ଦୁଇ ନାବାଳିକାଙ୍କୁ ୬୨ ବର୍ଷୀୟ ବୃଦ୍ଧଙ୍କ ଅସଦାଚରଣ ଅଭିଯୋଗ

ବାଲେଶ୍ୱର ଅଫିସ,୬ା୬: ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକ ବଜାରରେ ଥିବା ଏକ ଦୋକାନକୁ ଥଣ୍ଡା ପାନୀୟ ଆଣିବାକୁ ଯାଇଥିବା ବେଳେ ୬୨ ବର୍ଷୀୟ ଦୋକାନୀ ଦୁଇ ନାବାଳିକାଙ୍କୁ ଅସଦାଚରଣ କରିଥିବା ଜଳେଶ୍ୱର ଥାନାରେ ଅଭିଯୋଗ ହୋଇଛି। ଘଟଣା ସ୍ଥଳରେ ଉତ୍ତେଜନା ମଧ୍ୟ ଦେଖିବା ମିଳିଥିଲା ।
ସୂଚନାନୁଯାୟୀ, ଜଳେଶ୍ୱର ବ୍ଲକ ବଜାର ଅଞ୍ଚଳର ବୃଦ୍ଧ ବିରେନ ଦାସଙ୍କ ଦୋକାନକୁ ଦୁଇ ନାବାଳିକା ଚକୋଲେଟ୍‌ ଓ ଥଣ୍ଡା କିଣିବା ପାଇଁ ଯାଇଥିବା ବେଳେ ସେ ଘର ଭିତରକୁ ଡାକି ଅସଦାଚରଣ କରିଥିଲେ। ଏନେଇ ଦୁଇ ନାବାଳିକାଙ୍କ ପରିବାର ପକ୍ଷରୁ ଜଳେଶ୍ୱର ଥାନାରେ ଶନିବାର ରାତିରେ ଏତଲା ଦିଆଯାଇଛି। ଅଭିଯୁକ୍ତ ଫେରାର ହୋଇଯାଇଥିବା ପୋଲିସ ପକ୍ଷରୁ ସୁଚନା ମିଳିଛି।