ବଲିଉଡ୍‌ରେ ଡେବ୍ୟୁ କରିବେ ଆଲ୍ଲୁ!

ମୁମ୍ବାଇ: ସାଉଥ ସୁପରଷ୍ଟାର ଆଲ୍ଲୁ ଅର୍ଜୁନ ନିଜର ଅନ୍ଦାଜ ଓ ଅଭିନୟ ପାଇଁ ବେଶ୍‌ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କର ଲୁକ୍‌ ଏବଂ ଆଉଟ୍‌ଫିଟକୁ ପ୍ରଶଂସକ ମଧ୍ୟରେ କ୍ରେଜ୍‌ ବଢେ। ତାଙ୍କ ଫିଲ୍ମକୁ ପ୍ରଶଂସକ ଅପେକ୍ଷା କରି ରହିଥାନ୍ତି। ନିକଟରେ ତାଙ୍କର ଏକ ବହୁ ପ୍ରତୀକ୍ଷିତ ଫିଲ୍ମ ‘ପୁଷ୍ପା’ ଡିସେମ୍ବର ୧୭ରେ ରିଲିଜ୍‌ ହୋଇଯାଇଛି। ଫିଲ୍ମ ‘ପୁଷ୍ପା’ ହିନ୍ଦୀ ଭର୍ସନ ବକ୍ସ ଅଫିସରେ ରେକର୍ଡ ଭାଙ୍ଗିଛି। ଏହି ଫିଲ୍ମ ବର୍ତ୍ତମାନ ସୁଦ୍ଧା ବକ୍ସ ଅଫିସରେ ୩୦୦ କୋଟି ରୋଜଗାର କରିଛି। ତେବେ ଆଲ୍ଲୁ କହିଛନ୍ତି, ହିନ୍ଦୀ ଫିଲ୍ମରୁ ଅଫର ଆସୁଛି। କିନ୍ତୁ କୌଣସି ଅଫର୍‌ ଏତେ ଏକ୍ସାଇଟିଂ ନ ଥିଲା । ପ୍ରଶଂସକଙ୍କୁ ଆଉ ଟିକେ ଅପେକ୍ଷା କରିବାକୁ ପଡିବ ବୋଲି ସେ କହିଛନ୍ତି। ଆହୁରି ମଧ୍ୟ କହିଛନ୍ତି, ହିନ୍ଦୀ ଫିଲ୍ମ ପାଇଁ ପ୍ରସ୍ତୁତ ଅଛି, କିନ୍ତୁ ଗୋଟିଏ ଭଲ କାହାଣୀ ମିଳିବା ଦରକାର।’

 

Share