ପଦାର୍ଥ ବିଜ୍ଞାନରେ ଆଲେନ-କ୍ଲାଉଜର-ଆଣ୍ଟୋନଙ୍କୁ ନୋବେଲ…

ଷ୍ଟକହୋମ,୪।୧୦ : ରୟାଲ ସ୍ବିଡେନ ଏକାଡେମୀ ଅଫ ସାଇନ୍ସେସ ପକ୍ଷରୁ ମଙ୍ଗଳବାର ଆଲେନ ଆସ୍ପେକ୍ଟ, ଜନ ଏଫ କ୍ଲାଉଜର ଏବଂ ଆଣ୍ଟୋନ ଜିଲିଙ୍ଗଙ୍କୁ ମିଳିତ ଭାବେ ପଦାର୍ଥ ବିଜ୍ଞାନରେ ୨୦୨୨ ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି।

ନୋବେଲ ବିଜେତାମାନେ ଏନଟାଙ୍ଗେଲଡ କ୍ୱାଣ୍ଟମ ଷ୍ଟେଟ୍‌ ଉପରେ ଗୁରୁତ୍ୱପୂର୍ଣ୍ଣ ଗବେଷଣା କରିଛନ୍ତି। ଦୁଇ ଭିନ୍ନ ପାର୍ଟିକିଲ ପରସ୍ପରଠାରୁ ଅଲଗା ହୋଇ ମଧ୍ୟ ଏକ ସିଙ୍ଗଳ ୟୁନିଟ୍‌ ଭାବେ କିଭଳି କାର୍ଯ୍ୟ କରିଥାନ୍ତି ତାହା ଉପରେ ନୋବେଲ ବିଜେତାମାନଙ୍କ ଦ୍ୱାରା ବିସ୍ତୃତ ଗବେଷଣା କରାଯାଇଛି।

ଜନ କ୍ଲଜର୍‌ ଏକ ଯନ୍ତ୍ର ନିର୍ମାଣ କରିଥିଲେ ଯାହା ଏକ ସମୟରେ ଦୁଇଟି ଏନଟାଙ୍ଗେଲଡ ଫୋଟନ ନିର୍ଗତ କରିବାକୁ ସକ୍ଷମ। ପ୍ରତ୍ୟେକ ଏକ ଫିଲ୍ଟର୍‌ ଆଡକୁ ଗତି କରୁଥିଲେ ଯାହା ସେମାନଙ୍କର ପୋଲାରାଇଜେଶନକୁ ପରୀକ୍ଷା କରିଥିଲା। ନୋବେଲ ପୁରସ୍କାର ସଂଗଠନ ଅନୁଯାୟୀ କ୍ୱାଣ୍ଟମ ମେକାନିକ୍ସର ପୂର୍ବାନୁମାନ ସହିତ ଏହି ଗବେଷଣା ଫଳାଫଳ ସହମତ ହୋଇଛି।

ଆଲେନ ଆସ୍ପେକ୍ଟ ଗୁରୁତ୍ୱପୂର୍ଣ୍ଣ ଲୁଫହୋଲ ବନ୍ଦ କରିବାକୁ ଏକ ସେଟଅପ ବିକଶିତ କରିଥିଲେ। ଏକ ଏନଟାଙ୍ଗେଲଡ ଯୋଡି ଏହାର ଉତ୍ସ ଛାଡିବା ପରେ ମାପ ସେଟିଂସମୂହକୁ ସୁଇଚ କରିବାକୁ ସକ୍ଷମ ହୋଇଥିଲା।

ସେହିପରି ଆଣ୍ଟନ ଜେଲିଙ୍ଗର୍‌ ଏନଟାଙ୍ଗେଲଡ କ୍ୱାଣ୍ଟମ ସ୍ଥିତି ଉପରେ ଅନୁସନ୍ଧାନ କରିଥିଲେ।

ଆଲେନ ଆସପେକ୍ଟ ଫ୍ରାନ୍ସର ପଦାର୍ଥ ବିଜ୍ଞାନୀ ହୋଇଥିବାବେଳେ ଜନ ଏ କ୍ଲାଉଜର ଆମେରିକାର ବୈଜ୍ଞାନିକ ଏବଂ ଆଣ୍ଟନ ଜିଲିଙ୍ଗର୍‌ ଅଷ୍ଟ୍ରିଆର ଜଣେ ବୈଜ୍ଞାନିକ।

 

Share