ଆଖି ବାନ୍ଧି କଲେଜ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ

ଗଞ୍ଜାମ,୪।୭(ବିଦ୍ୟାଧର ସାହୁ ): ଗଞ୍ଜାମ ଥାନା ଅନ୍ତର୍ଗତ ପୁଇଁତୋଳା ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଥିବା ଜଣା ପଡିଛି l ଘରେ କେହି ନ ଥିବା ସୁଯୋଗରେ କେହି ଦୃର୍ବୁତ୍ତ ଛାତ୍ରୀଙ୍କ ଆଖିକୁ ଏକ ଲୁଗାରେ ବାନ୍ଧିବା ସହ ହଟାଗୋଡ଼କୁ ମଧ୍ୟ ରଶିରେ ବାନ୍ଧି ଅସଦାଚରଣ କରିଥିବା ଜଣା ପଡିଛି l ଘଟଣା ସ୍ଥଳରୁ ମିଳିଥିବା ସୂଚନା ଅନୁଯାଇ ମା’ ଓ ଭାଇ ମେଡିକାଲ ଯାଇଥିଲେ l ଛାତ୍ରୀ ଜଣକ ଦାଣ୍ଡ ଗ୍ରିଲ ଚାବି ପକାଇ ରୋଷଇ ଘରେ ଭାତ ଗାଳୁଥିଲେ l ଘରେ ଛାତ୍ରୀ ଜଣକ ଏକୁଟିଆ ଥିବା ଜାଣି ଦୃର୍ବୁତ୍ତ ବାରିପଟୁ ଆସି ପ୍ରଥମେ ଛାତ୍ରୀଙ୍କ ଆଖିକୁ ବାନ୍ଧି ଦେଇଥିଲେ ଓ ପରବର୍ତୀ ସମୟରେ ହାତଗୋଡ଼ ବାନ୍ଧିଦେଇଥିଲେ l ଭାଇ ଓ ମା’ ମେଡିକାଲରୁ ଫେରି ଘରକୁ ଆସିଲା ପରେ ଝିଅ ଡରି ସବୁକଥା କହିଥିଲେ l ଏନେଇ ପରିବାର ଲୋକ ପୋଲିସକୁ ଖବର ଦେବା ପରେ ଗଞ୍ଜାମ ଥାନା ମହିଳା ଏସଆଇ ସୁପ୍ରଭା ସାହୁ ଘଟଣା ସ୍ଥଳରେ ପହଞ୍ଚିି ଘଟଣାର ଛାନଭିନ୍ନ ଆରମ୍ଭ କରିଛନ୍ତି l ବିଭିନ୍ନ ଦିଗକୁ ନେଇ ପୋଲିସ ତଦନ୍ତ କରୁଥିବା ବେଳେ ଛାତ୍ରୀଙ୍କ ବୟାନ ରେକର୍ଡ କରାଯାଇଛି l ଏଥିସହ ଲୁଗା ଓ ରଶି ପୋଲିସ ଜବତ କରିଛି l ରଶି ଓ ଲୁଗାର ଫିଙ୍ଗରପ୍ରିଣ୍ଟ ଓ ସନ୍ଧନୀ କୁକୁର ସାହାର୍ଯ୍ୟରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି l ଏଭଳି ଘଟଣା ସ୍ଥାନୀୟ ଅଂଚଳରେ ପ୍ରଥମ ଘଟଣା ବୋଲି ଗ୍ରାମର ଜଣେ ବ୍ୟକ୍ତି ସୂଚନା ଦେଇଛନ୍ତି l

Share