ମେଣ୍ଟ ଆବଶ୍ୟକ ନାହିଁ, ଓଡିଶା ଜନସାଧାରଣ ଚାହୁଁଛନ୍ତି ପରିବର୍ତ୍ତନ

ଗୋପାଳପୁର,୧୭।୩(ନବୀନ ରାଜ ଆଚାରୀ): ସାଧାରଣ ନିର୍ବାଚନ ବିଗୁଲ ବାଜି ଥିବାବେଳେ ଗଞ୍ଜାମ ଜିଲାରେ ରାଜନୀତି ତାତି ବଢ଼ିବାରେ ଲାଗିଛି। ରବିବାର ଗୋପାଳପୁର ନିର୍ବାଚନ ମଣ୍ଡଳୀ ଗୋଳନ୍ଥରାଠାରେ ଭାଜପା ପକ୍ଷରୁ ନିର୍ବାଚନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଗୋଳନ୍ଥରା ଈଶାଣେଶ୍ୱର ମନ୍ଦିର ନିକଟରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲା ସଭାପତି ସୁବାସ ସାହୁ, ପୂର୍ବତନ ସଭାପତି ବିଭୁତି ଭୂଷଣ ଜେନା, କେ. ଅନିଲ କୁମାର, ବନମାଳି ସେଠୀ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁଚରଣ ପତି, ଲୋକ ସଭା ସଂଯୋଜକ ସରୋଜ ସାବତ, ଜିଲା କୃଷକ ମୋର୍ଚ୍ଚା ସଭାପତି ଚିନ୍ମୟା ନନ୍ଦ ମହନ୍ତ ଓ ଅନ୍ୟ ମାନେ ଯୋଗ ଦେଇଥିଲେ।
ମେଣ୍ଟ ହେବା ଦରକାର ନାହିଁ । ଓଡିଶା ଜନସାଧାରଣ ପରିବର୍ତ୍ତନ ଚାହୁଁଛନ୍ତି । ଅଫିସ ରାଜ ସମାପ୍ତି ହେବ। ଆମେ ସମସ୍ତେ ଗୋଟିଏ ହୋଇ ଭେଦ ଭାବ ନ ରଖିବା ନାହିଁ ଓ ସଂଗଠନକୁ ମଜଭୁତ କରି ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ପଦ୍ମ ଫୁଟେଇବା ବୋଲି ପୂର୍ବତନ ସଭାପତି ଜେନା କହିଥିଲେ। କେନ୍ଦ୍ର ସରକାରଙ୍କୁ ଯୋଜନା ସମ୍ପର୍କରେ ବୁଥସ୍ତରରେ ପହଞ୍ଚିବା ପାଇଁ କର୍ମୀମାନଙ୍କୁ ଆହ୍ବାନ କରାଯାଇଥିଲା। ଏହି ଅବସରରେ ସୁନୀଲ ପାତ୍ର, ଗଙ୍ଗା ଶତପଥୀ, ଜଗମୋହନ ପାତ୍ର, ମଣ୍ଡଳ ସଭାପତି ସନତ ନାହକ, ରାଜେଶ ସାହୁ, ଅନିଲ ପତି, ଗଙ୍ଗା ପାତ୍ର, ଏନ ଧନଞ୍ଜୟ ରାଓ, ମନିତା ଦାଶ,ବି କାମରାଜୁ, ସନ୍ତୋଷ ବିଷୋୟି, ଦେବ ରାଜ ପାତ୍ର, ଗୋପୀନାଥ ମହାରଣା, ଡି. ଫୋକିରା ଓ ଶତାଧିକ କର୍ମୀ ଉପସ୍ଥିତ ଥିଲେ।

Share