Advertisement

ପୂର୍ବ ଶତ୍ରୁତାରୁ ବୃଦ୍ଧଙ୍କ ଗଳାକାଟି ହତ୍ୟା ଅଭିଯୋଗ

କାମାକ୍ଷାନଗର,୧୭ା୨(ଅମ୍‌ଜାନ୍‌ ଖାନ୍‌): ଢେଙ୍କାନାଳ ଜିଲା କଙ୍କଡାହାଡ଼ ଥାନା ମରୁଆବିଲି ପଞ୍ଚାୟତ କଣ୍ଡାର ଗ୍ରାମରେ  ଧର୍ମାନନ୍ଦ ଦେହୁରୀ ନାମକ ଜଣେ ବ୍ୟକ୍ତିଙ୍କୁ କେହି ଦୁର୍ବୃତ୍ତ ପୂର୍ବ ଶତ୍ରୁତାକୁ ନେଇ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ଶୁକ୍ରବାରଠାରୁ ଧର୍ମାନନ୍ଦ ଘରୁ ଆସିଥିବା ବେଳେ ଆଉ ଘରକୁ ଫେରି ନ ଥିଲେ। ବିଳମ୍ବିତ ରାତିଯାଏ ପରିବାର ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ପାଇ ନ ଥିଲେ। ଆଜି ସକାଳୁ ଘରଠୁ କିଛି ଦୂରରେ ମୃତଦେହ ପଡ଼ିଥିବାର ଦେଖିବାକୁ ମିଳିଥିଲା। ଅନ୍ୟ ଏକ ଜାଗାରେ ହତ୍ୟା କରାଯାଇ ପରବର୍ତ୍ତୀ ସମୟରେ ସେଠାରୁ ଘୋଷାଡ଼ି ଘୋଷାଡ଼ି ଆଣି ଅନ୍ୟ ଏକ ସ୍ଥାନରେ ଫିଙ୍ଗି ଦିଆଯାଇଛି।

ସୂଚନାନୁସାରେ, କିଛିବର୍ଷ ପୂର୍ବେ ଧର୍ମାନନ୍ଦଙ୍କୁ ମରଣାତ୍ମକ ଆକ୍ରମଣ କରାଯାଇଥିଲା। ଜୀବନ ବଞ୍ଚାଇ ସେ ସମୟରେ ଘରକୁ ପଳାଇ ଆସିଥିଲେ। କିନ୍ତୁ କାଲି ବିଳମ୍ବିତ ରାତିରେ ଏକ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ କାମାକ୍ଷାନଗର ଏସ୍‌ଡିପିଓ ପ୍ରଭାତ କୁମାର ତ୍ରିପାଠୀ,କଙ୍କଡାହାଡ଼ ଥାନା ଅଧିକାରିଣୀ କଳ୍ପନା ବେହେରାଙ୍କ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରୁଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share
Tags: murder