ପୁଷ୍ପା: ଦ’ ରାଇଜ୍‌କୁ ଶ୍ରେଷ୍ଠ ଫିଲ୍ମ: ଅଲ୍ଲୁ ଅର୍ଜୁନ ଶ୍ରେଷ୍ଠ ଅଭିନେତା

ବେଙ୍ଗାଲୁରୁ,୧୨।୯: ବେଙ୍ଗାଲୁରୁଠାରେ ଶନିବାର ଓ ରବିବାର ଦଶମ ସାଉଥ୍‌ ଇଣ୍ଡିଆନ୍‌ ଇଣ୍ଟରନ୍ୟାଶନାଲ ମୁଭି(ଏସ୍‌ଆଇଆଇଏମ୍‌ଏ) ଆଓ୍ବାର୍ଡ ଅନୁଷ୍ଠିତ ହୋଇଯାଇଛି। ସାଉଥ୍‌ ଚଳଚ୍ଚିତ୍ର ଜଗତର ବହୁ କଳାକାର, ଫିଲ୍ମ ନିର୍ଦ୍ଦେଶକ ଓ ପ୍ରଯୋଜକ ଏହି ସମାରୋହରେ ଯୋଗଦେଇଥିଲେ। ଏହି ଅବସରରେ ଚଳିତ ସାଉଥ୍‌ ସିନେ ଜଗତର ଷ୍ଟାଇଲିଷ୍ଟ ହିରୋ ଅଲ୍ଲୁ ଅର୍ଜୁନଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପ୍ରଦାନ କରାଯାଇଛି। ପାନ୍‌ ଇଣ୍ଡିଆ ଫିଲ୍ମ ‘ପୁଷ୍ପା: ଦ’ ରାଇଜ୍‌’କୁ ଶ୍ରେଷ୍ଠ ଫିଲ୍ମ ଓ ପୂଜା ହେଗ୍‌ଡେଙ୍କୁ ବେଷ୍ଟ ଅଭିନେତ୍ରୀ ଆଓ୍ବାର୍ଡ ପ୍ରଦାନ କରାଯାଇଛି। ପୁରସ୍କୃତ ହେବାକୁ ଥିବା ତେଲୁଗୁ ଓ କନ୍ନଡ ଫିଲ୍ମର ନାମ ଶନିବାର ଘୋଷଣା କରାଯାଇଥିବା ବେଳେ ରବିବାର ତାମିଲ ଓ ମାଲୟାଲମ୍‌ ଫିଲ୍ମ ଓ କଳାକାରଙ୍କୁ ପୁରସ୍କୃତ କରାଯାଇଛି। କନ୍ନଡ ସିନେମା ଜଗତରେ ପୁନୀଥ୍‌ ରାଜକୁମାରଙ୍କୁ ବେଷ୍ଟ ଆକ୍ଟର ପୁରସ୍କାରରେ ପୁରସ୍କୃତ କରାଯାଇଛି। ସେହିପରି ବଲିଉଡ୍‌ ଅଭିନେତା ରଣବୀର ସିଂଙ୍କୁ ମୋଷ୍ଟ ପପୁଲାର ହିନ୍ଦୀ ଷ୍ଟାର ଇନ୍‌ ସାଉଥ୍‌ ଇଣ୍ଡିଆ କାଟାଗୋରିରେ ସମ୍ମାନିତ କରାଯାଇଛି।

Share