ଭଂସାଲିଙ୍କ ଅଫିସରେ ଅଲ୍ଲୁ ଅର୍ଜୁନ

ମୁମ୍ବାଇ: ପୁଷ୍ପା ଫେମ ଅଲ୍ଲୁ ଅର୍ଜୁନଙ୍କୁ ନେଇ ଏବେ ଖୁବ୍ ଚର୍ଚ୍ଚା । ସୋମବାର ଅଲ୍ଲୁ ଅର୍ଜୁନଙ୍କୁ ବଲିଉଡର ନାମୀ ନିର୍ଦ୍ଦେଶକ ସଞ୍ଜୟ ଲିଲା ଭଂସାଲିଙ୍କ ଅଫିସରେ ସ୍ପଟ କରାଯାଇଛି । ଭଂସାଲିଙ୍କ ଅଫିସର ଫଟୋ ଇଣ୍ଟନେଟରେ ଆସିବା ପରେ ଏବେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଆଲୋଚନା ହେଉଛି କି ଆଗାମୀ ପ୍ରୋଜେକ୍ଟରେ ହୁଏତ ଭଂସାଲି ପୁଷ୍ପା ଫେମ ଅଲ୍ଲୁ ଅର୍ଜୁନଙ୍କୁ ନିର୍ଦ୍ଦେଶିତ କରିପାରନ୍ତି । ଏଥିରେ ଉଭୟଙ୍କୁ ଫାଇଦା ହୋଇପାରେ ବୋଲି କୁହାଯାଉଛି । ପୁଷ୍ପା ମାଧ୍ୟମରେ ଅଲ୍ଲୁ ଅର୍ଜୁନ ବଲିଉଡ୍ ବେଲ୍ଟରେ ବଢୁଥିବା ଷ୍ଟାରଡମର ଆନନ୍ଦ ନେଉଥିବା ବେଳେ ଭଂସାଲଙ୍କ ସହ କାମ କଲେ ସେ ଆଉ ପାଦେ ଆଗେଇ ଯିବେ ବୋଲି କୁହାଯାଉଛି । ଯାହା ବି ହେଉ ଏମାନେ ଯେବେ ଘୋଷଣା କରିବେ ଯେ ଏମାନେ ଏକାଠି କାମ କରିବାକୁ ଯାଉଛନ୍ତି ସେତେବେଳେ ଅଲ୍ଲୁ ଅର୍ଜୁନଙ୍କ ପ୍ରଶଂସକମାନେ ଖୁବ୍ ଖୁସି ହେବେ ନିଶ୍ଚୟ ।

Share