ବେଙ୍ଗାଲୁରୁ,୧୪।୧: ବିବାଦ ମଧ୍ୟରେ ତାମିଲନାଡ଼ୁର ଚିକ୍କାବଲ୍ଲପୁର ଜିଲା ଇଶା ଯୋଗ କେନ୍ଦ୍ରର ଆଦିଯୋଗୀ ମୂର୍ତ୍ତି ଉନ୍ମୋଚନ ଲାଗି କର୍ନାଟକ ହାଇକୋର୍ଟ ଶୁକ୍ରବାର ଅନୁମତି ପ୍ରଦାନ କରିଛନ୍ତି। ଆସନ୍ତା ରବିବାର ୧୧୨ ଫୁଟ୍ ଉଚ୍ଚତା ବିଶିଷ୍ଟ ଏହି ମୂର୍ତ୍ତିକୁ ଉନ୍ମୋଚନ କରାଯିବ। ତେବେ ମୂର୍ତ୍ତି ନିକଟରେ କୌଣସି ନିର୍ମାଣ କାର୍ଯ୍ୟ ନ କରି ସ୍ଥିତାବସ୍ଥା ବଜାୟ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେଠାରେ ନିର୍ମାଣ କାର୍ଯ୍ୟ ଜଙ୍ଗଲ ଓ ଜମି ଅଧିଗ୍ରହଣ ସମ୍ପର୍କିତ ବିଭିନ୍ନ ନିୟମ ଓ ଆଇନର ଉଲ୍ଲଂଘନ କରୁଥିବା ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା।