ମୁମ୍ବାଇ,୧୧।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଚାରି ମ୍ୟାଚ ବିଶିଷ୍ଟ ସିରିଜରେ ଭାରତକୁ ବଡ ଝଟ୍କା ଲାଗିଛି। ଟିମ ଇଣ୍ଡିଆର ତାରକା ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ବାକି ତିନିଟି ଟେଷ୍ଟ ମ୍ୟାଚରୁ ବାଦ ଦିଆଯାଇଥିବା ଜଣାପଡିଛି। ଅଷ୍ଟ୍ରେଲିଆ ବିପକ୍ଷ ସିଡନୀ ଟେଷ୍ଟରେ ବ୍ୟାଟିଂ କରୁଥିବାବେଳେ ରବିନ୍ଦ୍ର ଜାଡେଜାଙ୍କ ବୁଢା ଆଙ୍ଗୁଠିରେ ଆଘାତ ଲାଗିଥିଲା। ଏହି କାରଣରୁ ସେ ବ୍ରିସବେନ ଟେଷ୍ଟରେ ମଧ୍ୟ ଖେଳି ନ ଥିଲେ। ଭାରତ ଫେରିବା ପରେ ତାଙ୍କୁ ନ୍ୟାସନାଲ କ୍ରିକେଟ ଏକାଡେମୀ (ଏନସିଏ)କୁ ପଠାଯାଇଥିଲା। ଆଶା କରାଯାଉଥିଲା ଯେ ରବିନ୍ଦ୍ର ଜାଡେଜା ଇଂଲଣ୍ଡ ବିପକ୍ଷ ସିରିଜର ଶେଷ ଦୁଇଟି ଟେଷ୍ଟ ପାଇଁ ଫିଟ ହେବେ, କିନ୍ତୁ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାନ୍ତି। ତେଣୁ ଟେଷ୍ଟ ସିରିଜ୍ରୁ ବାଦ୍ ପଡିଛନ୍ତି।