Posted inଜାତୀୟ

ମୋଦିଙ୍କ ସହ ମୂଲଚାଲ କରୁଛନ୍ତି ସହଯୋଗୀ

ନୂଆଦିଲ୍ଲୀ,୭ା୬:ଭାଜପା ନେତୃତ୍ୱରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) କେନ୍ଦ୍ରରେ ପୁନର୍ବାର ସରକାର ଗଢ଼ିବାକୁ ଯାଉଥିବାବେଳେ ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି), ସଂଯୁକ୍ତ ଜନତା ଦଳ (ଜେଡିୟୁ) ଏବଂ ଅନ୍ୟ ସହଯୋଗୀ ଦଳଗୁଡ଼ିକ ପକ୍ଷରୁ ଚାପ ରାଜନୀତି ଆରମ୍ଭ ହୋଇଯାଇଛି। ଏଥର ଲୋକ ସଭା ନିର୍ବାଚନରେ ସରକାର ଗଢ଼ିବା ପାଇଁ ଭାଜପାକୁ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ମିଳିନାହିଁ। ଏହି ଦଳ ଏକକ ସଂଖ୍ୟାଗରିଷ୍ଠ ହୋଇଥିବାବେଳେ ସରକାର ଗଢ଼ିବା ପାଇଁ ଆବଶ୍ୟକ କୁହୁକ ସଂଖ୍ୟା ୨୭୨ରୁ ୩୨ ଆସନ କମ୍‌ ରହିଛି। ତେଣୁ ସରକାର ଗଢ଼ିବା ପାଇଁ ଭାଜପା ସହଯୋଗୀ ଜେଡିୟୁ, ଟିଡିପି ଏବଂ ଅନ୍ୟ ଛୋଟ ଦଳଗୁଡ଼ିକ ଉପରେ ନିର୍ଭରଶୀଳ ହୋଇଛି। ଏହାର ସୁଯୋଗ ନେଇ ମେଣ୍ଟ ନେତାମାନେ ବିଭିନ୍ନ ଦାବି ଓ ସର୍ତ୍ତ ଉପସ୍ଥାପନ କରିଛନ୍ତି। ଛୋଟ ଛୋଟ ଆଞ୍ଚଳିକ ଦଳ ମଧ୍ୟ ମୋଦିଙ୍କ ସହ ମୂଲଚାଲ କରୁଥିବା ଚର୍ଚ୍ଚା ହେଉଛି।
ବିହାରକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା, ୪ ମନ୍ତ୍ରୀ ପଦ
ବିହାରରେ ଜେଡିୟୁ ୧୨ ଆସନ ଜିତି ଭାଜପାର ଦ୍ୱିତୀୟ ବୃହତ୍‌ ସହଯୋଗୀ ପାଲଟିଛି। ତେଣୁ ଏହି ଦଳ କ୍ୟାବିନେଟରେ ୩ଟି ପ୍ରମୁଖ ମନ୍ତ୍ରଣାଳୟ ଦାବି କରିଛି। ମନ୍ତ୍ରିମଣ୍ଡଳ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଜେଡିୟୁ ମୁଖ୍ୟ ନୀତୀଶ କୁମାର ଆଲୋଚନା କରି ନିଷ୍ପତ୍ତି ନେବେ। ତେବେ ଏହା ସମ୍ମାନଜନକ ହେବା ଆବଶ୍ୟକ ବୋଲି ଜେଡିୟୁ ନେତା ତଥା ବିହାର ଗ୍ରାମାଞ୍ଚଳ ବିକାଶ ମନ୍ତ୍ରୀ ଶ୍ରବଣକୁମାର କହିଛନ୍ତି। ୨୦୨୫ ବିହାର ବିଧାନସଭା ନିର୍ବାଚନକୁ ନଜରରେ ରଖି କେନ୍ଦ୍ର କ୍ୟାବିନେଟ୍‌ରେ ଜେଡିୟୁକୁ ଉପଯୁକ୍ତ ପ୍ରତିନିଧିତ୍ୱ ମିଳିବା