର ରାଉତରାୟ): ବାତ୍ୟା ‘ଦାନା’ ତାଣ୍ଡବ ଆରମ୍ଭ ହେବା ପୂର୍ବରୁ ରାଜନଗରରେ ବର୍ଷା ଆରମ୍ଭ ହୋଇଯାଇଥିଲା। ଏହି ସମୟରେ ରାଜନଗର ବ୍ଲକ ଡେରା ପଞ୍ଚାୟତ କାଠୁଆଗଣ୍ଡ...

ଗଣମାଧ୍ୟମରେ ଏଆଇ ବ୍ୟବହାରର ତର୍ଜମା ହେଉ: ଏନ୍‌. ରାମ

ଭୁବନେଶ୍ୱର,୨୭ା୧୦(ଅନିଲ ଦାସ): ମିଡିଆ ସଂସ୍ଥାଗୁଡ଼ିକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବ୍ୟବହାରର ତର୍ଜମା କରନ୍ତୁ ବୋଲି ‘ଦି ହିନ୍ଦୁ’ର ପୂର୍ବତନ ଏଡିଟର୍‌-ଇନ୍‌-ଚିଫ୍‌ ଏନ୍‌.ରାମ କହିଛନ୍ତି। ଶନିବାର ପ୍ରେସ୍‌...

ବନ୍ୟା ସ୍ଥିତି: ୧୦ ଗାଁ ବିଚ୍ଛିନ୍ନ

ବାଲେଶ୍ୱର(ବାଞ୍ଛାନିଧି ଦେ)/ ନୀଳଗିରି(ପ୍ରଶାନ୍ତ ବିଶ୍ୱାଳ), ୨୭।୧୦: ବାତ୍ୟା ‘ଦାନା’ ପ୍ରଭାବରେ ଦୁଇଦିନ ଧରି ଲଗାଣ ବର୍ଷା ଯୋଗୁ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି। ଉପରମୁଣ୍ଡରେ ହୋଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri