ପ୍ରଶଂସକଙ୍କୁ ଖୁସି ଖବର ଦେଲେ ଅଲୁ ଅର୍ଜୁନ

ସାଉଥ ସୁପରଷ୍ଟାର ଅଲୁ ଅର୍ଜୁନ ତାଙ୍କ ଜନ୍ମଦିନ ପୂର୍ବରୁ ମଧ୍ୟ ପ୍ରଶଂସକଙ୍କୁ ଖୁସି ଖବର ପ୍ରଶଂସକମାନଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ଖୁବ୍‌ଶୀଘ୍ର ସେ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ନିର୍ମାତା ଭୂଷଣ କୁମାର ଏବଂ ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ବାଙ୍ଗାଙ୍କ ସହ ଅଲୁ ଅର୍ଜୁନ ଏକ ଫିଲ୍ମ ସାଇନ୍‌ କରିଛନ୍ତି। ଅତୀତରେ ସାଉଥ ବନାମ ବଲିଉଡର ଲଢେଇ ଦେଖିବାକୁ ମିଳୁଥିବାବେଳେ ଏହି ଖବର ପ୍ରଶଂସକଙ୍କ ପାଇଁ କୌଣସି ଆଶ୍ଚର୍ଯ୍ୟଠାରୁ କମ୍‌ ନୁହେଁ।
ଏବେ ଅଲୁ ଅର୍ଜୁନ ଫିଲ୍ମ ‘ପୁଷ୍ପା-ଦ ରାଇଜ’ର ଜବରଦସ୍ତ ସଫଳତା ପରେ ଏବେ ଏହାର ଦ୍ୱିତୀୟ ଭାଗ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଫିଲ୍ମ ‘ପୁଷ୍ପା-ଦ ରାଇଜ’ରେ ଚମତ୍କାର ଅଭିନୟ କରିଥିବା ଅଲୁ ଅର୍ଜୁନଙ୍କ ଫି’ ମଧ୍ୟ ଦ୍ୱିତୀୟ ଭାଗରେ ଯଥେଷ୍ଟ ବଢାଯାଇଛି।
ଡିସେମ୍ବର ୨୦୨୧ରେ ପୁଷ୍ପା ଭାଗ ୧ ରିଲିଜ ହୋଇଥିଲା। ନିର୍ମାତାମାନେ କହିଥିଲେ ଯେ ଏହାର ଦ୍ୱିତୀୟ ଭାଗ ମଧ୍ୟ ଡିସେମ୍ବରରେ ମୁକ୍ତିଲାଭ କରିବ। କେଜିଏଫ ୨ର ସଫଳତା ପରେ ର୍ନିମାତାମାନେ ପୁଷ୍ପା ୨ର ସ୍କ୍ରିପ୍ଟ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

Share