ଅଲ୍ଲୁ ଅର୍ଜୁନଙ୍କ ‘କାଳି’ ଅବତାର

ଚେନ୍ନାଇ: ସୋମବାର ଅର୍ଥାତ୍‌ ଏପ୍ରିଲ ୮ରେ ସାଉଥ ସୁପରଷ୍ଟାର ଅଲୁ ଅର୍ଜୁନ ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି। ଅଭିନେତାଙ୍କ ଟ୍ରେଡ ମାର୍କ AA ଦକ୍ଷିଣରେ ବହୁତ ଭାଇରାଲ । ଏହି ଟ୍ରେଡ ମାର୍କ ଏମିତି ସେମିତି ସୃଷ୍ଟି ହୋଇନାହିଁ । ଏହାର ଶ୍ରେୟ ‘ଆର୍ଯ୍ୟ’ ଏବଂ ’ପୁଷ୍ପା: ଦି ରାଇଜ’ ଭଳି ଚଳଚ୍ଚିତ୍ରକୁ ଯାଇଥାଏ। ଅଭିନେତାଙ୍କ ଜନ୍ମଦିନର ବିଶେଷ ଉତ୍ସବରେ ତାଙ୍କର ବହୁ ପ୍ରତୀକ୍ଷିତ ମୁଭି ‘ପୁଷ୍ପା :: ଦି ରୁଲ’ର ଟିଜର ମୁକ୍ତିଲାଭ କରିଛି। ଟିଜରରେ ଅଲ୍ଲୁ ପୁଣିଥରେ ପୁଷ୍ପା ବନିି ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି।

ସାଉଥରେ ଅଭିନେତାଙ୍କ ପ୍ରଶଂସକମାନେ ଏବେଠାରୁ ଉତ୍ସବ ପାଳନ କରିସାରିଛନ୍ତି। ଅଭିନେତା ତାଙ୍କ ଜନ୍ମଦିନରେ ପ୍ରଶଂସକଙ୍କୁ ଏକ ଲିଖିତ ଉପହାର ମଧ୍ୟ ଦେଇଛନ୍ତି। ‘ପୁଷ୍ପା ୨: ଦି ରୁଲ’ର ଟିଜର ଇଣ୍ଟରନେଟରେ ଅଧିକ ଭାଇରାଲ ହେବାରେ ଲାଗିଛି ଏବଂ ଏହା ଦର୍ଶକଙ୍କ ଠାରୁ ବହୁତ ଭଲ ପ୍ରତିକ୍ରିୟା ମଧ୍ୟ ପାଇଛି। ଏହି ଟିଜରରେ ଅଭିନେତାଙ୍କୁ ଏକ ଭିନ୍ନ ରୂପରେ ଦେଖିବାକୁ ମିଳୁଛି।
ପୁଷ୍ପାର ପ୍ରଥମ ଭାଗର ଶେଷ ଦୃଶ୍ୟରେ ପୁଷ୍ପା-ଶ୍ରୀବଲ୍ଲୀଙ୍କ ବିବାହ ଏବଂ ଏହାପୂର୍ବରୁ ଶେଖାୱତ (ଫାହାଦ ଫାଜିଲ) ଙ୍କ ସହିତ ବାକ ଯୁଦ୍ଧ ଦେଖାଯାଇଥିଲା, ଯାହା ବର୍ତ୍ତମାନ ସିକ୍ୱେଲରେ ପ୍ରତିଶୋଧ ନିଆଁରେ ପରିଣତ ହେବାକୁ ଲାଗିଛି। ’ପୁଷ୍ପା ୨: ଦ ରୁଲ’ର ଟିଜରରେ ନିର୍ମାତାମାନେ ଅଲୁ ଅର୍ଜୁନଙ୍କ ଏକ ଭିନ୍ନ ଅବତାର ପ୍ରଦର୍ଶନ କରିଛନ୍ତି, ତଥାପି ତାଙ୍କ ବିଶେଷ ଲୁକ ବିଷୟରେ କୌଣସି ସୂଚନା ଶେୟାର କରାଯାଇ ନାହିଁ।
‘ପୁଷ୍ପା ୨: ଦି ରୁଲ’ର ୧ମିନିଟ ୮ସେକେଣ୍ଡର ଟିଜରରେ ଅଭିନେତାଙ୍କ ପାଦରେ ଘୁଙ୍ଗୁର, କାନରେ କାନଫୁଲ ଏବଂ ଆଖିରେ କାଜଲ ରହିଛି। ଏହା ବ୍ୟତୀତ ପୁଷ୍ପା ରାଜଙ୍କ ଲୁକ ମଧ୍ୟ ଏଥର ବହୁତ ବଦଳିଛି। ଟିଜରରେ ଅଭିନେତା ଏକ ଶାଢି ପିନ୍ଧିଥିବାର ଏବଂ ତାଙ୍କ ହାତରେ ତ୍ରିଶୂଳ ଧରି ଶତ୍ରୁମାନଙ୍କ ସହ ଲଢୁଥିବା ନଜର ଆସିଛନ୍ତି। ମୁଭିର ଏହି ରୋମାଞ୍ଚକର ଟିଜର ଦେଖିବା ପରେ ପ୍ରଶଂସକଙ୍କ ଲୋମ ଟାଙ୍କୁରି ଉଠିଛି।


Enter your email to get our daily news in your inbox.

