ମୋ ନାଁରେ ମିଛ ପ୍ରଚାର ହେଉଛି ଅଲ୍ଲୁ ଅର୍ଜୁନ

ହାଇଦ୍ରାବାଦ,୨୧।୧୨: ତେଲୁଗୁ ସୁପରଷ୍ଟାର ଅଲୁ ଅର୍ଜୁନ ଶନିବାର ସାରେ ଜୁବୁଲି ପାହାଡରେ ଥିବା ତାଙ୍କ ବାସଭବନରେ ଗଣମାଧ୍ୟମକୁ ଏକ ବଡ଼ ବୟାନ ଦେଇଛନ୍ତି। ପୁଷ୍ପା-୨ ଦଳାଚକଟା ବିବାଦକୁ ନେଇ ଅଲ୍ଲୁ ଅର୍ଜୁନ ପ୍ରତିକ୍ରିୟା ରଖିଛନ୍ତି। ଅଲ୍ଲୁ ଅର୍ଜୁନ ପ୍ରତିକ୍ରିୟାରେ କହିଛନ୍ତି, ମୋ ବିରୋଧରେ ମିଥ୍ୟା ଅଭିଯୋଗ ଅଣାଯାଉଛି। ଅନେକ ମିଛ କଥା ପ୍ରଚାର ହେଉଛି। ଯାହା ଘଟିଗଲା ସେଥିପାଇଁ ମୁଁ ଅତ୍ୟନ୍ତ ଦୁଃଖିତ। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଦଳାଚକଟା ସମ୍ପୂର୍ଣ୍ଣ ରୂପେ ଏକ ଦୁର୍ଘଟଣା। ପୀଡ଼ିତାଙ୍କ ପରିବାର ସହ ସମବେଦନା ରହିଛି ବୋଲି ସୁପରଷ୍ଟାର ଅଲୁ ଅର୍ଜୁନ ପ୍ରକାଶ କରିଛନ୍ତି।

ସୂଚନା ଯୋଗ୍ୟ, ଡିସେମ୍ବର ୪ରେ, ପୁଷ୍ପା-୨ ସ୍କ୍ରିନିଂ ବେଳେ ହାଇଦ୍ରାବାଦର ସା ଥିଏଟର ନିକଟରେ ଦଳାଚକଟା ହୋଇଥିଲା। ଏଥିରେ ରେବଥି ନାମକ ଜଣେ ୩୯ ବର୍ଷ ବୟସ୍କା ମହିଳାଙ୍କ ମୃତ୍ୟୁ ଘଟିଥିଲା। ଏପରିକି ତାଙ୍କର ୮ ବର୍ଷର ପୁଅ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଏନେଇ ମହିଳାଙ୍କ ପରିବାର ଲୋକେ ଡିସେମ୍ବର ୫ରେ ଅଲ୍ଲୁ ଅର୍ଜୁନଙ୍କ ସହ ସୁରକ୍ଷା ଦଳ ଏବଂ ଥିଏଟର ମ୍ୟାନେଜମେଣ୍ଟଙ୍କ ବିରୋଧରେ ଏତଲା ଦେଇଥିଲେ।

ଏତଲାକୁ ଭିତ୍ତି କରି ପୋଲିସ ବିଭିନ୍ନ ଦଫାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ପୋଲିସ ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରିଥିଲା। ଗିରଫ ହେବାର ୪ ଘଣ୍ଟା ପରେ ତେଲଙ୍ଗାନା ହାଇକୋର୍ଟ ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଏବେ ଚାଇନା-ଆମେରିକା ଭିତରେ ସିଧା ଯୁଦ୍ଧ ହେଲେ, କିଏ ଜିତିବ…

ନୂଆଦିଲ୍ଲୀ,୮।୪: ବିଶ୍ୱର ଦୁଇ ବୃହତ ଅର୍ଥନୈତିକ ଶକ୍ତି ଆମେରିକା ଏବଂ ଚାଇନା ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଆରମ୍ଭ ହୋଇଛି। ଆମେରିକା ଚାଇନା ଉପରେ ୫୦ ପ୍ରତିଶତ...

