ଭିକ୍ଷୁ ଦାନକଲେ ୯୦ ହଜାର ଟଙ୍କା

ମଦୁରାଇ,୧୮।୮: କରୋନା ମହାମାରୀ ସହ ସାରା ବିଶ୍ୱ ଲଢେକ କରି ଚାଲିଥିବା ବେଳେ ଏହା ଏବେବି ତା’ର କାୟା ବିସ୍ତାର କରି ରଖିଛି। ଏହି କରୋନା ଯୁଦ୍ଧରେ ନିଜର ସୀମିତ ସଞ୍ଚୟକୁ ଦାନ କରି ଏବେ ଚର୍ଚ୍ଚାକୁ ଆସିଛନ୍ତି ତାମିଲନାଡୁ ମଦୁରାଇର ଜଣେ ଭିକ୍ଷୁ। ପୁଲପାଣ୍ଡିଆନ ନାମକ ଏହି ଭିକ୍ଷୁ ଜଣକ କୋଭିଡ ରିଲିଫ୍‌ ଫଣ୍ଡକୁ ୯୦ ହଜାର ଟଙ୍କା ଦାନ କରିଛନ୍ତି। ସେ କହିଛନ୍ତି ଜିଲାପାଳ ମୋତେ ସମାଜିକ କର୍ମୀ ଆଖ୍ୟା ଦେଇଥିବାରୁ ମୁଁ ଖୁବ୍‌ ଖୁସି। ସୂଚନାଯୋଗ୍ୟ, ଗତ ମେ’ ମାସରେ ମଧ୍ୟ ସେ କୋଭିଡ ରିଲିଫ୍‌ ଫଣ୍ଡକୁ ୧୦,୦୦୦ଟଙ୍କା ଦାନ ଦେଇଥିଲେ। ଦେଶରେ କରୋନା ମହାମାରୀ ବ୍ୟାପି ଚାଲିଥିବା ବେଳେ ଏବେ ସରକାର ଏଥିପାଇଁ ବହୁ ଅର୍ଥ ବ୍ୟୟ କରି ଚାଲିଛନ୍ତି। ଅନ୍ୟପଟେ କରୋନା କଟକଣା ପାଇଁ ବ୍ୟବସାୟ ବାଣିଜ୍ୟ ବନ୍ଦ ଥିବାରୁ ଦେଶର ଅର୍ଥନୀତି ମଧ୍ୟ ଖୁବ୍‌ ପ୍ରଭାବିତ ହୋଇଛି।

Share