ଆବଶ୍ୟକ ବୋଲି ସେ ଯୁକ୍ତି ଦର୍ଶାଇଛନ୍ତି। ନୀତୀଶ କୁମାରଙ୍କ ଦଳ ମୁଖ୍ୟତଃ, ରେଳ, ଗ୍ରାମାଞ୍ଚଳ ବିକାଶ, କୃଷି, ଜଳସମ୍ପଦ ଏବଂ ଭାରି ଶିଳ୍ପ ମନ୍ତ୍ରଣାଳୟ ଚାହୁଁଥିବା ଦଳୀୟ ସୂତ୍ରରୁ ଜଣାପଡ଼ିଛି। ଜେଡିୟୁରୁ ରାଜ୍ୟ ସଭା ସଦସ୍ୟ ସଞ୍ଜୟ ଝା, ରାଜୀବ ରଞ୍ଜନ ସିଂ ‘ଲଲନ’, କୌଶଳେନ୍ଦ୍ର କୁମାର, ରାମପ୍ରୀତ୍‌ ମଣ୍ଡଳ ଏବଂ ଲଭ୍‌ଲି ଆନନ୍ଦ ମନ୍ତ୍ରୀପଦ ଦୌଡ଼ରେ ଆଗରେ ଅଛନ୍ତି। ଏପରି କି ଅମିତ ଶାହାଙ୍କୁ ସ୍ବରାଷ୍ଟ୍ର ମନ୍ତ୍ରୀ କରାଯିବାକୁ ନେଇ ମଧ୍ୟ ନୀତୀଶ ବିରୋଧ କରୁଥିବା କୁହାଯାଉଛି।
କେବଳ ମନ୍ତ୍ରୀପଦ ନୁହେଁ, ଅଗ୍ନିପଥ ଯୋଜନାର ସମୀକ୍ଷା ପାଇଁ ମଧ୍ୟ ଜେଡିୟୁ ଦାବି କରିଛି। ସେନାରେ ସ୍ବଳ୍ପମିଆଦୀ ନିଯୁକ୍ତି ପାଇଁ ପ୍ରଚଳିତ ଅଗ୍ନିବୀର ଯୋଜନାକୁ ନେଇ ଭୋଟରଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏହାକୁ ନେଇ ଲୋକଙ୍କ ଆପତ୍ତି ରହିଥିବାବେଳେ ତାହାର ସମାଧାନ ହେବା ଜେଡିୟୁ ଚାହେଁ ବୋଲି ଏହାର ନେତା କେ.ସି. ତ୍ୟାଗୀ ଗୁରୁବାର କହିଛନ୍ତି। ଏହା ବ୍ୟତୀତ ଜାତି ଜନଗଣନା କାର୍ଯ୍ୟକାରୀ କରାଯିବା ଲାଗି ଜେଡିୟୁ ସର୍ତ୍ତ ରଖିଛି। ଜେଡିୟୁ ଏକକ ଦଓ୍ବୋନି ସଂହିତା (ୟୁସିସି)କୁ ବିରୋଧ କରୁ ନ ଥିବାବେଳେ ଏନେଇ ସବୁ ପକ୍ଷ, ମୁଖ୍ୟମନ୍ତ୍ରୀ, ରାଜନୈତିକ ଦଳ ଏବଂ ବିଭିନ୍ନ ବର୍ଗଙ୍କ ସହ ପରାମର୍ଶ କରାଯିବା ଆବଶ୍ୟକ। ଏଥିସହିତ ବିହାରକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମିଳିବା ଆବଶ୍ୟକ ବୋଲି ଜେଡିୟୁ ନେତା କହିଛନ୍ତି।
ଟିଡିପିକୁ ଦରକାର ୫ ବଡ଼ ମନ୍ତ୍ରଣାଳୟ
୧୬ ଆସନ ହାତେଇ ଭାଜପାର ସବୁଠୁ ବଡ଼ ସହଯୋଗୀ ହୋଇଥିବା ଏନ୍‌. ଚନ୍ଦ୍ରାବାବୁ ନାଇଡୁଙ୍କ ଟିଡିପି ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)ର ଆବାହକ ପଦ ସହ ଲୋକ ସଭା ବାଚସ୍ପତି ପଦ ପାଇଁ ଦାବି କରିଛି। ଏନ୍‌ଡିଏ ଆବାହକ ପଦ ଦାବିକୁ ନେଇ ଗୈରିକ ଦଳରେ ଅସନ୍ତୋଷ ଦେଖାଦେଇଛି। ଏହି ପଦ ପାଇଁ ଟିଡିପି ଦାବି କରିବା ଅଯୌକ୍ତିକ ବୋଲି କେତେଜଣ କହିଛନ୍ତି। ଏହା ବ୍ୟତୀତ କେନ୍ଦ୍ର କ୍ୟାବିନେଟରେ ଟିଡିପି ୫ ପ୍ରମୁଖ ମନ୍ତ୍ରଣାଳୟ ଦାବି କରିଛି। ସେହି ସେଗୁଡ଼ିକ ହେଲା ଅର୍ଥ, ସଡ଼କ ପରିବହନ, ପଞ୍ଚାୟତିରାଜ, ସ୍ବାସ୍ଥ୍ୟ ଓ ଶିକ୍ଷା। ଏହାବାଦ୍‌ ଚନ୍ଦ୍ରାବାବୁ ତାଙ୍କ ପୁଅ ନର ଲୋକେଶଙ୍କ ପାଇଁ କେନ୍ଦ୍ରରେ ବଡ଼ ଭୂମିକା ଚାହୁଁଥିବା ଜଣାପଡ଼ିଛି। ଶୁକ୍ରବାର ହେବାକୁ ଥିବା ଏନ୍‌ଡିଏ ସଂସଦୀୟ ଦଳ ବୈଠକ ପୂର୍ବରୁ ଟିଡିପି ନେତୃତ୍ୱ ସବୁ ସମ୍ଭାବ୍ୟ ଦାବିକୁ ନେଇ ଅଙ୍କକଷା ଚଳାଇଛି।
ଅନ୍ୟ ସହଯୋଗୀ ଦଳର ଦାବି
ନିର୍ବାଚନରେ ଚିରାଗ ପାଶ୍ୱାନଙ୍କ ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ) ସମସ୍ତ ୫ ଆସନ ଜିତିଥିବାବେଳେ ସରକାର ଗଠନ ପୂର୍ବରୁ କେତେକ ଦାବି ରଖିଛି। ଅଗ୍ନିପଥ ଯୋଜନାର ସମୀକ୍ଷା କରାଯିବା ସହ ଦେଶବ୍ୟାପୀ ଜାତି ଜନଗଣନା କାର୍ଯ୍ୟକାରୀ କରାଯିବା ଆବଶ୍ୟକ ବୋଲି ଚିରାଗ କହିଛନ୍ତି। ସେହିପରି ଅନ୍ୟତମ ସହଯୋଗୀ ଜେଡିଏସ୍‌ ୨ଟି ଆସନ ଜିତିଥିବାବେଳେ ଏହାର ନେତା ଏଚ୍‌.ଡି. କୁମାରସ୍ବାମୀଙ୍କ ପାଇଁ କେନ୍ଦ୍ର କ୍ୟାବିନେଟରେ କୃଷିମନ୍ତ୍ରୀ ପଦ ଚାହିଁଛି। ମହାରାଷ୍ଟ୍ରର ୭ ଲୋକ ସଭା ଆସନରେ
ଶପଥ ପୂର୍ବରୁ…
ଜିତିଥିବା ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଶିବସେନା କେନ୍ଦ୍ରରେ ୨ ମନ୍ତ୍ରୀପଦ ଚାହୁଁଛନ୍ତି। ୨ ଆସନ ଜିତିଥିବା ପଓ୍ବନ କଲ୍ୟାଣଙ୍କ ଜନସେନା କେନ୍ଦ୍ରୀୟ ଭୂମିକା ଚାହୁଁଥିବା ଜଣାପଡ଼ିଛି। ତେବେ ଭାଜପା ପ୍ରମୁଖ ମନ୍ତ୍ରଣାଳୟ ଏବଂ ଭୂମିକା ଦେବା ମାନସିକତାରେ ନ ଥିବା ଜଣାପଡ଼ିଛି। ଏଭଳି ସ୍ଥିତିରେ ନୂଆ ସରକାର ଗଠନ ପୂର୍ବରୁ ଏହାର ସ୍ଥାୟୀତ୍ୱକୁ ନେଇ ପ୍ରଶ୍ନ ଉଠିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଜୀକୃତ ଡାକ୍ତର ତାଲିକାରୁ ବାଦ୍‌ ପଡିଲେ ସନ୍ଦୀପ୍‌ ଘୋଷ

