ସମସ୍ତେ ଜାଣନ୍ତି କ୍ଷୀର ପିଇବା ସ୍ବାସ୍ଥ୍ୟ ପକ୍ଷେ ହିତକର। ଏଥିରୁ ଆମକୁ ଶକ୍ତି ମିଳିଥାଏ। କ୍ଷୀରରୁ ପ୍ରଚୁର ପରିମାଣରେ କ୍ୟାଲସିୟମ ଓ ନ୍ୟୁଟ୍ରେଶନ ମିଳିଥାଏ। ସେହିପରି ବାଦାମ ଦ୍ୱାରା ମଧ୍ୟ ମସ୍ତିଷ୍କ ଶକ୍ତ ହେବା ସହିତ ସୁନ୍ଦରତା ବୃଦ୍ଧି ହୋଇଥାଏ। ଯଦି ଏହି କ୍ଷୀର ଏବଂ ବାଦାମରୁ ପ୍ରସ୍ତୁତ ବାଦାମ କ୍ଷୀର ପିଆଯାଏ ତେବେ ଏଥିରୁ ମିଳୁଥିବା ଶକ୍ତି ମଧ୍ୟ ଦ୍ୱିଗୁଣିତ ହୋଇଯାଏ।
ବାଦାମକ୍ଷୀରର ଅନ୍ୟ ଏକ ବିଶେଷ ଗୁଣ ହେଉଛି ଏହାକୁ ଥଣ୍ଡାଦିନରେ ପିଇଲେ, ଏହା ବିଭିନ୍ନ ସଂକ୍ରମଣ ଠାରୁ ଦୂରେଇ ରଖିବା ସହିତ ଥଣ୍ଡା ର୍ି ପାଇଁ ମଧ୍ୟ ଉପକାରୀ ହୋଇଥାଏ।
ପିଲାମାନଙ୍କ ପାଇଁ ମଧ୍ୟ ବାଦାମକ୍ଷୀର ଅଧିକ ଲାଭ ଦାୟକ ହୋଇଥାଏ। ଏଥିରୁ ସେମାନଙ୍କୁ ଶକ୍ତି ମିଳିବା ସହ ଥଣ୍ଡା ମଧ୍ୟ କଟିଥାଏ।
ଜାଣନ୍ତୁ ବାଦାମ କ୍ଷୀରର କେତୋଟି ଉପକାରୀ ଗୁଣ ସମ୍ପର୍କରେ…..
ସୁସ୍ଥ ଜୀବନ ପାଇଁ ସୁସ୍ଥ ହାର୍ଟ ନିହାତି ଆବଶ୍ୟକ। ବାଦାମକ୍ଷୀରରେ କଲେଷ୍ଟ୍ରୋଲ ନ ଥିିବା ସହ ନ୍ୟୁଟ୍ରେଶନ, ପୋଟାସିୟମ ପରିମାଣ ମଧ୍ୟ ଅଧିକଥାଏ। ଯାହା ହାର୍ଟ ପାଇଁ ଅଧିକ ଲାଭ ଦାୟକ ହୋଇଥାଏ।
ତ୍ୱଚାକୁ ସୁନ୍ଦର ଓ ଚିକ୍କଣ ରିଖିବା ପାଇଁ ବିଭିନ୍ନ ପ୍ରକାର ଭିଟାମିନ ମିନେରାଲ ଜରୁରୀ ହୋଇଥାଏ। ଏବଂ ବାଦାମକ୍ଷୀରରୁ ସେହି ସବୁ ଭିଟାମିନ୍ ମିଳେ ଯାହା ତ୍ୱଚା ସୁନ୍ଦରତା ବୃଦ୍ଧି କରିବାରେ ସହାୟକ ହୋଇଥାଏ।
ଏଥିରେ ଥିବା ଭିଟାମିନ୍ ମାଂସପେଷୀକୁ ମଜଭୁତ କରିବା ସହ ଦାନ୍ତକୁ ମଧ୍ୟ ଶକ୍ତ କରିଥାଏ।
ବାଦାମକ୍ଷୀରରେ ଭିଟାମିନ-ଏ ର ପରିମାଣ ପ୍ରଚୁର ଥିବାରୁ ଏହାକୁ ପିଇବା ଦ୍ୱାରା ଆଖିଜନିତ ସମସ୍ୟାଠାରୁ ମଧ୍ୟ ମୁକ୍ତି ମିଳିଥାଏ।
ମେଦବହୁଳତା କମାଇବା ପାଇଁ ମଧ୍ୟ ବାଦମକ୍ଷୀରର ଆବଶ୍ୟକତା ରହିଛି। ବାଦାମକ୍ଷୀରରେ କ୍ୟାଲୋରିର ପରିମାଣ କମ୍ଥାଏ। ଏଥିରେ ଚିନି ମିଶାଇ ନ ପିଇଲେ ଓଜନ କମ୍ହୋଇଥାଏ।