୫୦୦,୧୦୦୦ କି ୧୨୦୦ ନୁହେଁ ୨୯୦୦ଟଙ୍କା ଶସ୍ତା ହେଲା ସୁନା, ଜାଣନ୍ତୁ ୧୦ଗ୍ରାମ ସୁନା ଦାମ୍‌ କେତେ ହେଲା…

ନୂଆଦିଲ୍ଲୀ,୮।୪:ସୁନା ଉପର ଲାଗିଛି ନଜର। ଯେବେଠାରୁ ଚାଇନା ଆମେରିକା ଉପରେ ଶୁଳ୍କ ଲାଗୁ କରିଛି। ସେବେଠାରୁ, ସୁନା ମୂଲ୍ୟ କ୍ରମାଗତ ଭାବରେ ହ୍ରାସ ପାଇବାରେ ଲାଗିଛି।...

ପୁଣି ଅଜା ହେବାକୁ ଯାଉଛନ୍ତି ଡୋନାଲ୍ଡ ଟ୍ରମ୍ପ: ସାନ ଝିଅ ହେବେ ମା’

ଓ୍ବାଶିଂଟନ୍‌,୮।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସାନ ଝିଅ ଟିଫାନି ଟ୍ରମ୍ପ ଖୁବ ଶୀଘ୍ର ମା’ ହେବାକୁ ଯାଉଛନ୍ତି। ୩୧ ବର୍ଷୀୟା ଟିଫାନି ଚଳିତ ବର୍ଷ...

ପୁଣି ଟ୍ରେନ୍‌ ଦୁର୍ଘଟଣା: ଦୁଇ ଫାଳ ହୋଇଗଲା ଫାଲକନମା ଏକ୍ସପ୍ରେସ

ବିଶାଖାପାଟଣା,୮।୪: ପୁଣି ଏକ ଟ୍ରେନ୍‌ ଦୁର୍ଘଟଣା ମଙ୍ଗଳବାର ସାମ୍‌ନାକୁ ଆସିଛି। ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ପାଲାସା ସୁମାଦେବୀ ନିକଟରେ ବିଶାଖାପାଟଣା ଦେଇ ସାଲିମର ଯାଉଥିବା ଫାଲକନମା ଏକ୍ସପ୍ରେସ...

ପୁରୁଣା ସିମ୍ କାର୍ଡ ବଦଳାଇବେ କେନ୍ଦ୍ର ସରକାର, ଚାଇନା ଚିପସେଟ୍ ପାଲଟିଛି ଚିନ୍ତାର କାରଣ

ନୂଆଦିଲ୍ଲୀ,୮।୪: ଦେଶର ସର୍ବୋଚ୍ଚ ସାଇବର ସିକ୍ୟୁରିଟି ଏଜେନ୍ସିର ଅନୁସନ୍ଧାନ ପରେ ଚାଇନା ଚିପସେଟର ନମୁନା ମିଳିବାରୁ ଭାରତ ପୁରୁଣା ମୋବାଇଲ୍ ଫୋନ୍ ସିମ୍ ବଦଳାଇବାକୁ ଏକ...

ଭବ୍ୟ ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ହେବ ରାମ ଦରବାର

ଅଯୋଧ୍ୟା,୮।୪: ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରରେ ଭଗବାନ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବର ପ୍ରାୟ ଦେଢ଼ ବର୍ଷ ପରେ ଏବେ ଆଉ ଏକ ପ୍ରାଣ ପ୍ରତିଷ୍ଠ...

ୟୁପିରେ ଲଜ୍ଜା: କଲେଜ ଛାତ୍ରୀଙ୍କୁ ୭ ଦିନ ଧରି ଗଣବଳାତ୍କାର

ବାରାଣସୀ,୮ା୪: ଉତ୍ତରପ୍ରଦେଶ ବାରାଣସୀରେ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରୀଙ୍କୁ ୨୩ଜଣ ଯୁବକ ୭ଦିନ ଧରି ଗଣବଳାତ୍କାର କରିଛନ୍ତି। ପୀଡ଼ିତା ଛାତ୍ରୀ ଗତ ୪ତାରିଖରେ ଘରକୁ...

ଉପମୁଖ୍ୟମନ୍ତ୍ରୀଙ୍କ କନଭଏ ପାଇଁ JEE ପରୀକ୍ଷା ଦେବାରୁ ବଞ୍ଚିତ ହେଲେ ୨୦ ଛାତ୍ରଛାତ୍ରୀ

ବିଶାଖାପାଟନା,୮।୪: ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣଙ୍କୁ ନେଇ ଏକ ନୂଆ ବିବାଦ ସୃଷ୍ଟି ହୋଇଛି। ସୋମବାର ସକାଳେ ୨୦ ଜଣ ଛାତ୍ର ମିଳିତ ପ୍ରବେଶିକା ପରୀକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image