Advertisement

ବାରମ୍ବାର ଦୌଡ଼ି ମିଳୁନି ଭତ୍ତା

ଦଶମନ୍ତପୁର,୨୮ା୪ (ଡି.ଏନ୍‌.ଏ.): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଗିର୍ଲିଗୁମ୍ମା ପଞ୍ଚାୟତର ଜଣେ ବିଧବା ମହିଳା ସରକାରଙ୍କ ପ୍ରତ୍ୟେକ ଯୋଜନାରୁ ବଞ୍ଚତ୍ତ ହୋଇଛନ୍ତି। ସ୍ବର୍ଗତ ଡୋଗର ବିଶୋୟୀଙ୍କ ସ୍ତ୍ରୀ ନିଶା (୬୦)ଙ୍କୁ ଏଯାଏ ବିଧବା ଭତ୍ତା ମିଳିନାହିଁ। ସ୍ବାମୀଙ୍କ ମୃତ୍ୟୁ ପରେ ପୁଅବୋହୂ ନିଜ ସଂସାର ନେଇ ବ୍ୟସ୍ତ। ସେମାନଙ୍କ ଉପରେ ନିର୍ଭର କରୁଥିବା ନିଶା ଏଯାଏ ସରକାରଙ୍କ ପରିବାର ମଙ୍ଗଳ ଯୋଜନାରୁ କିଛି ସହାୟତା ପାଇନାହାନ୍ତି। ଭତ୍ତା ପାଇବା ଲାଗି ସେ ଅନେକଥର ପଞ୍ଚାୟତଠାରୁ ଆରମ୍ଭକରି ବ୍ଲକ କାର୍ଯ୍ୟାଳୟରେ ଆବେଦନ କରିଥିଲେ ହେଁ ତାଙ୍କୁ ଏଯାଏ ଭତ୍ତା ମିଳିନାହିଁ ବୋଲି ନିଶା କହିଛନ୍ତି। ଉକ୍ତ ପଞ୍ଚାୟତରେ ଏଭଳି ଅନେକ ହିତାଧିକାରୀ ଅଛନ୍ତି ଯେଉଁମାନଙ୍କ ଆବଶ୍ୟକ ବୟସ ହୋଇ ନ ଥିଲେ ମଧ୍ୟ ସେମାନେ ବାର୍ଦ୍ଧକ୍ୟ ଭତ୍ତା ପାଉଛନ୍ତି। ମାତ୍ର ନିଶାଙ୍କୁ ୬୦ ବର୍ଷ ହୋଇଥିଲେ ମଧ୍ୟ ତାଙ୍କୁ ଭତ୍ତା ମିଳୁନାହିଁ। ସେ ମରିବା ପରେ ତାଙ୍କୁ ଭତ୍ତା ମିଳିବ କି ବୋଲି ନିଶା ପ୍ରଶ୍ନ ଉଠାଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share