All Right Reserved By Dharitri.Com

ଛାଡପତ୍ର ଗୁଜବ ଭିତରେ ଭୂକମ୍ପ ସୃଷ୍ଟି କଲା ଅଭିଷେକଙ୍କ ପୋଷ୍ଟ! କହିଲେ ଆଇ ୱାଣ୍ଟ ଟୁ ଟକ୍‌…

ମୁମ୍ବାଇ: ବଚ୍ଚନ ପରିବାର କିଛିଦିନ ହେବ ଛାଡପତ୍ର ଗୁଜବ କାରଣକୁ ଚର୍ଚ୍ଚାରେ ରହି ଆସିଛନ୍ତି। ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ସହ ମତାନ୍ତର ଠାରୁ ଆରମ୍ଭ କରି...

ଭଉଣୀଙ୍କ ନଣନ୍ଦଙ୍କୁ ଭଲ ପାଇ ବସିଥିଲେ ପଙ୍କଜ ତ୍ରିପାଠୀ, ବିବାହର ୧୯ ବର୍ଷ ପରେ ବି ଆପଣାଇନାହାନ୍ତି ପରିବାର

ବମ୍ବେ: ସାଧାରଣତଃ ପ୍ରେମ ବିବାହରେ ଉଭୟ ପକ୍ଷଙ୍କ ପରିବାରକୁ ରାଜି କରାଇବା କଷ୍ଟକର ହୋଇଥାଏ। ଅଧିକାଂଶ ସମୟରେ ସହମତି ହୋଇ ନ ପାରିବାରୁ ପ୍ରେମୀଯୁଗଳ ପରିବାର...

ଅଭିଷେକଙ୍କ ଘର ଛାଡ଼ିବେ ଐଶ୍ୱର୍ଯ୍ୟା! ଝିଅଙ୍କ ସହ…

ବମ୍ବେ: ବଲିଉଡ୍‌ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ସ୍ବାମୀ ତଥା ଅଭିନେତା ଅଭିଷେକ ବଚ୍ଚନଙ୍କଠାରୁ ଅଲଗା ହେବା ଖବର ଗଣମାଧ୍ୟମର ଶିରୋନାମା ପାଲଟିଛି। ଏମିତିରେ ଐଶ୍‌ ଖୁବ୍‌ଶୀଘ୍ର...

ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୫।୧୦: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାର ସୁପ୍ରିମକୋର୍ଟଙ୍କରୁ ଏକ ବଡ଼ ଆଶ୍ୱସ୍ତି ପାଇଛନ୍ତି। ହାଇକୋର୍ଟଙ୍କ...

ଐଶ୍ୱର୍ଯ୍ୟା-ଅଭିଷେକଙ୍କ ଛାଡପତ୍ର ଚର୍ଚ୍ଚା ମଧ୍ୟ ଭାଇରାଲ ହେଉଛି ନିମ୍ରତ କୌରଙ୍କ କମେଣ୍ଟ: ଜାଣନ୍ତୁ କଲେ କହିଲେ…

ଆଜିକାଲି ଅଭିଷେକ ବଚ୍ଚନଙ୍କ ସହ ପ୍ରେମ ସମ୍ପର୍କର ଗୁଜବ ପାଇଁ ନିମ୍ରତ କୌର ଚର୍ଚ୍ଚାରେ ଅଛନ୍ତି। ନିମ୍ରତଙ୍କ କାରଣରୁ ଅଭିଷେକ ଏବଂ ଐଶ୍ୱର୍ଯ୍ୟାଙ୍କ ଦାମ୍ପତ୍ୟ ଜୀବନରେ...

ଜୟା ବଚ୍ଚନଙ୍କ ମା’ଙ୍କ ନିଧନ ଖବର ମିଛ!

ବମ୍ବେ: ବଲିଉଡ ଅଭିନେତ୍ରୀ ତଥା ରାଜ୍ୟ ସଭା ଏମ୍‌ପି ଜୟା ବଚ୍ଚନଙ୍କ ମା’ ତଥା ଅମିତାଭ ବଚ୍ଚନଙ୍କ ଶାଶୁ ଇନ୍ଦିରା ଭାଦୁଡ଼ି ଅସୁସ୍ଥ। ଅଣ୍ଟା ଭାଙ୍ଗି...

ପୁଷ୍ପା-୨: ରିଲିଜ୍‌ ପୂର୍ବରୁ ୧୦୮୫ କୋଟିର ବ୍ୟବସାୟ

ମୁମ୍ବାଇ: ସାଉଥ୍‌ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ‘ପୁଷ୍ପା ୨: ଦି ରୁଲ୍‌’ ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ। ତେବେ ରିଲିଜ୍‌...

ଧମକ ମିଳୁଥିବାରୁ ସଲମାନଙ୍କ ମେଣ୍ଟାଲ ହେଲଥ ଉପରେ ପଡୁଛି ପ୍ରଭାବ! ସୁଟିଂ କ୍ୟାନସେଲ

ମୁମ୍ବାଇ,୨୨।୧୦: ଏନସିପି ନେତା ବାବା ସିଦ୍ଦିକୀଙ୍କ ମୃତ୍ୟୁ ପରେ ସଲମାନ ଖାନଙ୍କୁ କ୍ରମାଗତ ଭାବରେ ହତ୍ୟା ଧମକ ମିଳୁଛି, ଯେଉଁଥିପାଇଁ ଆଜିକାଲି ସୁପରଷ୍ଟାର ବହୁତ ଚାପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri