ମାଟି, ମୋରମ ଚୋରି ଅଭିଯୋଗ

ଗଞ୍ଜାମ,୯ା୯(ବିଦ୍ୟାଧର ସାହୁ): ରାଜ୍ୟ ସରକାରଙ୍କ ମୁକ୍ତା ଯୋଜନାରେ ଗଞ୍ଜାମ ସହରର ବିଭିନ୍ନ ଓ୍ବାର୍ଡର ଉନ୍ନତିକରଣ କାର୍ଯ୍ୟ ଚାଲିଛି। ସାହିଗୁଡିକୁ ସଂଯୋଗ ଥିବl ବିଭିନ୍ନ ରାସ୍ତା ମରାମତି କାର୍ଯ୍ୟ ଜାରୀ ରହିଛି l ରାସ୍ତା ପାର୍ଶରୁ ମାଟି ଖୋଳା ଯାଇ ସେଠାରେ ଗୋଡ଼ି ସିମେଣ୍ଟରେ ତିଆରି ଡିଜାଇନ ପଥର ପକାଯାଉଛି l ସେଠାରୁ ବାହାରୁ ଥିବା ମାଟି ଓ ମୋରମକୁ କିଛି ଅସାଧୁ ବ୍ୟକ୍ତି ଟ୍ରିପ୍‌ ପିଛା ୭ ଶହର ୮ ଶହ ଟଙ୍କାରେ ପ୍ରାଇଭେଟରେ ବିକ୍ରି କରାଯାଉଥିବା ଅଭିଯୋଗ ହେଉଛି। ଜନ୍ମାଷ୍ଟମୀ, ଦ୍ୱିତୀୟ ଶନିବାର ଓ ରବିବାର ତିନି ଦିନ ସରକାରୀ କାର୍ଯ୍ୟାଳୟ ତଥା ଏନ୍‌ଏସି ଓ ତହସିଲ ଅଫିସ ଛୁଟି ଥିବାରୁ ଅସାଧୁ ବ୍ୟକ୍ତିମାନେ ମାଟି ଚୋରି କରି ପ୍ଲଟ୍‌ ମାଫିଆଙ୍କ ହାତକୁ ଟେକି ଦେଇଥିବା ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏସମ୍ପର୍କରେ ଏନଏସି ଇଓ ଅବିନାଶ ମିଶ୍ରଙ୍କ ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବପର ହୋଇପାରିନାହିଁ l ସହରର ଜଣେ ମୁଷ୍ଟିମେୟ ବ୍ୟକ୍ତିଙ୍କ ଇସାରାରେ ଏହି ସବୁ କାର୍ଯ୍ୟ ଚାଲିଥିବା ସହରରେ ଚର୍ଚ୍ଚା ହେଉଛି l