ତମାଖୁ ବ୍ରାଣ୍ଡର ବିଜ୍ଞାପନ କରିବାକୁ ମନା କରିଦେଲେ ଏହି ସାଉଥ୍‌ ସୁପରଷ୍ଟାର

ବମ୍ବେ: ପୁଷ୍ପା ଫିଲ୍ମ ଜରିଆରେ କୋଟି କୋଟି ପ୍ରଶଂସକଙ୍କ ହୃଦୟ ଜିତିଥିବା ଅଲ୍ଲୁ ଅର୍ଜୁନ ପୁଣି ଚର୍ଚ୍ଚାରେ। ଏହା ପଛର କାରଣ ଜାଣିଲେ ଆପଣ ତାଙ୍କ ଉପରେ ଗର୍ବ କରିପାରନ୍ତି।

ନିକଟରେ ତାଙ୍କୁ ଏକ ତମାଖୁ ବ୍ରାଣ୍ଡj ବିଜ୍ଞାପନ କରିବାକୁ ଅଫର୍‌ ମିଳିଥିଲା। ଏଥିଲାଗି ତାଙ୍କୁ କୋଟି କୋଟି ଟଙ୍କାର ପାଉଣା ବି ମିଳିଥାନ୍ତା। ହେଲେ ଏହି ସାଉଥ୍‌ ସୁପରଷ୍ଟାର ଉକ୍ତ ବିଜ୍ଞାପନ କରିବାକୁ ମନା କରିଦେଇଛନ୍ତି। ସେ ତାଙ୍କର ପ୍ରଶଂସକଙ୍କୁ ଭୁଲ ଜିନିଷ ଶିଖାଇବାକୁ ଚାହାନ୍ତି ନାହିଁ। ସେଥିପାଇଁ ସେ ଏହି ପଦକ୍ଷେପ ଗ୍ରହଣ କରିଥିବା କୁହାଯାଉଛି।

ଅଭିନେତା ନିଜେ ମଧ୍ୟ କୌଣସି ତମାଖୁ ସେବନ କରନ୍ତି ନାହଁ। ଏଣୁ ସେ ଚାହାନ୍ତି ନାର୍ହି ପ୍ରଶଂସକ ତାଙ୍କଠାରୁ ଶିଖି ତମାଖୁ ସେବନ କରନ୍ତୁ। ଏହା ଜଣାପଡ଼ିବା ପରେ ଅଲ୍ଲୁଙ୍କ ପ୍ରଶଂସକ ତାଙ୍କ ଉପରେ ଗର୍ବ କରୁଥିବା କହିଛନ୍ତି। ସୋସିଆଲ ମିଡିଆରେ ସେ ଏହି କାରଣକୁ ନେଇ ଟ୍ରେଣ୍ଡ କରୁଛନ୍ତି।

Share