ଜୋରିମନା ଦେଲେ ଅଲ୍ଲୁ ଅର୍ଜୁନ

ସାଉଥ୍‌ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତା ଅଲୁ ଅର୍ଜୁନ ଟ୍ରାଫିକ ନିୟମ ଉଲ୍ଲଂଘନ କରି ଫସିଯାଇଛନ୍ତି। ତାଙ୍କ ଜୋରମନା ଦେବାକୁ ପଡିଛି। ଅଲୁ ଅର୍ଜୁନ ରେଞ୍ଜ ରୋଭର ବିଳାସପୂର୍ଣ୍ଣ ଏସୟୁଭି ୱିଣ୍ଡୋରେ ଏକ କଳା କାଚ ଲଗାଯାଇଥିଲା। ଏହି କାରଣରୁ ହାଇଦ୍ରାବାଦ ପୋଲିସ ତାଙ୍କୁ ଧରିଥିଲା। କାର ୱିଣ୍ଡୋରେ କଳା କାଚ ବ୍ୟବହାର ଭାରତରେ ନିଷେଧ। ଏହି ଘଟଣାରେ ୭୦୦ ଟଙ୍କା ଜୋରିମନା କରାଯାଇଛି। ଏହାପୂର୍ବରୁ ଅଲୁ ଅର୍ଜୁନଙ୍କ ବ୍ୟତୀତ ଅନ୍ୟ ଜଣେ ଅଭିନେତା କଲ୍ୟାଣ ରାମଙ୍କୁ ମଧ୍ୟ ସମାନ ଉଲ୍ଲଂଘନ ପାଇଁ ଅଟକାଯାଇଥିଲା।
ଅଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା ଦି ରାଇଜ ନିକଟରେ ମୁକ୍ତିଲାଭ କରିଥିଲା। ଏହା ସୁପରହିଟ୍‌ ସାବ୍ୟସ୍ତ ହୋଇଥିଲା। ଏବେ ସେ ପୁଷ୍ପା ଦି ରାଇଜର ଦ୍ୱିତୀୟ ଭାଗ ପୁଷ୍ପା: ଦି ରୁଲ୍‌ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ତାଙ୍କ ପ୍ରଶଂସକମାନେ ମଧ୍ୟ ଉତ୍ସାହର ସହିତ ଫିଲ୍ମର ଦ୍ୱିତୀୟ ଭାଗକୁ ଅପେକ୍ଷା କରିଛନ୍ତି।

Share