ଆଲ୍ଲୁ ଅର୍ଜୁନଙ୍କ ଓଜନ ବୃଦ୍ଧିକୁ ନେଇ ଭିନ୍ନ ଭିନ୍ନ କମେଣ୍ଟ କଲେ ପ୍ରଶଂସକ

ଚେନ୍ନାଇ: ସାଉଥ୍ ଷ୍ଟାର ଆଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା’ର କ୍ରେଜ୍ ଦେଶର କୋଣେ କୋଣେ ଦେଖିବାକୁ ମିଳିଥିଲା । ଦର୍ଶକେ ତାଙ୍କ ଦେଶୀ ଲୁକ୍ସ ଉପରେ ଖୁବ୍ ଇମ୍ପ୍ରେସ୍ ହୋଇଥିବା ବେଳେ ଏହାକୁ କପି କରିବା ଦେଖାଯାଇଥିଲା । ବିଦେଶୀମାନେ ବି ଆଲ୍ଲୁଙ୍କ ପୁଷ୍ପା ଭର୍ସନକୁ ନେଇ ଖୁବ୍ ରିଲ୍ ତଆରି କରିଛନ୍ତି । ହେଲେ ଏବେ ଆଲ୍ଲୁ ଅର୍ଜୁନଙ୍କ ଶରୀରର ଓଜନ ବୃଦ୍ଧି ପାଇଥିବାରୁ ସେ ଆସିଯାଇଛନ୍ତି ଦର୍ଶକ ତଥା ପ୍ରଶଂସକଙ୍କ ଟାର୍ଗେଟକୁ ।
ସୋସିଆଲ ମିଡିଆରେ ଆଲ୍ଲୁ ଅର୍ଜୁନଙ୍କର ଏକ ଫଟୋ ଭାଇରାଲ ହେବା ପରେ ତାଙ୍କ ପ୍ରଶଂସକଙ୍କୁ ଖୁବ୍ ଲାଜ ଲାଗିଛି । ଭାଇରାଲ ହୋଇଥିବା ଫଟୋରେ ଆଲ୍ଲୁ ବ୍ଲୁ କଲର ଏକ ପ୍ରିଣ୍ଟେଟ ଟି ସର୍ଟ ପିନ୍ଧିଥିବା ବେଳେ ବ୍ଲାକ କଲର ଟ୍ରାଉଜର ପିନ୍ଧିଛନ୍ତି । ଏହି ଫଟୋରେ ସେ ୱେଟ ଗେନ କରିଥିବା ସ୍ପଷ୍ଟ ଭାବେ ବାରି ହୋଇପଡୁଛି । ତାଙ୍କର ଏହି ଓଜନ ବୃଦ୍ଧିକୁ ଦେଖି ୟୁଜର୍ସ ଆଲ୍ଲୁଙ୍କ ଆଲୋଚନା କରିଛନ୍ତି ।
ଜଣେ ୟୁଜର୍ସ ଲେଖିଛନ୍ତି, ୟେ ତୋ ସଡ଼କ ଛାପ ଚୋର ଜୈସେ ଲଗ ରହେ ହେ, ସାଉଥ କି ଲୋକ ୟେସେ ଭିକାରି କେ ଲିଏ ପାଗଲ ହେ । ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି, କେଉଁଠୁ ନେଇଛ ଏହି ଟି ସର୍ଟ । ଅନ୍ୟ ଜଣେ କମେଣ୍ଟ କରିଛନ୍ତି, ବଡା ପାଓ ଲୁକ । ଆଉ ଜଣେ ଲେଖିଛନ୍ତି ଦିନକୁ ଦିନ ବୁଢା ହୋଇଯାଉଛନ୍ତି । ଆଉ କେହି କେହି ଲେଖିଛନ୍ତି, ଅଲ୍ଲୁ ପୁଷ୍ପା ୨: ଦ ରୁଲ ପାଇଁ ଓଜନ ବଢାଇଛନ୍ତି । ତେବେ ଏହା ତ ଫିଲ୍ମ ଆସିବା ପରେ ଜଣାପଡିବ କି ଆଲ୍ଲୁ ଅର୍ଜୁଙ୍କ ଓଜନ କାହିଁକି ବଢିଛି ।

Share