ମୁମ୍ବାଇ: ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କର ରହିଛନ୍ତି ହଜାର ହଜାର ପ୍ରଶଂସକ । ଆଉ ସେ ବି କେବେ ତାଙ୍କ ପ୍ରଶଂସକଙ୍କୁ ନିରାଶ ହେବାକୁ ଦିଅନ୍ତିନି ବୋଲି କୁହାଯାଏ । କେବଳ ସେତିକି ନୁହେଁ ସାଉଥର ଏହି ସୁପରଷ୍ଟାର କ୍ରିୟୁ ମେମ୍ବରର୍ସଙ୍କୁ ବି ବେଶ୍ ପ୍ରଶଂସା କରନ୍ତି । ଏକ ଟିମ୍କୁ ନେଇ ଫିଲ୍ମ ନିର୍ମାଣ କରାଯାଉଥିବା ବେଳେ କେବେ କେବେ ଷ୍ଟାରମାନେ ନିଜ ଟିମ୍ ମେମ୍ବରଙ୍କୁ ଖୁସି କରିବାକୁ ବିଭିନ୍ନ ପ୍ରକାର ଉପହାର ଦେଇଥାଆନ୍ତି । କିଛିଦିନ ତଲେ ବଲିଉଡ ଷ୍ଟାର ହ୍ରିତିକ ରୋଶନ ‘ବିକ୍ରମ ୱେଘା’ର ଆକ୍ସନ ଟିମକୁ ହଳେ ଲେଖାଏଁ ଜୋତା ଉପହାର ଦେଇଥିବା ଶୁଣିବାକୁ ମିଳିଥିଲା । ଆଉ ଏଥିପାଇଁ ଯଦି ଆପ୍ରିସିଏଶନ ମିଳିଥାଏ ତେବେ ଖୁସି ଦି୍ୱଗୁଣା ହୋଇଯାଇଥାଏ ବୋଲି କୁହାଯାଏ । ଏବେ ଏହି ଖୁସି ପୁଷ୍ପା ଫିଲ୍ମର କ୍ରିୟୁ ମେମ୍ବରଙ୍କୁ ହେଉଛି । କାରଣ ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ତାଙ୍କ ଆଗାମୀ ଫିଲ୍ମର କ୍ରୁୟୁ ମେମ୍ବରର୍ସଙ୍କୁ ସୁନାର ମୁଦି ଉପହାର ଦେଇଛନ୍ତି ।
ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଆଗାମୀ ଫିଲ୍ମ ପୁଷ୍ପାର ଟ୍ରେଲର ରିଲିଜ୍ ହେଉ ହେଉ ଦର୍ଶକେ ଏହାକୁ ଖୁବ୍ ପସନ୍ଦ କରିଛନ୍ତି । ଏବେ ଉତ୍ସୁକତାର ସହ ଅପେକ୍ଷା ରହିଛି ଫିଲ୍ମ ରିଲିଜକୁ । ସୂଚନଯୋଗ୍ୟ, ଏହି ଫିଲ୍ମର ଏକ ଗୀତର ଶୁଟିଂ କରିବାକୁ ଖୁବ୍ କମ୍ ସମୟ ବାକି ରହିଥିଲା । ନିର୍ଦ୍ଦେଶକ ସୁକୁମାର ଚାହୁଁଥିଲେ ଖୁବ୍ ଶୀଘ୍ର ଏହାର ଶୁଟିଂ କରି ନେବାକୁ । ଏଥିପାଇଁ କ୍ରିୟୁ ମେମ୍ବର ଖୁବ୍ ପରିଶ୍ରମ କରି ଶୁଟିଂ ଶେଷ କରି ଦେଇଥିଲେ । ଆଉ ଏହାକୁ ଦେଖି ଖୁସିରେ ଅଲ୍ଲୁ ଅର୍ଜୁନ କ୍ରିୟୁ ମେମ୍ବରକୁ ୧୦ ଗ୍ରାମର ସୁନା ମୁଦି ଉପହାର ଭାବେ ଦେଇଥିଲେ ବୋଲି ଜଣାପଡିଛି । ଏହାର ମୂଲ୍ୟ ପାଖାପାଖି ୫୦ ହଜାର ଟଙ୍କା ହେବ ବୋଲି କୁହାଯାଉଛି ।