କୋଲକାତା,୧୯ା୯: ପଶ୍ଚିମବଙ୍ଗ ମେଡିକାଲ କାଉନ୍‌ସିଲ (ଡବ୍ଲ୍ୟୁବିଏମ୍‌ସି) ଗୁରୁବାର ଆର୍‌.ଜି. କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ୍‌ ଘୋଷଙ୍କ ପଞ୍ଜୀକରଣକୁ ବାତିଲ କରିଦେଇଛି। ପଞ୍ଜୀକୃତ ଡାକ୍ତର...

ଗୋଟିଏ ଦିନ ରାହୁଲ ଗାନ୍ଧୀ ହେବାକୁ ଚାହେଁ: କାହିଁକି ଏଭଳି କହିଲେ ବନସୁରୀ ସ୍ବରାଜ

ନୂଆଦିଲ୍ଲୀ,୧୯।୯: ଅରବିନ୍ଦ କେଜରିଓ୍ବାଲଙ୍କ ଇସ୍ତଫା ପରେ ଚର୍ଚ୍ଚାରେ ଦିଲ୍ଲୀ ରାଜନୀତି। ଅରବିନ୍ଦଙ୍କ ଇସ୍ତଫା ଏବଂ ଅତିଶୀ ଦିଲ୍ଲୀର ନୂଆମୁଖ୍ୟ ମନ୍ତ୍ରୀ ହେବାକୁ ନେଇ ସ୍ବର୍ଗତ ସୁଷମା...

ହେମନ୍ତ ସୋରେନଙ୍କ ସଙ୍ଗିନ ଅଭିଯୋଗ, କହିଲେ ସମସ୍ତ ପୂର୍ବତନ ମୁଖ୍ୟମନ୍ତ୍ରୀ ମିଶି ମୋତେ …

ରାଞ୍ଚି,୧୯।୯: ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଗୁରୁବାର ଭାଜପା ଏବଂ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ‘ଆପକି ସରକାର ଆପକେ ଦ୍ୱାର’ କାର୍ଯ୍ୟକ୍ରମ ଅନ୍ତର୍ଗତ ଗରୱା...

ସିଟ ଶେୟାରିଂକୁ ନେଇ କଂଗ୍ରେସ-ଶରଦ ପାଓ୍ବାରଙ୍କ ଟେନଶନ ବଢାଇଲେ ଉଦ୍ଧବ!

ମୁମ୍ବାଇ,୧୯।୯: ମହାରାଷ୍ଟ୍ରରେ ମହାବିିକାଶ ଆଘାଡି ମଧ୍ୟରେ ସିଟ ଶେୟାରିଂ ପ୍ରସଙ୍ଗ ଜଟିଳ ହେବାରେ ଲାଗିଛି। ଏମଭିଏର ସିଟ ଶେୟାରିଂ ଏତେ ସହଜରେ ଶେଷ ହେବା ପରି...

ହୋଇଗଲା ସ୍ପଷ୍ଟ… କ’ଣ ହେବ କେଜରିଓ୍ବାଲଙ୍କ ପରବର୍ତ୍ତି ପଦକ୍ଷେପ

ନୂଆଦିଲ୍ଲୀ,୧୯।୯: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଅରବିନ୍ଦ କେଜରିିୱାଲ ପରବର୍ତ୍ତୀ ସମୟରେ କ’ଣ କରିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି। ଘଟଣା...

ରିପୋର୍ଟରୁ ହେଲା ନିଶ୍ଚିତ: ତିରୁପତି ମନ୍ଦିର ପ୍ରାସାଦରେ ହେଉଛି ଗୋରୁ ମାଂସ, ମାଛ ତେଲ ବ୍ୟବହାରର

ତିରୁପତି,୧୯।୯: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ତିରୁପତି ମନ୍ଦିର ପ୍ରାସାଦରେ ଘିଅ ବଦଳରେ ପଶୁ ଚର୍ବି ମିଶ୍ରଣ କରିଥିବା ଅଭିଯୋଗ କରିଛନ୍ତି। ଏହା ପରେ ନମୁନା...

ଅଜିତ ଡୋଭାଲ ହାଜିର ହୋ…ଭାରତୀୟ ‘ଜେମ୍ସ ବଣ୍ଡ’ଙ୍କ ବିରୋଧରେ କେଉଁ କୋର୍ଟ ଜାରି କଲା ସମନ?

ନୂଆଦିଲ୍ଲୀ,୧୯।୯: ନ୍ୟୁୟର୍କର ଦକ୍ଷିଣ ଜିଲାର ଆମେରିକାର ଜିଲା କୋର୍ଟ ଭାରତ ସରକାରଙ୍କ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ପୂର୍ବତନ ର ମୁଖ୍ୟ ସାମନ୍ତ ଗୋୟଲଙ୍କୁ...

କୋଲକାତା ବଳାତ୍କାର-ହତ୍ୟା ଘଟଣାର ଆଉ ଏକ ନୂଆ ତଥ୍ୟ ଆସିଲା ସାମ୍ନାକୁ! ଦୁଇ ଦିନ ପର୍ଯ୍ୟନ୍ତ ଜବତ ହୋଇ ନ ଥିଲା…

କୋଲକାତା,୧୯।୯: ପଶ୍ଚିମବଙ୍ଗର ଆରଜି କର ମେଡିକାଲ କଲେଜରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଏବଂ ପରେ ହତ୍ୟା ମାମଲାରେ ପ୍ରତିଦିନ ନୂଆ ନୂଆ ନୂଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri