ଭୁବନେଶ୍ୱର, ୨୭ା୧୨(ଅସମାପିକା ସାହୁ): ରାଜ୍ୟରେ ବ୍ୟାପକ ହେଉଛି ବିମାନ ସେବା। ଯାତାୟାତ ସୁବିଧା ସହ ରାଜ୍ୟ ଅର୍ଥନୀତିର ବିକାଶ ପାଇଁ ରାଜ୍ୟ ସରକାର ବିମାନ ସେବାରେ ନୂଆ ପଦକ୍ଷେପ ନେବା ସହ ଅଧିକରୁ ଅଧିକ ଅଞ୍ଚଳକୁ ଏଥିରେ ଯୋଡୁଛନ୍ତି। ସରକାରଙ୍କ ଆର୍ଥିକ ସହାୟତାରେ ବୁଧବାରଠାରୁ ଭୁବନେଶ୍ୱରରୁ ଝାରସୁଗୁଡ଼ାକୁ ସିଧାସଳଖ ବିମାନସେବା ଆରମ୍ଭ କରିବ ଆଲିଆନ୍ସ ଏୟାର। ଏହି ବିମାନ ସପ୍ତାହକୁ ସୋମବାର, ବୁଧବାର, ଶୁକ୍ରବାର ଏବଂ ରବିବାର ୪ଦିନ ଚଳାଚଳ କରିବ। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନନ୍ଦରରୁ ଅପରାହ୍ନ ୪ ଟା ୧୫ରୁ ଯାତ୍ରା ଆରମ୍ଭ କରି ଝାରସୁଗୁଡ଼ାରେ ଅପରାହ୍ନ ୫ଟା ୩୦ରେ ପହଞ୍ଚତ୍ବ। ସେହିପରି ଝାରସୁଗୁଡ଼ାରୁ ପୁଣି ଅପରାହ୍ନ ୫ଟା ୫୫ରୁ ଉଡ଼ାଣ ଆରମ୍ଭ କରି ବିମାନଟି ଭୁବନେଶ୍ବରରେ ସନ୍ଧ୍ୟା ୭ଟା ୫ରେ ଅବତରଣ କରିବ ବୋଲି ଆଲାଏନ୍ସ ଏୟାରରୁ ‘ଏକ୍ସ’ ପୋଷ୍ଟରୁ ସୂଚନା ମିଳିଛି।