ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ: ଯୁବକ ଗିରଫ

ମୋରଡ଼ା, ୮।୭(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗରେ ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଛି। ଗିରଫ ଯୁବକ ହେଲେ ଉଫାଲଗଡିଆ ଗ୍ରାମର ଶ୍ୟାମସୁନ୍ଦର ଟୁଡୁ। ଅସଦାଚରଣ ନେଇ ମୋରଡ଼ା ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ଏକ ମାମଲା (ନଂ.୨୪୭/୨୩) ରୁଜୁ କରି ଶ୍ୟାମସୁନ୍ଦରଙ୍କୁ ଗିରଫ ପରେ କୋର୍ଟଚାଲାଣ କରିଛି।

Share