Categories: ଖେଳ

ଫସିଲେ ପାକିସ୍ତାନ ଅଧିନାୟକ: ଯୁବତୀଙ୍କ ସହ ବ୍ୟକ୍ତିଗତ ଫଟୋ, ଭିଡିଓ ଭାଇରାଲ

ଇସଲାମାବାଦ୍‌,୧୭।୧: ପାକିସ୍ତାନୀ ଅଧିନାୟକ ବାବର ଆଜମ ପୁଣି ଥରେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଏବଂ କିଛି ଫଟୋ ଭାଇରାଲ ହୋଇଛି। ଯେଉଁଥିରେ ସେ ଯୁବତୀଙ୍କ ସହିତ ଆପତ୍ତିଜନକ ଚାଟ ଏବଂ ଭିଡିଓ କରୁଥିବା ଦେଖିବାକୁ ମିଳିଛି।
ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଫଟୋ ଏବଂ ଭିଡିଓ ବିଷୟରେ ବାବର ଜଣେ ସାଥୀ ଖେଳାଳିଙ୍କ ଗର୍ଲଫ୍ରେଣ୍ଡଙ୍କ ସହ ଏହି ଚାଟ କରୁଥିବା ଦାବି କରାଯାଇଛି। ବାବରଙ୍କ ସହ ଏହା ପ୍ରଥମ ଘଟଣା ନୁହେଁ, ୨୦୨୦ରେ ଜଣେ ମହିଳା ତାଙ୍କ ନାଁରେ ଶାରୀରିକ ନିର୍ଯାତନା ଅଭିଯୋଗ ଆଣିଥିଲେ।

Share