Categories: ଜାତୀୟ

ମୋତେ ନିଷ୍ପତ୍ତି ନେବାକୁ ଦିଅ, ନହେଲେ …

ଚଣ୍ଡିଗଡ,୨୭।୮: ବ୍ୟକ୍ତିଗତ ପରାମର୍ଶଦାତା ପଦରୁ ମାଲଭିନ୍ଦର ସିଂ ମାଲିଙ୍କ ଇସ୍ତଫା ପରେ ପତିକ୍ରିୟାଶୀଳ ହୋଇ ଉଠିଛନ୍ତି ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ୍‌ ସିଂ ସିଦ୍ଧୁ। ସେ ଶୁକ୍ରବାର ଦଳୀୟ ହାଇକମାଣ୍ଡଙ୍କ ଠାରୁ ନିଷ୍ପତ୍ତି ନେବାର ସ୍ବାଧିନତା ମାଗିଛନ୍ତି। ଯଦି ଦାବି ପୂରଣ ନ ହୁଏ, ତେବେ ଉଚିତ୍‌ ପଦକ୍ଷେପ ନେବେ ବୋଲି ଖୋଲାଖୋଲି ଚେତାବନୀ ମଧ୍ୟ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଧାରା ୩୭୦, କଶ୍ମୀର ଓ ଇନ୍ଦିରା ଗାନ୍ଧୀଙ୍କ ଉପରେ ସୋସିଆଲ ମିଡିଆରେ ବିବାଦୀୟ ବୟାନ ଦେଇଥିଲେ ସିଦ୍ଧୁଙ୍କ ବ୍ୟକ୍ତିଗତ ପରାମର୍ଶଦାତା ମାଲଭିନ୍ଦର। ସୋସିଆଲ ମିଡିଆରୁ ବିବାଦୀୟ ପୋଷ୍ଟ ହଟାଇବାକୁ ତାଙ୍କୁ କୁହାଯାଇଥିଲା। କିନ୍ତୁ ସେ ମନା କରି ଦେଇଥିଲେ। ପଞ୍ଜାବରେ କଂଗ୍ରେସ ଇନଚାର୍ଜ ହରିଶ ରାଓ୍ବାତଙ୍କ ପରାମର୍ଶ କ୍ରମେ ସିଦ୍ଧୁ ପରାମର୍ଶଦାତା ପଦରୁ ମାଲିଙ୍କୁ ବିଦା କରିଛନ୍ତି।

Share