ଖାଦ୍ୟ ଖରାପ କହିବାରୁ ସଂଘବଦ୍ଧ ଆକ୍ରମଣ, ୨ ଅଟକ

ଭୁବନେଶ୍ୱର,୮।୧(ସୂର୍ଯ୍ୟକାନ୍ତ ବେହେରା) : ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌ରେ ଜଣେ ଯାତ୍ରୀ ଆକ୍ରମଣର ଶିକାର ହୋଇଛନ୍ତି। ଖାଇବା ଖରାପ ହୋଇଥିବା କହିବାରୁ ହୋଟେଲ ମାଲିକ ଓ ତାଙ୍କ କର୍ମଚାରୀମାନେ ସଂଘବଦ୍ଧ ଭାବେ ତାଙ୍କୁ ରଡ ଓ ଅନ୍ୟାନ୍ୟ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଫଳରେ ଯାତ୍ରୀଙ୍କ ମୁଣ୍ଡ ଓ ହାତରେ ଆଘାତ ଲାଗିଛି। ଆହତ ଯାତ୍ରୀ ମୟୂରଭଞ୍ଜର ଗୟାଧର ସିଂ ଏନେ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରିବା ସହ ସମ୍ପୃକ୍ତ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

Share