ନାଗାଚୈତନ୍ୟ-ସାମନ୍ତାଙ୍କ ଛାଡପତ୍ର ବିବାଦକୁ ନେଇ ମୁହଁ ଖୋଲିଲେ ଅଲ୍ଲୁ ଅର୍ଜୁନ, କହିଲେ ଅପମାନ…

ନୂଆଦିଲ୍ଲୀ,୩।୧୦: ନାଗା ଚୈତନ୍ୟ ସାମନ୍ତ ଋଥ ପ୍ରଭାଙ୍କୁ ଛାଡପତ୍ର ଦେଇଥିଲେ। ଏହା ପରେ ନାଗା, ଶୋଭିତା ଧୁଲିପାଲାଙ୍କ ସହ ବିବାହ କରିବାକୁ ଯାଉଛନ୍ତି। ଉଭୟଙ୍କ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସେମାନଙ୍କ ବିବାହ ସମ୍ବନ୍ଧୀୟ ସୂଚନା ପ୍ରଥମେ ତାଙ୍କ ବାପା ତଥା ସୁପରଷ୍ଟାର ନାଗାର୍ଜୁନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଶେୟାର କରିଥିଲେ। କିନ୍ତୁ ତେଲେଙ୍ଗାନା ଜଙ୍ଗଲ ମନ୍ତ୍ରୀ କୋଣ୍ଡା ସୁରେଖା ନାଗା ଚୈତନ୍ୟଙ୍କ ଛାଡପତ୍ର ପାଇଁ କେ.ଟି ରାମ ରାଓଙ୍କୁ ଦାୟୀ କରିଛନ୍ତି। ଯାହାପରେ ନାଗା ଓ ସାମନ୍ଥା ସୋସିଆଲ ମିଡିଆରେ ପୋଷ୍ଟ କରି ତାଙ୍କୁ ତୀବ୍ର ବିରୋଧ କରିଥିଲେ। ଏହି ଘଟଣା ପରେ ମନ୍ତ୍ରୀଜଣକ ନିଜ ବୟାନ ପ୍ରତ୍ୟାହାର କରିଛନ୍ତି। ଏହାରି ଭିତରେ ତେଲଗୁ ଫିଲ୍ମର ସୁପରଷ୍ଟାର ଅଲୁ ଅର୍ଜୁନ ମୁହଁ ଖୋଲିଛନ୍ତି। ଯଦିଓ ସେ ସିଧାସଳଖ କାହାକୁ ନେଇ ମନ୍ତବ୍ୟ ଦେଇନାହାଁନ୍ତି, ତଥାପି ତାଙ୍କ ପୋଷ୍ଟ ଏବେ ଭାଇରାଲ ହେବାରେ ଲାଗିଛି।

ଅଲ୍ଲୁ ଅର୍ଜୁନ X ରେ କହିଛନ୍ତି, ମୁଁ ଫିଲ୍ମର ବ୍ୟକ୍ତିତ୍ୱ ଏବଂ ଫିଲ୍ମ ପରିବାର ବିଷୟରେ ଦିଆଯାଇଥିବା ଅନାବଶ୍ୟକ ତଥା ଭିତ୍ତିହୀନ ଅପମାନଜନକ ମନ୍ତବ୍ୟକୁ ଦୃଢ ନିନ୍ଦା କରୁଛି। ଏହି ଆଚରଣ ଅତ୍ୟନ୍ତ ଅପମାନଜନକ ଏବଂ ଆମର ତେଲୁଗୁ ସଂସ୍କୃତି ବିରୁଦ୍ଧ। ଏପରି ଦାୟିତ୍ୱହୀନ କାର୍ଯ୍ୟକୁ ସାଧାରଣ କହିବା ଉଚିତ ନୁହେଁ। ମୁଁ ସମ୍ପୃକ୍ତ ପକ୍ଷମାନଙ୍କୁ ଅନୁରୋଧ କରୁଛି ଯେ ସମସ୍ତଙ୍କ ଗୋପନୀୟତାକୁ ସମ୍ମାନ ଦିଅନ୍ତୁ ଏବଂ ବିଶେଷ ଭାବରେ ମହିଳାଙ୍କ ପ୍ରାଇଭେସି ପ୍ରତି ଧ୍ୟାନ ଦିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ନାଗା ଚୈତନ-ସାମନ୍ଥାଙ୍କ ଛାଡପତ୍ରକୁ ନେଇ ଉଠିଲା ଝଡ଼: ବର୍ଷିଲେ ନାଗାର୍ଜୁନ

ଅଭିନେତା ନାଗା ଚୈତନ୍ୟ ଓ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁଙ୍କ ଛାଡପତ୍ର ହୋଇଛି। ଉଭୟ ଆଗକୁ ବଢିଛନ୍ତି। ନାଗା ଏବେ ଅଭିନେତ୍ରୀ ଧୂଲିପାଲାଙ୍କୁ ଡେଟ୍‌ କରୁଛନ୍ତି।...

କେବେ ଆସିବ ସେହି ଶୁଭଦିନ: ଦିନ ଗଣୁଛନ୍ତି ବରୁଣ

ବରୁଣ ଧାଓ୍ବନ ଏବେ ଦିନ ଗଣିବାରେ ବ୍ୟସ୍ତ। କାରଣ ସେ ଯେଉଁ ଫିଲ୍ମଟିକୁ ନେଇ ଢ଼େର ଆଶା ବାନ୍ଧି ବସିଛନ୍ତି ତାହା ଚଳିତ ବର୍ଷ ଡିସେମ୍ବର...

ଫିଲ୍ମ କ୍ୟାରିୟରକୁ ନେଇ ଚିନ୍ତାରେ ସୋନାକ୍ଷୀ

ସୋନାକ୍ଷୀ ସିହ୍ନା ଇତି ମଧ୍ୟରେ ହାତକୁ ଦି’ହାତ ହୋଇସାରିଛନ୍ତି। ତେବେ ଯେହେତୁ ବର୍ତ୍ତମାନ ସେ ଶୁଟିଂ ଠାରୁ ନିଜକୁ ଦୂରେଇ ରଖିଛନ୍ତି, ତେଣୁ ଏହି ଅବସର...

ଏଥର ଜମିବ ଦଶହରା ଲଢ଼େଇ: ପରସ୍ପରକୁ ଟକ୍କର ଦେବେ ଏହି ୪ ଫିଲ୍ମ

”ବିଶେଷଭାବରେ ପୂଜା ପାର୍ବଣ ଅବସରରେ ବଡ ପରଦାରେ ଓଡ଼ିଆ ସିନେମାର ଲଢ଼େଇ ବିଷୟରେ ବେଶ୍‌ ଆଲୋଚନା ହୁଏ। ହେଲେ ଏଥର ଦୁର୍ଗାପୂଜାରେ ଚାରୋଟି ଓଡ଼ିଆ ସିନେମା-‘କର୍ମ’,...

ଦିନକୁ ୨୦୦ ସିଗାରେଟ୍‌ ଟାଣୁଥିଲେ ଅମିତାଭ ବଚ୍ଚନ: ଆଉ ଏବେ…

ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ଏକ ଶୃଙ୍ଖଳିତ ଜୀବନଶୈଳୀ ପାଇଁ ଜଣାଶୁଣା। ସେ ଧୂମପାନ କିମ୍ବା ମଦ୍ୟପାନ କରନ୍ତି ନାହିଁ । କିନ୍ତୁ ଏପରି ଏକ...

Featured Video Play Icon

ଏଭଳି କେଉଁ ଚରିତ୍ର ଯାହାକୁ ଦେଖି ମନା କରିପାରି ଲେନି ଉପାସନା

ଓଡ଼ିଆ ଚଳଚ୍ଚିତ୍ର ଖୋକା ଭାଇ ତମ ପାଇଁରେ  ଚରିତ୍ରକୁ ନେଇ କ’ଣ  କୁହନ୍ତି ଉପାସନା

ଅମିତାଭଙ୍କ ସହ କାମ କରିବାକୁ ମନା କରିଦେଇଥିଲେ ଏହି ଅଭିନେତ୍ରୀ:ଆଉ ତା’ପରେ ବିଗ୍‌ ବି’ କରିଥିଲେ ଏମିତି କାମ…

ହିନ୍ଦୀ ସିନେମାର କିମ୍ବଦନ୍ତୀ ଅଭିନେତା ଅମିତାଭ ବଚ୍ଚନଙ୍କ ସହ କାମ କରିବା ପ୍ରତ୍ୟେକ କଳାକାରଙ୍କ ସ୍ବପ୍ନ ଥାଏ। ତେବେ ଇଣ୍ଡଷ୍ଟ୍ରୀରେ ଏମିତି ଜଣେ ଭେଟେରାନ ଅଭିନେତ୍ରୀ...

ଓଡ଼ିଆ ଫିଲ୍ମ ଷ୍ଟାରଙ୍କୁ ମାଓବାଦୀଙ୍କ ଭୟ:  ହୋଇପାରନ୍ତି ଅପହରଣ ଗୁଇନ୍ଦା ବିଭାଗ ଦେଲେ ଆଗୁଆ…

ଭୁବନେଶ୍ୱର,୧।୧୦: ଓଡ଼ିଆ ଫିଲ୍ମ ଷ୍ଟାରଙ୍କୁ  ଅପହରଣ କରିପାରନ୍ତି ମାଓବାଦୀ। ଏ ନେଇ  ଓଡ଼ିଶା ପୋଲିସର  ଗୁଇନ୍ଦା ବିଭାଗ ସତର୍କ  କରାଇଛନ୍ତି। ତେବେ ପଶ୍ଚିମ ଓଡ଼ିଶାର  ବଲାଙ୍ଗୀର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri