ରଜନୀକାନ୍ତଙ୍କୁ ପଛରେ ପକାଇଲେ ଅଲ୍ଲୁ ଅର୍ଜୁନ

ମୁମ୍ବାଇ: ସାଉଥ୍‌ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ କ୍ୟାରିୟର ଫିଲ୍ମ ‘ପୁଷ୍ପା’ ଚାର୍‌ଚାନ୍ଦ ଲଗାଇ ଦେଇଛି। ପୁଷ୍ପା ଯୋଗୁ ଅଲ୍ଲୁ ପ୍ୟାନ୍‌ ଇଣ୍ଡିଆ ଷ୍ଟାର ପାଲଟିଯାଇଛନ୍ତି। ଏହି ଅଭିନେତାଙ୍କ ଫ୍ୟାନ୍‌ ଫଲୋଅର୍ସ ମଧ୍ୟ ବହୁ ବଢ଼ିଯାଇଛନ୍ତି। ଟୁଇଟରରେ ଅର୍ଜୁନଙ୍କ ଫଲୋଅର୍ସ ବଢ଼ି ୬.୫ ମିଲିୟନ ହୋଇଯାଇଛି। ସେ ସାଉଥ୍‌ର ସୁପରଷ୍ଟାର ରଜନୀକାନ୍ତ ଏବଂ ଚିରଞ୍ଜୀବଙ୍କ ପଛରେ ପକାଇ ଦେଇଛନ୍ତି। ଇନ୍‌ଷ୍ଟାଗ୍ରାମରେ ବି ଅଲ୍ଲୁଙ୍କର ୧୬.୨ ମିଲିୟନ ଫଲୋଅର୍ସ ଅଛନ୍ତି। ସବୁଠୁ ମଜା କଥା ହେଲା ଅଲ୍ଲୁ ଟୁଇଟରରେ କାହାକୁ ଫଲୋ କରନ୍ତି ନାହିଁ। କିନ୍ତୁ ତାଙ୍କୁ ବଲିଉଡ୍‌ର ବଡ଼ ବଡ଼ ଷ୍ଟାରମାନେ ଫଲୋ କରନ୍ତି।

ନିକଟରେ ରିଲିଜ ହୋଇଥିବା ଅଲ୍ଲୁଙ୍କ ଅଭିନୀତ ଫିଲ୍ମ ‘ପୁଷ୍ପା’ ସମସ୍ତ ରେକର୍ଡ ଭାଙ୍ଗି ଭଲ ବ୍ୟବସାୟ କରିଛି। କରୋନା ମହାମାରୀ ସମୟରେ ଏହି ଫିଲ୍ମକୁ ଲୋକେ ବେଶ୍‌ ପସନ୍ଦ ବି କରିଛନ୍ତି।

Share