ଅଲ୍ଲୁଙ୍କ ଗିରଫ ଘଟଣା: ଜଣାପଡିଲା ସେଦିନ ରାତିର ସତ! ସୁରକ୍ଷା ମଗାଯାଇଥିଲା ହେଲେ ପୋଲିସ…

ନୂଆଦିଲ୍ଲୀ,୧୩।୧୨: ସାଉଥ୍‌ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଗିରଫ ହେବାପରେ ପୁରା ଦେଶରେ କମ୍ପନ ସୃଷ୍ଟି ହୋଇଛି। ତାଙ୍କୁ ତେଲଙ୍ଗାନା କୋର୍ଟ ଅନ୍ତରୀଣ ଜାମିନ ଦେଇଛନ୍ତି। ମାତ୍ର ସେଇ ଡିସେମ୍ବର ୪ର ସତ ଘଟଣା ସାମ୍ନାକୁ ଆସିଛି। ଅଲ୍ଲୁଙ୍କ ପ୍ରିମିୟର ଶୋରେ ଯୋଗଦେଇଥିବା ଜଣେ ମହିଳାଙ୍କ ମୃତ୍ୟୁ ଅଭିଯୋଗରେ ସାଉଥ ସୁପରଷ୍ଟାରଙ୍କୁ ଗିରଫ କରାଯାଇଛି । ବର୍ତ୍ତମାନ ଏହି ଘଟଣାରେ ଏକ ବଡ ସତ ସାମ୍ନାକୁ ଆସିଛି ।

ଯେଉଁଥିରେ ପ୍ରକାଶ ପାଇଛି ଯେ ସଂଧ୍ୟା ସିନେମା ହଲ ଘଟଣାର ଦୁଇ ଦିନ ପୂର୍ବରୁ ପୋଲିସଠାରୁ ସୁରକ୍ଷା ମଗାଯାଇଥିଲା, ଯେଉଁଥିରେ ପୋଲିସ କୌଣସି ପଦକ୍ଷେପ ନେଇ ନଥିଲା। ଏହି ସମ୍ପର୍କିତ ଏକ ଚିଠି ସୋସିଆଲ ମିଡିଆରେ ଭଇରାଲ ହେଉଛି। ଯେଉଁଥିରେ ସଂଧ୍ୟା ସିନେମା ହଲ ଡିସେମ୍ବର ୨ ରେ ପୋଲିସକୁ ଏକ ଚିଠି ଲେଖିଥିଲା । ଏଥିରେ ଡିସେମ୍ବର ୪ ପାଇଁ ସୁରକ୍ଷା ମଗାଯାଇଥିଲା।

ସଂଧ୍ୟା ସିନେମା ହଲ ଚିରାପଲ୍ଲୀର ଆସିଷ୍ଟାଣ୍ଟ, ପୋଲିସ ଅଧିକାରୀଙ୍କୁ ଚିଠିରେ ଲେଖିଛନ୍ତିି, ସଂଧ୍ୟା ୭୦ ଏମଏମ ଏକ୍ସ ରୋଡ ହାଇଦ୍ରାବାଦରେ ସୁରକ୍ଷା ଯୋଗାଇ ଦେବା ପାଇଁ ଆମେ ଆପଣଙ୍କୁ ଅନୁରୋଧ କରୁଛୁ। ପୁଷ୍ପା ୨ ଡିସେମ୍ବର ୪ରେ ରିଲିଜ ହେଉଛି। ଏଭଳି ପରିସ୍ଥିତିରେ ପ୍ରଶଂସକଙ୍କ ଭିଡ଼ ଜମିବ। ଫିଲ୍ମର ଅଭିନେତା, ଭିଭିଆଇପି ଓ ପ୍ରଡକ୍ସନ ୟୁନିଟ ଏହି ଫିଲ୍ମ ଦେଖିବାକୁ ଆସୁଛନ୍ତି। ଏହା ବ୍ୟତୀତ ଅନ୍ୟାନ୍ୟ ସୂଚନା ମଧ୍ୟ ଚିଠିରେ ଶେୟାର କରାଯାଇଛି।

ଏନେଇ ହାଇଦ୍ରାବାଦ ପୁଲିସ କହିଛି, ସଂଦ୍ୟା ଥିଏଟରରେ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ପହଞ୍ଚିବା ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନଥିଲା। ପୁଲିସର ଏହି ବୟାନ ପରେ ସଂଧ୍ୟା ଥିଏଟରର ପରିଚାଳକ ଏକ ଚିଠି ସାମ୍ନାକୁ ଆଣିଛନ୍ତି। ଯେଉଁଥିରେ ଅଲ୍ଲୁ ଅର୍ଜୁନ ଥିଏଟରରେ ପହଞ୍ଚିବା ସମ୍ପର୍କରେ ପୋଲିସକୁ ସୂଚିତ କରିଥିବା ଉଲ୍ଲେଖ ରହିଛି। ଏହି ଚିଠି ସାମ୍ନାକୁ ଆସିବା ପରେ ହାଇଦ୍ରାବାଦ ପୋଲିସକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟରୁମରେ ମହିଳା ବିଚାରପତିଙ୍କୁ ଧମକ

ନୂଆଦିଲ୍ଲୀ, ୨୧।୪:ଦିଲ୍ଲୀର ଏକ ଅଦାଲତର କୋର୍ଟରୁମରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ବ୍ୟକ୍ତି ଏବଂ ତାଙ୍କ ଓକିଲ ସର୍ବ ସମ୍ମୁଖରେ ମହିଳା ବିଚାରପତିଙ୍କୁ ଧମକ ଦେବା...

