କୋକସରା,୨୯।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ବିଷାକ୍ତ ସାପ କାମୁଡାରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ ହୋଇଛି। କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ସାନ ପୋଡାଗୁଡା ପଞ୍ଚାୟତ ମଙ୍ଗଳପୁର ଗ୍ରାମରେ ଏଭଳି ଘଟଣା ସାମ୍ନାକୁ ଆସିଛି। ମୃତକ ହେଲେ ବନମାଳି ମାଝୀ(୪୦)।
ସୂଚନାଯୋଗ୍ୟ, ବୁଧବାର ରାତିରେ ଶୋଇଥିବା ବେଳେ ଏକ ବିଷଧର ସାପ କାମୁଡିବାରୁ ବନମାଳି ଗୁରୁତର ହୋଇଥିଲେ। ବିଳମ୍ବିତ ରାତିରେ ଧର୍ମଗଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭବାନୀପାଟଣା ହସ୍ପିଟାଲକୁ ସ୍ଥାନାନ୍ତର କରୁଥିବା ବେଳେ ଅଧା ବାଟରେ ତାଙ୍କ ମୃତ୍ୟୁ ଘଟିଥିଲା। ଘଟଣା ସମ୍ପର୍କରେ ଖବର ପାଇ ଗୋତୋମୁଣ୍ଡା ଫାଣ୍ଡି ଏଏସଆଇ ମନୋଜ କୁମାର ନାଏକ ପହଞ୍ଚି ମୃତଦେହ ଜବତ କରିଥିବା ଜଣାପଡ଼ିଛି । କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ମଙ୍ଗଳପୁର ଗସ୍ତରେ ଥିବାବେଳେ ଖବରପାଇ ସେ ମୃତକଙ୍କ ଘରକୁ ଯିବା ସହ ମୃତଦେହ ବ୍ୟବଚ୍ଛେଦ ପଠାଇବାର ବ୍ୟବସ୍ଥା କରିଥିଲେ। କୋକସରା ଡାକ୍ତରଖାନାରେ ବ୍ୟବଚ୍ଛେଦ ଗୃହରେ ମୃତଦେହକୁ ରଖାଯାଇଛି। ଶୁକ୍ରବାର ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ ବୋଳି ନେୟପାଲିସ କହିଛି। ଏନେଇ ଆମପାଣି ଥାନାରେ କେଶ ନମ୍ବର ୪/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଜଣାପଡିଛି।