‘ଯବାନ’ ଦେଖିବା ପରେ ଶାହରୁଖଙ୍କୁ ପ୍ରଶଂସା କଲେ ସାଉଥ ସୁପରଷ୍ଟାର

ମୁମ୍ବାଇ: ଅଭିନେତା ଶାହରୁଖ ଖାନଙ୍କ ଫିଲ୍ମ ‘ଯବାନ’କୁ ଦେଖିବା ପରେ ସେଲିବ୍ରିଟିଠାରୁ ପ୍ରଶଂସକଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରଶଂସା କରୁଛନ୍ତି। ଫିଲ୍ମକୁ ନେଇ ସୋସିଆଲ ମିଡିଆରେ ସେମାନଙ୍କ ପ୍ରତିକ୍ରିୟା ଦେଉଛନ୍ତି। ମଲାଇକା ଆରୋରା, ଅର୍ଜୁନ କପୁର, ବରୁଣ ଧାୱନଙ୍କ ପରେ ଏବେ ଦକ୍ଷିଣ ତାରକା ଅଲ୍ଲୁ ଅର୍ଜୁନ ମଧ୍ୟ ଫିଲ୍ମକୁ ପ୍ରଶଂସା କରିଛନ୍ତି। ଅଲ୍ଲୁ ଅର୍ଜୁନ ପୁରା ଷ୍ଟାର କାଷ୍ଟକୁ ପ୍ରଶଂସା କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, ସେ ଫିଲ୍ମ ପାଇଁ ପ୍ରାର୍ଥନା କରିଥିଲେ।

Share