୫ ମାସ ହେଲା ମିଳୁନି ଭତ୍ତା ଟଙ୍କା

ଛତ୍ରପୁର,୨୭ା୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଆର୍ଯ୍ୟପଲୀ ପଞ୍ଚାୟତର ହିତାଧିକାରୀମାନଙ୍କୁ ୫ ମାସ ହେଲା ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ମିଳୁନି। ଏନେଇ ହିତାଧିକାରୀମାନଙ୍କ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏନେଇ ବାରମ୍ବାର ଛତ୍ରପୁର ବ୍ଲକ ପ୍ରଶାସନଠାରୁ ଆରମ୍ଭ କରି ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଜଣାଇଥିଲେ ହେଁ କେହି ଶୁଣୁ ନ ଥିବା ବୃଦ୍ଧାବୃଦ୍ଧ ଅଭିଯୋଗ କରୁଛନ୍ତି।

ଏମାନଙ୍କ କହିବାନୁଯାୟୀ, ୬ ମାସ ତଳେ ଭତ୍ତା ଟଙ୍କା ବ୍ୟାଙ୍କକୁ ଟ୍ରାନ୍ସଫର୍‌ ବ୍ୟବସ୍ଥା ଆରମ୍ଭ ହୋଇଥିଲା। ଏହାପରଠାରୁ ଏଭଳି ସମସ୍ୟା ଦେଖାଯାଇଥିବା ଜଣାପଡ଼ିଛି। ଗୁରୁବାର ଆର୍ଯ୍ୟପଲୀ ପଞ୍ଚାୟତ ଅଧୀନ ସାନ ଆର୍ଯ୍ୟପଲ୍ଲୀ, ବଡ଼ ଆର୍ଯ୍ୟପଲ୍ଲୀ, କତୁରୁ ଓ କଣ୍ଡରା ଆର୍ଯ୍ୟପଲ୍ଲୀ ଗାଁର ବୃଦ୍ଧାବୃଦ୍ଧ ଛତ୍ରପୁର ବ୍ଲକ କାର୍ଯ୍ୟାଳୟକୁ ଆସି ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ପୁଣି ଭେଟି ଏହି ସମସ୍ୟା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଛନ୍ତି।

Share