ପିଅନ ନିଯୁକ୍ତି ପାଇଁ ଆବେଦନ କରିଛନ୍ତି ପିଏଚ୍‌.ଡି., ଏମ୍‌ବିଏ, ଲ’ ଗ୍ରାଜୁଏଟ

ଜୟପୁର, ୨୧।୪:ରାଜସ୍ଥାନ ସରକାରଙ୍କ ଅଧୀନ ରାଜସ୍ଥାନ ସବ୍‌ଅର୍ଡିନେଟ ଆଣ୍ଡ୍‌ ମିନିଷ୍ଟ୍ରିଆଲ ଷ୍ଟାଫ୍‌ ସିଲେକ୍ସନ ବୋର୍ଡ (ଆର୍‌ଏସ୍‌ଏମ୍‌ଏସ୍‌ଏସ୍‌ବି) ଦ୍ୱାରା ଜାରି ହୋଇଥିବା ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ନିଯୁକ୍ତି...

ପରିବାରକୁ ମିସ୍‌ କରୁଛନ୍ତି ତହଉର: NIA ସ୍ବତନ୍ତ୍ର କୋର୍ଟରେ ଆବେଦନ

ମୁମ୍ବାଇ,୨୧।୪: ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଆତଙ୍କବାଦୀ ତହଉର ରାଣା ଭାରତ ଆସିବା ପରେ ତାଙ୍କ ପରିବାରକୁ ମିସ କରିବା ଆରମ୍ଭ କରିଛି। ସେ ତାଙ୍କ ପରିବାର...

ମୋଦିଙ୍କୁ ଭେଟିଲେ ଆମେରିକାର ଉପରାଷ୍ଟ୍ରପତି: ବସିବ ବଡ଼ ବୈଠକ

ନୂଆଦିଲ୍ଲୀ,୨୧।୪: ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ତାଙ୍କ ପରିବାର ସହିତ ଭାରତ ଗସ୍ତରେ ଅଛନ୍ତି। ସୋମବାର ସନ୍ଧ୍ୟାରେ ଜେଡି ଭାନ୍ସ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ...

ଆହତ ହେଲପରଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ: ବିଦ୍ୟୁତ ସଂଘ ପକ୍ଷରୁ କ୍ଷତିପୂରଣ ଦାବି

ଭଞ୍ଜନଗର,୨୧।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ବେଲଗୁଣ୍ଠା ଟାଟା ପାୱାର ବିଦ୍ୟୁତ ସେକ୍ସନ ରେ ଏଜେନ୍ସି ମାଧ୍ୟମରେ କାର୍ଯ୍ୟରତ ଥିବା ହେଲପର ବଳରାମ ସାହୁ ଗତ ୧୧ ତାରିଖରେ...

ଯୌତୁକ ଦାବି କରିବା ପଡିଲା ମହଙ୍ଗା: ୩ ଅଭିଯୁକ୍ତ ଦୋଷୀ, ନଜରରେ ରହିବେ ବର୍ଷେ

ଛତ୍ରପୁର,୨୧ା୪(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ଶାନ୍ତିନଗରରେ ୨୦୨୨ରେ ଘଟିଥିବା ଏକ ଯୌତୁକ ନିର୍ଯାତନା ମାମଲାର ଶୁଣାଣି ହୋଇଛି। ସୋମବାର ଛତ୍ରପୁର...

କେନାଲରେ ଭାସୁଛି ଅଜଣା ଯୁବକଙ୍କ ମୃତଦେହ: ପୋଲିସ ତଦନ୍ତ ଜାରି

ବରଗଡ଼,୨୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ – ଭେଡେନ କେନାଲରେ ଜଣେ ଅଜଣା ଯୁବକଙ୍କ ମୃତଦେହ ଭାସୁଛି। ଆଜି ସନ୍ଧ୍ୟା ପ୍ରାୟ ୭ଟାରେ ବରଗଡ଼ ସହରର ସୁବାସ ନଗର...

ଦେଶୀମଦ ଜବତ: ଜେଲ୍‌ ଗଲେ ପୂର୍ବତନ ସମିତି ସଭ୍ୟ

ଦିଗପହଣ୍ଡି,୨୧।୪(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ଦେବେନ୍ଦ୍ର ମଲ୍ଲିକଙ୍କୁ ଚିକିଟି ଅବକାରୀ ଇନ୍ସପେକ୍ଟର ସଞ୍ଜୟ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image