ଆଲେନ୍‌ ଇନ୍‌ଷ୍ଟିଚ୍ୟୁଟରେ ୨୦ରୁ ଊର୍ଦ୍ଧ୍ୱ ଛାତ୍ର କରୋନା ପଜିଟିଭ୍‌: ସିଲ୍‌ କଲା ବିଏମ୍‌ସି

ଭୁବନେଶ୍ୱର,୨୮।୩(ବ୍ୟୁରୋ): ଭୁବନେଶ୍ୱର ମୈତ୍ରୀବିହାରସ୍ଥିତ ଆଲେନ ଇନ୍‌ଷ୍ଟିଚ୍ୟୁଟକୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି ) ପକ୍ଷରୁ ସିଲ୍‌ କରାଯାଇଛି। ସେଠାରେ ୨୦ରୁ ଅଧିକ ଛାତ୍ରୀଛାତ୍ର କରୋନା ପଜିଟିଭ ଚିହ୍ନଟ ହେବା ପରେ ବିଏମ୍‌ସି ଏଭଳି ନିଷ୍ପତ୍ତି ନେଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଇନ୍‌ଷ୍ଟିଚ୍ୟୁଟକୁ ସିଲ୍‌ କରାଯାଇଥିବା ବେଳେ କିଛି କଟକଣା ମଧ୍ୟ ଜାରି ହୋଇଛି। ଉକ୍ତ କୋଚିଂ ସେଣ୍ଟର ଏବଂ ଏହାର ହଷ୍ଟେଲ/ମେସ ଭିତରକୁ ପ୍ରବେଶ ମନା ହୋଇଛି। ଏହା ଭିତରୁ ମଧ୍ୟ କାହାକୁ ବାହାରକୁ ଛଡା ଯିବ ନାହିଁ। କେବଳ ବିଏମ୍‌ସିର ସ୍ବୀକୃତିପ୍ରାପ୍ତ କର୍ମଚାରୀ ଏହା ଭିତରକୁ ଯା’ଆସ କରିପାରିବେ।

Share