Categories: ଜାତୀୟ

ବିନା ଇଞ୍ଜିନ୍‌ କଭରରେ ଅବତରଣ କଲା ବିମାନ

ମୁମ୍ବାଇ,୯।୨: ବିନା ଇଞ୍ଜିନ୍‌ କଭରରେ ବୁଧବାର ମୁମ୍ବାଇରୁ ଗୁଜରାଟ ଯାଇଥିବା ବିମାନ ଭୁଜ୍‌ ବିମାନବନ୍ଦର ନିରାପଦ ଅବତରଣ କରିଛି। ଆଲିଆନ୍ସ ଏୟାରର ଏଟିଆର୍‌ ୭୨-୬୦୦ ବିମାନରେ ୫ କର୍ମଚାରୀଙ୍କ ସମେତ ୭୦ ଯାତ୍ରୀ ଥିଲେ।

ମୁମ୍ବାଇ ବିମାନ ବନ୍ଦରରେ ଉଡ଼ାଣ ବେଳେ ବିମାନର ଇଞ୍ଜିନ କଭର ରନ୍‌ଓ୍ବେରେ ଖସିପଡ଼ିଥିଲା। ଫଳରେ ବିପଦ ସୃଷ୍ଟି ହୋଇପାରେ ବୋଲି ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ ଆଶଙ୍କା କରିଥିଲା। ଭୁଜ୍‌ରେ ବିମାନଟି ନିରାପଦରେ ଅବତରଣ କରିଥିଲେ ମଧ୍ୟ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ଏହାର ତଦନ୍ତ କରୁଛି।

Share