ପୁଷ୍ପା-୨ ପାଇଁ ପାରିଶ୍ରମିକ ନେଉନାହାନ୍ତି ଅଲ୍ଲୁ

ମୁମ୍ବାଇ: ସାଉଥ୍‌ ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ବ୍ଲକବଷ୍ଟର ଫିଲ୍ମ ‘ପୁଷ୍ପା: ଦି ରାଇଜ୍‌’ ଅନେକ ସଫଳତା ପାଇଛି, ଯାହାର ପ୍ରଭାବ ଏବେ ବି ଦେଶ ଓ ବିଦେଶ ଦର୍ଶକଙ୍କ ମନରୁ ଲିଭିିନି। ଆଗକୁ ଅଲ୍ଲୁଙ୍କ ଫିଲ୍ମ ‘ପୁଷ୍ପା-୨: ଦି ରୁଲ୍‌’ ଆସିବାକୁ ଯାଉଛି, ଯାହାକୁ ଦର୍ଶକ ଅତି ଉତ୍କଣ୍ଠାର ସହ ଅପେକ୍ଷା କରିରହିଛନ୍ତି। ଏହି ଫିଲ୍ମର ଶୁଟିଂ ପ୍ରାୟ ସରିବାକୁ ବସିଲାଣି। ଏହା ମଧ୍ୟରେ ସିନେମାକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। କୁହାଯାଉଛି କି ସୁକୁମାରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମର ଦ୍ୱିତୀୟ ଭାଗ ପାଇଁ ଅଲ୍ଲୁ କୌଣସି ପାରଶ୍ରମିକ ନେଉନାହାନ୍ତି। କିନ୍ତୁ ସେ ନିର୍ମାତାଙ୍କ ସହ ଏପରି କିଛି ଡିଲ୍‌ କରିଛନ୍ତି, ଯେଉଁଥିପାଇଁ ସେ ସିନେମାରୁ କିଛି ଟଙ୍କା ରୋଜଗାର କରିପାରିବେ। ଫିଲ୍ମ ପାଇଁ ହୋଇଥିବା ଡିଲ୍‌ରେ ଫିଲ୍ମର ମୋଟ୍‌ ଆୟରୁ ଅଲ୍ଲୁ ୩୩ ପ୍ରତିଶତ ପାଇବେ। ତେବେ ଏହି ୩୩ ପ୍ରତିଶତ ଡିଲ୍‌ କେବଳ ସିନେମା ଘରର ଆୟ ପର୍ଯ୍ୟନ୍ତ ସୀମିତ ନୁହେଁ ବରଂ ଏହା ଓଟିଟି ରାଇଟ୍‌ସ, ସାଟେଲାଇଟ୍‌ସ ରାଇଟ୍‌ ଓ ଥିଏଟର ରାଇଟ୍‌ ସବୁକୁ ମିଶାଇ ଯାହା ହେବ ତାହାର ୩୩ ପ୍ରତିଶତ ରହିବ। ସିନେମାରେ ଅଲ୍ଲୁଙ୍କ ସହିତ ରଶ୍ମିକା ମନ୍ଦାନା, ଫହାଦ ଫାସିଲ, ଜଗପତି ବାବୁଙ୍କ ସହିତ ବହୁ କଳାକାର ମୁଖ୍ୟ ଭୂମିକାରେ ନଜରକୁ ଆସିବେ। ଅଲ୍ଲୁଙ୍କ ଏହି ଫିଲ୍ମ ଆସନ୍ତା ଅଗଷ୍ଟ ୧୫ରେ ପ୍ରେକ୍ଷାଳୟକୁ ଆସିବ।

 

 

 

Share