‘ପୁଷ୍ପା ୨’ର ସିକ୍ୱେଲ ସହ ସବୁଠାରୁ ମହଙ୍କା ଅଭିନେତା ହେଲେ ଅଲ୍ଲୁ ଅର୍ଜୁନ

ଚେନ୍ନାଇ: ଅଲ୍ଲୁ ଅର୍ଜୁନ ଏବେ ନା କେବଳ ତେଲଗୁ ସିନେମାର ସବୁଠାରୁ ବଡ ଷ୍ଟାର ପାଲଟି ଯାଇଛନ୍ତି ବରଂ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ବି ତାଙ୍କର ଦମଦାର ଅଭିନୟ ଓ ସାନଦାର ସ୍ବାଗ ମାଧ୍ୟମରେ ସେ କୋଟି କୋଟି ଦର୍ଶକଙ୍କ ପ୍ରିୟ ଅଭିନେତା ପାଲଟି ଯାଇଛନ୍ତି। ପୁଷ୍ପା ସତକୁ ସତ ଫାୟାର ପାଲଟି ଯାଇଛି। ଏହାର ପ୍ରମାଣ ହେଲା ଅଲ୍ଲୁ ଅର୍ଜୁନ ଏବେ ତାଙ୍କ ଫିଜ ସିଧା ସିଧା ଦୁଇଗୁଣା ବଢାଇ ଦେଇଛନ୍ତି। ପୁଷ୍ପାର ସାନଦାର ସଫଳତା ପରେ ଅଲୁ ଅର୍ଜୁନ ଏହି ଫିଲ୍ମର ସିକ୍ୱେଲ ପାଇଁ ପ୍ରାୟ ୪୦ କୋଟି ଟଙ୍କା ଫିଜ ବଢାଇ ଦେଇଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ପଷ୍ଟ ହୋଇଯାଇଛି କି ତେଲଗୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ଆଲୁ ଅର୍ଜୁନ ସବୁଠାରୁ ମହଙ୍ଗା ଷ୍ଟାର ପାଲଟି ଯାଇଛନ୍ତି।

ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ଅଲ୍ଲୁ ଅର୍ଜୁନଙ୍କ ସହ ଫିଲ୍ମର ନିର୍ଦ୍ଦେଶକ ସୁକୁମାର ବି ତାଙ୍କ ଫିଜ ବଢାଇ ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଅଲ୍ଲୁ ଅର୍ଜୁନ ଏହି ମୁଭି ପାଇଁ ୮୫ କୋଟି ଫିଜ ଡିମାଣ୍ଡ କରିଛନ୍ତି। ଯାହା ତେଲଗୁ ଫିଲ୍ମ ଇଣ୍ଡଷ୍ଟ୍ରିରେ କୌଣସି ଷ୍ଟାର ଡିମାଣ୍ଡ କରିଥିବା ଫିଜଠାରୁ ସର୍ବାଧିକ। ଅଲୁଙ୍କ ସହ ଜଡିତ ଏକ ସୂତ୍ର ଅନୁଯାୟୀ, ‘ପୁଷା’ ଫିଲ୍ମ ପରେ ଅଲ୍ଲୁ ଅର୍ଜୁନଙ୍କ ବକ୍ସ ଅଫିସର ସମିକରଣ ବଦଳି ଯାଇଛି।

Share