Advertisement

ଏହି କ୍ଲବରେ ଅନୁଷ୍ଠିତ ହେଲା ‘ନେକେଡ ପାର୍ଟି’, ଉଲଗ୍ନ ଭାବରେ ଯୋଗଦେଲେ ରାଜନେତା ଠାରୁ ସେଲିବ୍ରେଟି,ଆଉ ତା’ ପରେ…

ମସ୍କୋ,୧୨।୧: ଦେଶ ବା ବିଦେଶରେ ଥିବା କ୍ଲବରେ ବିଭିନ୍ନ ପ୍ରକାର ଥିମ୍‌ରେ ପାର୍ଟି ଆୟୋଜନ କରାଯାଇଥାଏ। ଆଉ ସେହି ଅନୁସାରେ ପାର୍ଟିରେ ଯୋଗ ଦେଉଥିବା ସଦସ୍ୟଙ୍କୁ ଡ୍ରେସକୋଡ ଓ କଷ୍ଟ୍ୟୁମ ପିନ୍ଧିବାକୁ ପଡିଥାଏ। କିନ୍ତୁ ଋଷିଆରେ ଏପରି ଏକ ପାର୍ଟି ଆୟୋଜନ ହୋଇଛି ଯାହାକୁ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।
ମସ୍କୋର ଏହି କ୍ଲବରେ ‘ନେକେଡ ପାର୍ଟି’ ଅନୁଷ୍ଠିତ ହୋଇଛି। ଯେଉଁଠି ସମସ୍ତେ ଉଲଗ୍ନ ଭାବରେ ଏଥିରେ ଯୋଗଦାନ କରିଥିଲେ। ଏପରି ପାର୍ଟିର ଆୟୋଜନ ପରେ ଋଷିଆରେ ଚହଳ ପଡିଯାଇଛି। ରାଜନୀତି ମହଲ ଠାରୁ ଆରମ୍ଭ କରି ମନୋରଞ୍ଜନ କ୍ଷେତ୍ରରେ ସବୁଠି ହଇଚଇ ସ୍ଥିତି ସୃଷ୍ଟି ହୋଇଛି।
ସୂଚନାଥାଉ କି, ଏହି ପାର୍ଟିରେ ଲୋକେ ବିନା ପୋଷାକରେ ଯୋଗ ଦେଇଥିଲେ। ଏଥିରେ କେବଳ ସାଧାରଣ ଲୋକ ନୁହନ୍ତି ବଡ ବଡ ରାଜନେତାଙ୍କ ଠାରୁ ଆରମ୍ଭ କରି ସେଲିବ୍ରେଟି ଯାଏଁ ଉଲଗ୍ନ ଭାବେ ଶାମିଲ ହୋଇଥିଲେ। ଯାହାକୁ ନେଇ ଋଷିଆର ରାଜନୈତିକ ମାହୋଲରେ ହଇଚଇ ସୃଷ୍ଟି ହୋଇଛି। ମସ୍କୋର ମୁତାବୋର ଭେନ୍ୟୁରେ ଆୟୋଜିତ ନେକେଡ ପାର୍ଟିରେ ହାଇ-ପ୍ରୋଫାଇଲ ଲୋକମାନେ ଅର୍ନ୍ତବସ୍ତ୍ର କିମ୍ବା ଶରୀର ଲୁଚୁ ନ ଥିବା ପୋଷାକ ପିନ୍ଧିଥିଲେ।
ପାର୍ଟିକୁ ଋଷିଆବାସୀ ନିନ୍ଦା କରିବା ସହ ଏହି ଘଟଣା କୋର୍ଟରେ ପହଞ୍ଚିଛି। ଯାହାପରେ କୋର୍ଟ ଏହି କ୍ଲବକୁ ୩ମାସ ପାଇଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟରେ ଶୁଣାଣିବେଳେ କହିଛନ୍ତି ଯେ, କ୍ଲବ ସ୍ବଚ୍ଚତା ଓ ମହାମାରୀ ସମ୍ବନ୍ଧ ନିୟମକୁ ଉଲ୍ଲଘଂନ କରିଛି।

ସୂଚନାଯୋଗ୍ୟ, ଅନୁମାନ କରାଯାଉଛି, କ୍ରେମଲିନ(ଋଷିଆ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ) ୟୁକ୍ରେନ ବିରୋଧରେ ଯୁଦ୍ଧ ଆରମ୍ଭ କରିବା ପର ଠାରୁ ଋଢିବାଦୀ ବୟାନବାଜୀ ତୀବ୍ର କରିଛି। ଏହିକ୍ରମରେ ଋଷିଆର ରାଜେନୈତିକ ମହଲରେ ପାର୍ଟିକୁ ନେଇ ତୀବ୍ର ନିନ୍ଦା ଓ ସମାଲୋଚନା କରାଯାଉଛି।
ସମାଲୋଚନାର ଶିକାର ହୋଇ ପାର୍ଟିରେ ଯୋଗ ଦେଇଥିବା ଋଷିଆର ବଡ ବଡ ସେଲିବ୍ରେଟି ଓ ରାଜନେତା ଏପରିକି ସାମ୍ବାଦିକମାନେ ଦେଶବାସୀଙ୍କୁ କ୍ଷମା ମାଗିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share