ହାତକୁ ମିଳିଲା ଭତ୍ତା ଟଙ୍କା

ଗଞ୍ଜାମ,୧୫।୬(ବିଦ୍ୟାଧର ସାହୁ): ଚଳିତ ମାସରେ ମଧୁବାବୁ ପେନସନ ତଥା ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ହିତାଧିକାରୀଙ୍କ ଘରକୁ ଯାଇ ପ୍ରଦାନ କରିଛନ୍ତି ପ୍ରଶାସନିକ ଅଧିକାରୀ । ଭତ୍ତା ଟଙ୍କା ମିଳିବା ପରେ ବୁଢ଼ା ବୁଢ଼ୀଙ୍କ ଖୁସି କହିଲେ ନସରେ । ଚାରି ପାଞ୍ଚ ମାସ ହେବ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ଜମା ହେଉଥିଲା । କିନ୍ତୁ ବୟସ ଅଧିକ ଯୋଗୁ ହିତାଧିକାରୀମାନେ ପ୍ରତି ମାସରେ ବ୍ୟାଙ୍କ ଯାଇ ଟଙ୍କା ଉଠାଇବାକୁ ସକ୍ଷମ ହେଉ ନ ଥିଲେ । ବୁଧବାର ଗଞ୍ଜାମ ବ୍ଲକ ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟରେ ଭତ୍ତା ଟଙ୍କା ପ୍ରଦାନ ବେଳେ ବୁଢ଼ାବୁଢ଼ୀମାନେ ହାତରେ ଟଙ୍କା ପାଇ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି। ଭତ୍ତା ଟଙ୍କା ବଣ୍ଟନ ବେଳେ ସରପଞ୍ଚ ମମତା ବେହେରା, ଗ୍ରାମପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଶ୍ରୀକାନ୍ତ କୁମାର ଗୌଡ଼, ସରପଞ୍ଚ ପ୍ରତିନିଧି ସୁଦାମ ଚରଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।